Puri Jagannath Temple: ବୁଧବାର ଶ୍ରୀଜିଉଙ୍କ ବନକଲାଗି ନୀତି, ଏତିକି ସମୟ ବନ୍ଦ ରହିବ ସାଧାରଣ ଦର୍ଶନ
Advertisement
Article Detail0/zeeodisha/odisha1835910

Puri Jagannath Temple: ବୁଧବାର ଶ୍ରୀଜିଉଙ୍କ ବନକଲାଗି ନୀତି, ଏତିକି ସମୟ ବନ୍ଦ ରହିବ ସାଧାରଣ ଦର୍ଶନ

Jagannath Temple: ମହାପ୍ରଭୁ ମାନବଦେହୀ ଅଟନ୍ତି । ଭକ୍ତଟିଏ ଯେଭଳି କ୍ଷୌରକର୍ମ କରି ମୁଖ ସଜ୍ଜା କରେ, ସେଭଳି ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର ବା ବନକଲାଗି କରାଯାଇଥାଏ। ସ୍ବତ୍ବଲିପି ଅନୁଯାୟୀ, କାହିଁ କେଉଁ କାଳରୁ ଏହି ବନକଲାଗି ନୀତି ହୋଇଆସୁଛି।

ସୌ(ସୋସିଆଲ ମିଡିଆ)

Puri Jagannath Temple: ବୁଧବାର ଦିନ ହେବ ଶ୍ରୀଜିଉଙ୍କ ବନକଲାଗି ନୀତି (Banaka lagi ritual) । ଶ୍ରାବଣ ଶୁକ୍ଲ ସପ୍ତମୀ ତିଥିରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି । ଦ୍ବିତୀୟ ଭୋଗ ମଣ୍ତପ ଶେଷ ହେବା ପରେ ଶ୍ରୀବିଗ୍ରମାନଙ୍କ ବନକଲାଗି କରାଯିବ । ଏହି ବିଶେଷ ରୀତିନୀତି ଲାଗି ଭକ୍ତମାନଙ୍କ ପାଇଁ ପ୍ରାୟ ୪ ଘଣ୍ଟା ଧରି ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

ସୂଚନା ଅନୁଯାୟୀ, ଦ୍ବିତୀୟ ଭୋଗ ମଣ୍ତପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ପ୍ରାକୃତିକ ପ୍ରାଣାଳୀରେ ତିଆରି ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ହିଙ୍ଗୁଳ, ହରିତାଲ, କସ୍ତୁରୀ, ନାଲି, ଧଳା ଓ କଳା ଆଦି ରଙ୍ଗରେ ଚମକିବ ମହାପ୍ରଭୁଙ୍କ ଶ୍ରୀମୁଖ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ବୁଧବାର ଦିନ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଅର୍ଥାତ୍ ପ୍ରାୟ ୪ ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ (Srimandir Temple Administration) ପକ୍ଷରୁ ସୂଚନା ଦିଆଯାଇଛି । ବନକଲାଗି ନୀତି ପରେ ମହାପ୍ରଭୁଙ୍କ ମହାସ୍ନାନ କରାଯିବା ପରେ ସାଧାରଣ ଦର୍ଶନ ଅନୁଷ୍ଠିତ ହେବେ ।

ସେପଟେ, ଶ୍ରୀମନ୍ଦିର ନାଟମଣ୍ତପ ଓ ଅନ୍ୟାନ୍ୟ ମରାମତି ନେଇ ଶ୍ରୀମନ୍ଦିର ପ୍ରଶାସନ ସହ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ ସୋମବାର ଦିନ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏହି ବୈଠକର ଅଧ୍ଯକ୍ଷତା କରିଥିଲେ । ଏଥିରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଭୁବନେଶ୍ବର ମଣ୍ତଳ ଅଧୀକ୍ଷକ ଡଃ ଡି଼.ବି ଗଡ଼ନାୟକ, ସହକାରୀ ଅଧୀକ୍ଷକ ଚିତ୍ତରଞ୍ଜନ ଦାସ, ପ୍ରତ୍ନତତ୍ତ୍ବ ବିଭାଗ ନିର୍ଦ୍ଦେଶକ ଭୀମ ଆଜମିରା, ବରିଷ୍ଠ ସଂରକ୍ଷକଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନର ବୈଷୟିକ ଦଳ ଉପସ୍ଥିତ ରହିଥିଲେ । ଏନେଇ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଭୁବନେଶ୍ବର ମଣ୍ତଳ ଅଧୀକ୍ଷକ କହିଛନ୍ତି ଯେ, ଚଳିତ ରଥଯାତ୍ରା ସମୟରେ ଶ୍ରୀମନ୍ଦିରରେ କେଉଁ ସବୁ ମରାମତି କାମ କରାଯାଇଥିଲା ଓ କେଉଁ ସବୁ କାମ ଏବେ ସୁଦ୍ଧା ବାକି ରହିଛି ଏନେଇ ବୈଠକରେ ସମୀକ୍ଷା କରାଯାଇଛି । ଏହାସହ ଶ୍ରୀମନ୍ଦିର ନାଟମଣ୍ତପରେ (Nata Mandap)। ଫାଟ ରହିଛି, ଯାହାର ବିଗତ ୫ ବର୍ଷ ହେବ ଅନୁଧ୍ୟାନ କରାଯାଉଛି । ବର୍ତ୍ତମାନ ଏହି ଫାଟ ଅଧିକ ବଢିନାହିଁ ତେଣୁ ଭୟଭୀତ ହେବାର ନାହିଁ । ନାଟମଣ୍ତପର ମରାମତି ନେଇ ଚିନ୍ତା କରାଯାଉଛି । ଷ୍ଟ୍ରକଚର ଡ଼ିଜାଇନ ଅନୁମୋଦନ ପରେ ଏହାର ମରାମତି କାମ ଆରମ୍ଭ କରାଯିବ । ଏହାସହ ଜଗମୋହନ (Jagmohan) ସମ୍ମୁଖ ଭାଗର ବିଭିନ୍ନ ସ୍ଥାନ ଓ ଗରୁଡ଼ ସ୍ତମ୍ଭ ଉପରେ ଫାଟ ରହିଛି । ଜଗମୋହନ ଭିତର ପାର୍ଶ୍ବକୁ ଯେଭଳି ଭାବେ ମରାମତି କରାଯାଇଥିଲା, ନାଟମଣ୍ଡପକୁ ମଧ୍ଯ ସେଭଳି ମରାମତି କରାଯିବ।

Also Read-Road Accident: ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୦ ଯାତ୍ରୀ ଆହତ

ଅନ୍ୟପଟେ, ଉତ୍ତରଦ୍ବାର ଗୁମୁଟ ଦେଇ ଦିବ୍ୟାଙ୍ଗମାନେ ସୁବିଧାର ଦର୍ଶନ କରିବା ନେଇ ପଥରର ସ୍ଥାୟୀ ରାମ୍ପ୍ କରାଯିବ ବୋଲି ଏହି ବୈଠକରେ ନିଷ୍ପତି ନିଆଯାଇଛି। ଏନେଇ ନୂତନ ଭାବେ ଗଠିତ ହୋଇଥିବା କୋର କମିଟିର ପରାମର୍ଶ ନିଆଯିବ । ଏହାସହ ଆଇଆଇଟି ଖଡ଼ଗପୁର, ଅନ୍ୟ ବୈଷୟିକ ଜ୍ଞାନ ଥିବା ବ୍ୟକ୍ତି ବିଶେଷଙ୍କ ଆବଶ୍ୟକ ପରାମର୍ଶ ନେଇ ମରାମତି କାର୍ଯ୍ୟ ହେବ। ଷ୍ଟ୍ରକଚରାଲ୍‌ ଡିଜାଇନ୍‌ ଅନୁମୋଦନ ପରେ ମରାମତି କାମ ଆରମ୍ଭ ହେବ ବୋଲି ସେ ମତ ଦେଇଛନ୍ତି।