Ratnabhandar News: ଖୋଲିବ ରତ୍ନଭଣ୍ଡାର, ସୂଚନା ଦେଲେ କମିଟି ଅଧ୍ୟକ୍ଷ
Advertisement
Article Detail0/zeeodisha/odisha2328479

Ratnabhandar News: ଖୋଲିବ ରତ୍ନଭଣ୍ଡାର, ସୂଚନା ଦେଲେ କମିଟି ଅଧ୍ୟକ୍ଷ

ପୁରୀ: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରକୁ ନେଇ ବଡ଼ ନିଷ୍ପତ୍ତି। ଆସନ୍ତା ଜୁଲାଇ ୧୪ ତାରିଖରେ ଖୋଲାଯିବ ରତ୍ନଭଣ୍ଡାର। ଏହି ଦିନ ମଧ୍ୟ ମୁଖ୍ୟ ପ୍ରଶାସକ କମିଟିରେ ଚାବି ଦାଖଲ କରିବା ପାଇଁ କୁହାଯାଇଥିବା ବେଳେ ଚାବିରେ ନ ଖୋଲିଲେ ମଧ୍ୟ ଏହାକୁ ଭାଙ୍ଗିବା ପାଇଁ ରାଜ୍ୟ ସରକାରଙ୍କ ଅନୁମତି ଅଣାଯିବ। ରତ୍ନଭଣ୍ଡାର ଗଣତି ପାଇଁ ବିକଳ୍ପ ସ୍ଥାନ ନିର୍ଦ

Ratnabhandar News: ଖୋଲିବ ରତ୍ନଭଣ୍ଡାର, ସୂଚନା ଦେଲେ କମିଟି ଅଧ୍ୟକ୍ଷ

Ratnabhandar News: ପୁରୀ: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରକୁ ନେଇ ବଡ଼ ନିଷ୍ପତ୍ତି। ଆସନ୍ତା ଜୁଲାଇ ୧୪ ତାରିଖରେ ଖୋଲାଯିବ ରତ୍ନଭଣ୍ଡାର। ଏହି ଦିନ ମଧ୍ୟ ମୁଖ୍ୟ ପ୍ରଶାସକ କମିଟିରେ ଚାବି ଦାଖଲ କରିବା ପାଇଁ କୁହାଯାଇଥିବା ବେଳେ ଚାବିରେ ନ ଖୋଲିଲେ ମଧ୍ୟ ଏହାକୁ ଭାଙ୍ଗିବା ପାଇଁ ରାଜ୍ୟ ସରକାରଙ୍କ ଅନୁମତି ଅଣାଯିବ। ରତ୍ନଭଣ୍ଡାର ଗଣତି ପାଇଁ ବିକଳ୍ପ ସ୍ଥାନ ନିର୍ଦ୍ଧାରିତ ହୋଇଛି ଓ ଏହାର ମରାମତି ପାଇଁ ଅଳଙ୍କାର ସ୍ଥାନାନ୍ତର କରାଯିବ। ସେହିପରି ଅଳଙ୍କାରର ମୂଲ୍ୟାୟନ ଓ ଗଣତି ମଣତି ବିଶେଷଜ୍ଞ ନିଯୁକ୍ତ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବ ରତ୍ନଭଣ୍ଡାର ତଦାରଖ କମିଟି।

ଆସନ୍ତା ୧୪ ତାରିଖରେ ଖୋଲାଯିବ ରତ୍ନଭଣ୍ଡାର। ଚାବିରେ ଖୋଲୁ କି ନ ଖୋଲୁ ରତ୍ନଭଣ୍ଡାର ଯେମିତି ହେଲେ ଖୋଲାଯିବ।  ଏକଥା କହିଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ। ରାଜ୍ୟ ସରକାରାଙ୍କ ଅନୁମତି ନିଆଯାଇ ଆବଶ୍ୟକ ହେଲେ ଚାବି ଭଙ୍ଗାଯିବ ବୋଲି ନିଷ୍ପତ୍ତି ନେଇଛି ରତ୍ନଭଣ୍ଡାର କମିଟି। ଗତ ବୈଠକ ନିଷ୍ପତ୍ତି ଅନୁଯାୟୀ ଆଜି ରତ୍ନ ଭଣ୍ଡାର ଚାବି ଦାଖଲ ହୋଇପାରିନଥିବା ବେଳେ ଆସନ୍ତା ୧୪ ତାରିଖରେ ଏହାକୁ ଦାଖଲ କରିବାକୁ କୁହାଯାଇଛି। ରତ୍ନଭଣ୍ଡାରରେ ଥିବା ଆଭୂଷଣର ଗଣତି ମଣତି ପାଇଁ ଏସଓପି ପ୍ରସ୍ତୁତ କରାଯାଉଛି । ୧୯୭୮ ମସିହା ରତ୍ନଗଣତି ରିପୋର୍ଟ ଆଧାରରେ ରତ୍ନଗଣତି ହେବ ଓ ଏଥିପାଇଁ ବିଶେଷଜ୍ଞ, ସ୍ବର୍ଣ୍ଣକାର ଓ ଅତ୍ୟାଧୁନିକ ବ୍ୟବସ୍ଥାର ଉପଯୋଗ କରାଯିବ। ରତ୍ନଭଣ୍ଡାର ତଦାରଖ କମିଟିର ର ଆଜିର ଦ୍ଵିତୀୟ ବୈଠକ ପରେ ନିଷ୍ପତି ନିଆଯାଇଛି।

ସେପଟେ ରତ୍ନଭଣ୍ଡାର ମରାମତି ପାଇଁ ବିକଳ୍ପ ସ୍ଥାନ ଚିହ୍ନଟ କରାଯାଇଛି। ରତ୍ନଭଣ୍ଡାରରୁ ଉକ୍ତ ସ୍ଥାନକୁ ରତ୍ନଅଳଙ୍କାର ସ୍ଥାନାନ୍ତର ସହ ସୁରକ୍ଷା ବନ୍ଦୋବସ୍ତ ମଧ୍ୟରେ ଏହାର ଆକଳନ କାରାଯିବ। ଏହାର ଗଣତି ମଣତି ପାଇଁ ବିଶେଷଜ୍ଞ, ସ୍ବର୍ଣ୍ଣକାର  ଓ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯିବ। ଏହା ଏକ ଦୀର୍ଘସ୍ଥାୟୀ ପ୍ରକ୍ରିୟା ହୋଇଥିବାରୁ ରଥଯାତ୍ରା ପରେ ମଧ୍ୟ ଏହା ଜାରିରହିବ। ତେବେ ମହାପ୍ରଭୁଙ୍କ ନୀତି ଓ ଦର୍ଶନରେ ବ୍ୟାଘାତ ନକରି ଏହି ଗଣତି ମଣତି କରାଯିବ। ଏଥିପାଇଁ ସ୍ୱତନ୍ତ୍ର ଏସଓପି ପ୍ରସ୍ତୁତ କରାଯାଉଛି। ତେବେ କମିଟିର ଏହି ନିଷ୍ପତିକୁ  ସେବାୟତ ମାନେ ସ୍ୱାଗତ କରିଛନ୍ତି।

ଆଜିର ଏହି ବୈଠକ ପରେ ରତ୍ନଭଣ୍ଡାର ଖୋଲିବା ନେଇ ଦ୍ୱନ୍ଦ୍ୱ ଦୂର ହୋଇଥିବାବେଳେ ସମସ୍ତଙ୍କ ଅପେକ୍ଷା ରହିଛି ଆସନ୍ତା 14 ତାରିଖ ରେ ରତ୍ନଭଣ୍ଡାର ଖୋଲିବାକୁ ନେଇ l ତେବେ ଚାବିରେ ଖୋଲାଯିବ କିମ୍ବା ଭଂଗାଯିବ ତାହା ଉପରେ ରହିଛି ସମସ୍ତଙ୍କ ନଜର l