GHMC Results: ଚାଲିଛି ଭୋଟ ଗଣତି, ଅସ୍ପଷ୍ଟ ରହିଛି ଫଳାଫଳ
Advertisement

GHMC Results: ଚାଲିଛି ଭୋଟ ଗଣତି, ଅସ୍ପଷ୍ଟ ରହିଛି ଫଳାଫଳ

ଜିଏଚଏମସି ନିର୍ବାଚନ ୨୦୨୦ ଲାଗି ଜାରି ରହିଛି ଭୋଟ ଗଣତି।

GHMC Results: ଚାଲିଛି ଭୋଟ ଗଣତି, ଅସ୍ପଷ୍ଟ ରହିଛି ଫଳାଫଳ

ହାଇଦ୍ରାବାଦ: ଗ୍ରେଟର ହାଇଦ୍ରାବାଦ ନଗର ନିଗମ-ଜିଏଚଏମସି (Greater Hyderabad Municipal Corporation-GHMC) ନିର୍ବାଚନ ୨୦୨୦ ଲାଗି ଜାରି ରହିଛି ଭୋଟ ଗଣତି। ପ୍ରଥମେ ବାଲାଟ ପେପର (Ballot Paper) ଭୋଟ ଗଣାଯିବ ପରେ ନିର୍ବାଚନକୁ ନେଇ ଉତ୍ସାହିତ ରହିଥିବା ବିଜେପି (BJP) ପଛୁଆ ରହିଛି। ଅନ୍ୟପଟେ ହାଇଦ୍ରାବାଦ ଲୋକସଭା ସାଂସଦ (Hyderabad Lok Sabha MP)  ଅସାଦୁଦ୍ଦିନ ଓୱେସୀ  (Asaduddin Owaisi) ନେତୃତ୍ୱାଧିନ ଅଲ ଇଣ୍ଡିଆ ମଜଲିସ ଇ ଇତ୍ତେହାଦୁଲ ମୁସଲିମିନ-ଏଆଇଏମଆଇଏମ (All India Majlis-e-Ittehadul Muslimeen-AIMIM) ଆଗୁଆ ରହିଛି। 

Also Read: 'ନିଜାମଙ୍କ କବଳରୁ ମୁକ୍ତ ହେବ ହାଇଦ୍ରାବାଦ'

ଅନ୍ୟପଟେ ରାଜ୍ୟରେ କ୍ଷମତାସୀନ ତେଲେଙ୍ଗାନା ରାଷ୍ଟ୍ର ସମିତି-ଟିଆରଏସ (TRS-Telangana Rashtra Samithi) ସମସ୍ତ ପ୍ରତିଦ୍ୱନ୍ଦୀଙ୍କ ଠାରୁ ଆଗରେ ରହିଛି। ଟିଆରଏସ ୬୭ଟି ସହ ପ୍ରଥମ, ଏଆଇଏମଆଇଏମ ୩୨ଟି ସିଟ ସହ ଦ୍ୱିତୀୟ, ବିଜେପି ୧୩ଟି ସହ ତୃତୀୟ, କଂଗ୍ରେସ (Congress) ୩ଟି ସିଟରେ ଆଗୁଆ ରହିଛି। ହାଇଦ୍ରାବାଦର ପୂର୍ବତନ ମେୟର ତଥା ଏଆଇଏମଆଇଏମ ପ୍ରାର୍ଥୀ ମହମ୍ମଦ ମାଜିଦ ହୁସେନ ଜିଏଚଏମସି ନିର୍ବାଚନରେ ବାଜିମାତ କରିଛନ୍ତି।  

Also Read: ହାଇଦ୍ରାବାଦର ନା' ହେବ ଭାଗ୍ୟନଗର !

 

ଜିଏଚଏମସି ନିର୍ବାଚନ ୨୦୨୦ ଫଳାଫଳ ଉପରେ ପ୍ରତିକ୍ରିୟା ରଖି ତେଲେଙ୍ଗାନାର ନିଜାମାବାଦ ଲୋକସଭା (Nizamabad Lok Sabha) ବିଜେପି ସାଂସଦ (BJP MP) ଡି.ଅରବିନ୍ଦ (D.Aravind) କହିଛନ୍ତି ହାଇଦ୍ରାବାଦ ନଗର ନିଗମ ନିର୍ବାଚନ ଶାସକ ଟିଆରଏସ ଲାଗି ଏକ ସତର୍କ ଘଣ୍ଟି ସଦୃଶ୍ୟ। ଲୋକ ପରିବର୍ତ୍ତନ ଚାହୁଁଛନ୍ତି। ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ରାଜ୍ୟର ୧୫ଟି ଲୋକସଭା ଆସନ ହାତେଇବ।         

Also Read: ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଅବତାର ହେଉଛନ୍ତି ଓୱେସୀ: ତେଜସ୍ୱୀ ସୂର୍ଯ୍ୟା

ପ୍ରଥମେ ଭୋଟ ଗଣତି ବେଳେ ବିଜେପି ୫୧, ଟିଆରଏସ ୨୭, ଏଆଇଏମଆଇଏମ ୧୨ ଆସନରେ ଆଗୁଆ ରହିଥିଲେ। ଏବେ ବାଲାଟ ପେପର ଭୋଟ ଗଣନା କରାଯାଉଛି। ବିଜେପି ପ୍ରାରମ୍ଭିକ ସମୟରେ ୩୨ଟି ଆସନରେ ଆଗୁଆ ରହିଥିଲା। ଅନ୍ୟପଟେ ଟିଆରଏସ୍ ୩୮, ଏଆଇଏମଆଇଏମ ୬ ସିଟରେ ଆଗରେ ରହିଥିଲେ। ଚଳିତ ଥର ଅନୁଷ୍ଠିତ ହୋଇଥିବା ଜିଏଚଏମସି ନିର୍ବାଚନରେ ୭୪ ଲକ୍ଷ ୪୪ ହଜାର ୨୬୦ ମତଦାତା ମତଦାନ କରିଥିଲେ। ଅନ୍ୟପଟେ ଏହି ନିର୍ବାଚନରେ ମୋଟ ୧୧୨୨ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଛନ୍ତି।  

Also Read: ଓୱେସୀଙ୍କ ବେକରେ ଟିଆରଏସ ଫାଶ; ଜନତା ମାଗିଲେ ହିସାବ

 

ଏଥରର ହାଇଦ୍ରାବାଦ ନଗର ନିଗମ ନିର୍ବାଚନ କୌଣସି ଜାତୀୟ ନିର୍ବାଚନ ଠାରୁ କମ ନୁହେଁ। ଏହି ନିର୍ବାଚନକୁ ନେଇ ବେଶ ଉତ୍ସାହିତ ହୋଇଉଠିଥିବା ବିଜେପି ଦଳର ଚାଣକ୍ୟ କୁହାଯାଉଥିବା ଗୃହମନ୍ତ୍ରୀ ଅମିତ ଶାହା, ଦଳୀୟ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏବଂ ୟୁପି ସିଏମ ଯୋଗୀଙ୍କ ଭଳି ଦଳର ଜାତୀୟ ସ୍ତରର ନେତାଙ୍କୁ ଏହି ନିର୍ବାଚନ ରଣାଙ୍ଗନରେ ଦେଖିବାକୁ ମିଳିଥିଲା । ଅନ୍ୟପଟେ ଦଳ ଲାଗି ପ୍ରଚାର କରିବାକୁ ଓହ୍ଲାଇଥିଲେ ହାଇଦ୍ରବାଦ ସାଂସଦ ଅସାଦୁଦ୍ଦିନ ଓୱେସୀ ।