୨ ଜିଲ୍ଲାପାଳଙ୍କ ସମେତ ୫ ଏସ୍‍ପି ଓ ସେଣ୍ଟ୍ରାଲ୍‍ ଆଇଜିଙ୍କୁ ତୁରନ୍ତ ବଦଳି ନିର୍ଦ୍ଦେଶ
Advertisement

୨ ଜିଲ୍ଲାପାଳଙ୍କ ସମେତ ୫ ଏସ୍‍ପି ଓ ସେଣ୍ଟ୍ରାଲ୍‍ ଆଇଜିଙ୍କୁ ତୁରନ୍ତ ବଦଳି ନିର୍ଦ୍ଦେଶ

କଟକ, ଜଗତସିଂହପୁର ଜିଲ୍ଲାପାଳଙ୍କ ସମେତ ୫ ଏସ୍‍ପି ଓ ସେଣ୍ଟ୍ରାଲ୍‍ ଆଇଜିଙ୍କୁ ତୁରନ୍ତ ବଦଳି ନିର୍ଦ୍ଦେଶ

୨ ଜିଲ୍ଲାପାଳଙ୍କ ସମେତ ୫ ଏସ୍‍ପି ଓ ସେଣ୍ଟ୍ରାଲ୍‍ ଆଇଜିଙ୍କୁ ତୁରନ୍ତ ବଦଳି ନିର୍ଦ୍ଦେଶ

ଭୁବନେଶ୍ୱର: ନିର୍ବାଚନ କାର୍ଯ୍ୟର ସୁପରିଚାଳନା ତଥା ଆଦର୍ଶ ଆଚରଣ ବିଧି ପାଳନ ଲାଗି ଆଜି ଭାରତର ନିର୍ବାଚନ କମିଶନର ୨ ଜିଲ୍ଲାପାଳ ଓ ୬ ବରିଷ୍ଠ ଆଇପିଏସ୍‍ଙ୍କ ତୁରନ୍ତ ବଦଳି ଲାଗି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ମୁଖ୍ୟ ସଚିବଙ୍କୁ  ଲେଖିଥିବା ଏକ ପତ୍ରରେ ଦର୍ଶାଯାଇଛି ଯେ, ଏମାନଙ୍କୁ ନିର୍ବାଚନ ହେଉ ନଥିବା କୌଣସି ସ୍ଥାନକୁ ବଦଳି କରାଯାଉ। ଏମାନଙ୍କ ଭିତରେ ରହିଛନ୍ତି କଟକ ଜିଲ୍ଲାପାଳ ତଥା ୨୦୧୨ ବ୍ୟାଚ୍‍ ଆଇଏଏସ୍‍ ଅଧିକାରୀ ବିନିତ ଭରଦ୍ୱାଜ ଏବଂ ୨୦୧୫ ଆଇଏଏସ୍‍ ଅଧିକାରୀ ତଥା ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟ୍ଓ୍ୱାରୀ। ତାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗକୁ ଯାଞ୍ଚ କରିବା ପରେ ନିର୍ବାଚନ କମିଶନ ଏହି ଆଦେଶ ଦେଇଛନ୍ତି।

ଏହି ଦୁଇ ଜିଲ୍ଲାପାଳଙ୍କ ସହ ନିର୍ବାଚନ ସମୟରେ ସ୍ୱଚ୍ଛତା ରକ୍ଷା କରିବାରେ ଅକ୍ଷମ ଅଭିଯୋଗ ଆସିବା ପରେ ୬ଜଣ ଆଇପିଏସ୍‍ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏମାନଙ୍କ ଭିତରେ ବରିଷ୍ଠ ଆଇପିଏସ୍‍ ତଥା କେନ୍ଦ୍ରୀୟ ଆଇଜି ତଥା ୨୦୦୪ ବ୍ୟାଚ୍‍ ଆଇପିଏସ୍‍ ଅଧିକାରୀ ଆଶୀଷ କୁମାର ସିଂହ। ଶ୍ରୀମନ୍ଦିର ପ୍ରକଳ୍ପ ଉଦ୍‍ଘାଟନ ସମୟରେ ଏହାଙ୍କ ଭୂମିକାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

ସେହିପରି ତାଲିକାରେ ରହିଛନ୍ତି ଅନୁଗୁଳ ଏସ୍‍ପି ସୁଧାଂଶୁ ଶେଖର ମିଶ୍ର, ବ୍ରହ୍ମପୁର ଏସ୍‍ପି ସର୍ବଣା ବିବେକ, ଖୋର୍ଦ୍ଦା ଏସ୍‍ପି ଯୁଗଳ କିଶୋର ବାନୋଥ, ସୁନ୍ଦରଗଡ଼ ଏସ୍‍ପି ଡ. କୁଅଁର ବିଶାଳ ସିଂହ ଏବଂ ରାଉରକେଲା ଏସ୍‍ପି ମିତ୍ରଭାନୁ ମହାପାତ୍ର। ପୁଣି ନିର୍ବାଚନ କମିଶନର ଏମାନଙ୍କ ପଦବୀରେ ନୂତନ ନିଯୁକ୍ତି ସିଧାସଳଖ ନକରି ପ୍ରତି ପଦବୀ ଲାଗି ତିନିଜଣ ଯୋଗ୍ୟ ଅଧିକାରୀଙ୍କ ନାଁ ସୁପାରିସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ।

Also Read- Marriage 2024: ଏପ୍ରିଲରେ ବିବାହ ପାଇଁ କେବଳ ୪ ଟି ଦିନ, ଜାଣନ୍ତୁ ତାରିଖ ଓ ସମୟ...

Also Read- Sukra Rahu Yuti: ସୂର୍ଯ୍ୟ-ରାହୁଙ୍କ ସହ ଶୁକ୍ରଙ୍କ ମିଶ୍ରଣ, ଏହି ରାଶିକୁ ବଡ଼ ଲାଭ