Asia's longest cycle abhiyan: ୧୧ରୁ ଆରମ୍ଭ ହେବ ଏସିଆର ଦୀର୍ଘତମ ସାଇକେଲ ଅଭିଯାନ, ୧୩ ଦିନରେ ୧୩୦୦ କିମି କରିବ ଯାତ୍ରା
Advertisement

Asia's longest cycle abhiyan: ୧୧ରୁ ଆରମ୍ଭ ହେବ ଏସିଆର ଦୀର୍ଘତମ ସାଇକେଲ ଅଭିଯାନ, ୧୩ ଦିନରେ ୧୩୦୦ କିମି କରିବ ଯାତ୍ରା

‘ଟୁର୍-ଦେ-କଳିଙ୍ଗ’ ୨୦୧୫ ଠାରୁ ସାମାଜିକ ବିକାଶ ପ୍ରସଙ୍ଗରେ ଦୀର୍ଘତମ ସମ୍ପ୍ରଦାୟ ଭିତ୍ତିକ ସାଇକେଲ ଅଭିଯାନ ଭାବରେ ଉଭା ହୋଇଛି ଯେଉଁଥିରେ ପୁରା ଭାରତର ବିଭିନ୍ନ ପ୍ରାନ୍ତରୁ ସାଇକେଲ ଚାଳକ ଅଂଶଗ୍ରହଣ କରିଥାନ୍ତି।

Asia's longest cycle abhiyan: ୧୧ରୁ ଆରମ୍ଭ ହେବ ଏସିଆର ଦୀର୍ଘତମ ସାଇକେଲ ଅଭିଯାନ, ୧୩ ଦିନରେ ୧୩୦୦ କିମି କରିବ ଯାତ୍ରା

Asia's longest cycle abhiyan: ଭୁବନେଶ୍ବର: ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏସିଆର ଦୀର୍ଘତମ ସାଇକେଲ ଅଭିଯାନ (Asia's longest cycle abhiyan)। ରୁଟ୍ସ ଅଫ ଓଡ଼ିଶା ଫାଉଣ୍ଡେସନ ଏହି ଦୀର୍ଘତମ ସାଇକେଲ ଅଭିଯାନ ଆୟୋଜିତ କରୁଛି। ୨୦୧୫ ମସିହାରୁ ରୁଟ୍ସ ଅଫ ଓଡ଼ିଶା ଫାଉଣ୍ଡେସନ (Routes of Foundation) ଏହି ଅଭିଯାନ ଚଳାଇ ଆସୁଛି। ତେବେ ଏହି ଅଭିଯାନର ନାଁ ଟୁର-ଦେ-କଳିଙ୍ଗ (Tour-de-Kalinga) ରଖାଯାଇଛି। ଓଡ଼ିଶାର ମୂଳ ଇତିହାସ ସହିତ ସଂଯୋଗ ହେବା ଏବଂ ଓଡିଶାର ପରମ୍ପରା  ଏବଂ ଚିନ୍ତାଧାରାକୁ ଲୋକଲୋଚନକୁ ଆଣିବା ସାହ  ଦ୍ରୁତ ସମୃଦ୍ଧି  ପାଇଁ ସମାଧାନ ପ୍ରଦାନ କରିବା ଲକ୍ଷ୍ୟରେ ରୁଟ୍ସ ଅଫ୍ ଓଡିଶା ଫାଉଣ୍ଡେସନ୍ ଏହି ସାଇକେଲ ଅଭିଯାନ ଆୟୋଜନ କରିଆସୁଛି।

ଏହି ଅଭିଯାନ ସମୟରେ ବିଭିନ୍ନ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଏବଂ ଗ୍ରାମରେ ପ୍ରଦୂଷଣ, ଗ୍ଲୋବାଲ ୱାର୍ମିଂ ଏବଂ ଡ୍ରଗ୍ ଅପବ୍ୟବହାର ଭଳି  ବୃହତ ପ୍ରସଙ୍ଗ ଉପରେ ସମ୍ବେଦନଶୀଳ ହେବା ପାଇଁ ଜନସାଧାରଣ ଙ୍କୁ ଜାଗୃତ କରିବା ସହ ସଚେତନତା ଆଦି କାର୍ଯ୍ୟକ୍ରମର ଆୟୋଜନ କରାଯିବ।
‘ଟୁର୍-ଦେ-କଳିଙ୍ଗ’, ଓଡିଶାରେ ଏକ ସ୍ବତନ୍ତ୍ର ସାଇକେଲ କରିଡର ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ଯାହା ଓଡିଶାର ଇକୋଟୋରିଜିମ୍, ସ୍ଥାନୀୟ ନିଯୁକ୍ତି ଏବଂ ଆର୍ଥିକ ବିକାଶ ରେ ଉନ୍ନତି ଆଣିପାରିବ। 
ଚଳିତ  ବର୍ଷ ‘ଟୁର୍-ଦେ-କଳିଙ୍ଗ’ର ବ୍ରିଗେଡ୍ ଆସନ୍ତା ୧୧ ତାରିଖରେ ଭୁବନେଶ୍ୱରରୁ କୋରାପୁଟ ଅଭିମୁଖେ ଯାତ୍ରା ଆରମ୍ଭ କରିବେ। ପୁନର୍ବାର ଭୁବନେଶ୍ୱରକୁ ଫେରିବେ ଯାହାର ଦୂରତା ପାଖାପାଖି ୧୩୦୦ କିଲୋମିଟର ହେବ। ଏହି ସାଇକେଲ ଅଭିଯାନ ସମୟରେ ୧୦ଟି ଜିଲ୍ଲା ଭ୍ରମଣ କରିବାର କାର୍ଯକ୍ରମ ରହିଛି। ଏହି ଅଭିଯାନ ମାତ୍ର ୧୩ ଦିନ ମଧ୍ୟରେ ଶେଷ ହେବ। ପ୍ରଥମ ଦିନରେ ସାଇକେଲ ଆରୋହୀମାନେ କୋଣାର୍କ, ପିପିଲି ଏବଂ ରଘୁରାଜପୁର ଦେଇ ପୁରୀ ପରିଦର୍ଶନ କରିବ। କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତୀ ବେହେରା କଳିଙ୍ଗ  ଷ୍ଟାଡିୟମରୁ ଏହି ଅଭିଯାନକୁ ଉଦଘାଟନ କରିବାର ଯୋଜନା କରାଯାଇଛି।

‘ଟୁର୍-ଦେ-କଳିଙ୍ଗ’ ୨୦୧୫ ଠାରୁ ସାମାଜିକ ବିକାଶ ପ୍ରସଙ୍ଗରେ ଦୀର୍ଘତମ ସମ୍ପ୍ରଦାୟ ଭିତ୍ତିକ ସାଇକେଲ ଅଭିଯାନ ଭାବରେ ଉଭା ହୋଇଛି ଯେଉଁଥିରେ ପୁରା ଭାରତର ବିଭିନ୍ନ ପ୍ରାନ୍ତରୁ ସାଇକେଲ ଚାଳକ ଅଂଶଗ୍ରହଣ କରିଥାନ୍ତି।

ନିକଟରେ ଟୁର୍-ଦେ-କଳିଙ୍ଗ’ର ବୁକଲେଟ୍ ରୁଟ୍ସ ଅଫ୍ ଓଡିଶା ଫାଉଣ୍ଡେସନର ଅଧ୍ୟକ୍ଷ ସୁଧୀର ଦାଶଙ୍କ ଉପସ୍ଥିତିରେ କ୍ରୀଡ଼ା, ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଉନ୍ମୋଚନ କରିଥିଲେ । ଏହି ଅଭିଯାନର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରି ଅଧକ୍ଷ, ରୁଟ୍ସ ଅଫ୍ ଓଡିଶା ଫାଉଣ୍ଡେସନ୍, ସୁଧୀର ଦାଶ କହିଛନ୍ତି , ଓଡ଼ିଶାର ସୁଦୀର୍ଘ  ସୁବର୍ଣ୍ଣ ବେଳାଭୂମି, ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରର ଐତିହ, ପୁରୀ ଜଗନ୍ନାଥ ମନ୍ଦିର, ମନ୍ଦିରମାଳିନୀ  ସହର ଭୁବନେଶ୍ୱର, ଏସିଆର ସବୁଠୁ ବଡ଼ ଲୁଣି ଜଳ ହ୍ରଦ ଚିଲିକା,  ଘଞ୍ଚ ଜଙ୍ଗଲ, ହାତୀ ଏବଂ ବାଘ ସଂରକ୍ଷଣ ସ୍ଥାନ, ମନ୍ତ୍ରମୁଗ୍ଧକାରୀ ପୂର୍ବ ଘାଟ, ରାଗି ଏବଂ ଆଲସି ଚାଷ, ନୃତ୍ୟ, କଳା, ଉତ୍ତର ଏବଂ ଦକ୍ଷିଣ ଭାରତୀୟ ରୋଷେଇର ମିଶ୍ରଣ, ଶାନ୍ତିପୂର୍ଣ୍ଣ ଏବଂ ଆତିଥ୍ୟଭାବ ରଖୁଥିବା ଲୋକେ ତଥା ମହାନ ସମ୍ରାଟ ଅଶୋକାଙ୍କ ଦେଶ ଯିଏ ବୌଦ୍ଧ ଧର୍ମ ଏବଂ ବିଶ୍ବ ପ୍ରସିଦ୍ଧ ରଥ ଯାତ୍ରକୁ ଆପଣାଇଥିଲେ ସେହି ସ୍ଥାନ ହେଉଛି ଓଡ଼ିଶା ଯେଉଁଠି ସାଇକେଲ ରେ ଯାତ୍ରା କରିବାର ଅଭିଯାନ ସମ୍ପୂର୍ଣ ଭାବେ ନିଆରା ଅନୁଭୂତି ଅଟେ।  
 
ଏହି ଅଭିଯାନର ପ୍ରଥମ ଦିନ ଡିସେମ୍ବର ୧୧ରେ ଭୁବନେଶ୍ୱରରୁ କୋଣାର୍କ ଦେଇ ପୁରୀ ପର୍ଯ୍ୟନ୍ତ ୧୦୩ କିଲୋମିଟର ଦୂରତା  ପର୍ଯ୍ୟନ୍ତ ଯାତ୍ରା ଆରମ୍ଭ ହେବ, ଭ୍ରମଣର ଦ୍ୱିତୀୟ ଦିନ ପୁରୀ-ସାତପଡା-ଛତ୍ରପୁର ଯିବ ଯାହାର ଦୂରତା ୧୩୧ କିଲୋମିଟର ହେବ ସେହିପରି ଭ୍ରମଣର ତୃତୀୟ ଦିନରେ  ଛତ୍ରପୁର- ବ୍ରହ୍ମପୁର-ଚନ୍ଦ୍ରଗିରି ଭ୍ରମଣ କରିବା ଯାହାର ଦୂରତା ୧୦୩ କି ମି, ଚତୁର୍ଥ ଦିନ ଚନ୍ଦ୍ରଗିରି - ପଦମପୁର - ପାରଲାଖେମୁଣ୍ଡି ଏହି ଦଳ ଭ୍ରମଣ କରିବେ ଯାହାର ଦୂରତା ୧୦୦ କି.ମି., ପାରଳାଖେମୁଣ୍ଡି - ଗୁଣପୁର-ରାୟଗଡା ଠାରୁ ପଞ୍ଚମ ଦିନ ଆରମ୍ଭ ହେବ ଯାହାର ଦୂରତା ୧୩୭ କିମି, ଷଷ୍ଠ ଦିନ ରାୟଗଡା - ଲକ୍ଷ୍ମୀପୁର - କୋରାପୁଟରେ ଏହି ଦଳ ପହଞ୍ଚିବ। 

ସପ୍ତମ ଦିନଟି ଦେଓମାଲି ପର୍ବତ, ଗ୍ରାମ ହାଟ, ରାଗି ଚାଷ କ୍ଷେତ୍ର, ପାରମ୍ପାରିକ କୃଷି କ୍ଷେତ  ପରିଦର୍ଶନ ସହିତ ବିଶ୍ରାମ ଦିନ ହେବ। ଅଷ୍ଟମ ଦିନ କୋରାପୁଟ - ବିଶମ କଟକ - ମୁନିଗୁଡା ପର୍ଯନ୍ତ ଯାତ୍ରା ପହଞ୍ଚିବ ଯାହାର ଦୂରତା ୧୭୧କିମି,  ନବମ ଦିନରେ ମୁନିଗୁଡା - କୋଟାଗର - ବେଲଗଡ ଭ୍ରମଣ ଯାହାର ଦୂରତା ୮୨ କିମି , ଦଶମ ଦିନ ହେଉଛି ବେଲଗଡ ପ୍ରକୃତି ଶିବିରରେ ବିଶ୍ରାମ ଦିନ ଯାହା ବ୍ରିଟିଶ ଯୁଗର ଏକ ପୁରାତନ କୀର୍ତୟରଜ ଯାହା ବର୍ତ୍ତମାନ ଜଙ୍ଗଲ ବିଭାଗ ଅଧୀନରେ ଅଛି। ଏହି ବିଶ୍ରାମ ଦିନରେ ଜଙ୍ଗଲ ପରିଦର୍ଶନ, ଜଙ୍ଗଲ ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟ, ଜନଜାତି ଗ୍ରାମରେ ସାଂସ୍କୃତିକ ସନ୍ଧ୍ୟା ଏବଂ ପ୍ରକୃତି ଶିବିରରେ ଚାଳକମାନେ ନିଆରା ଅନୁଭୂତି ପାଇବେ।  ଏକାଦଶ ଦିନ ବେଲଗଡ - ବାଲିଗୁଦା - ଫୁଲବାଣୀକୁ ଭ୍ରମଣ କରିବେ ଯାହାର ଦୂରତା ୧୪୧ କିମି, ଦ୍ୱାଦଶ ଦିନ ଫୁଲବାଣୀ - ଦଶପଲ୍ଲା -ନୟାଗଡ଼କୁ ଭ୍ରମଣ ଆରମ୍ଭ ହେବ ଯାହାର ଦୂରତା ୧୨୪ କିମି ଏବଂ ୧୩ତମ ଦିନରେ  ନୟାଗଡ଼ - ଖୋର୍ଦ୍ଧା - ଭୁବନେଶ୍ୱରକୁ ଏହି ସାଇକେଲ ଆରୋହିମାନେ ପ୍ରତ୍ୟାବର୍ତ୍ତନ କରିବେ। ଭୁବନେଶ୍ୱରରେ ଏହି ସାଇକେଲ ଯାତ୍ରା ସମାପନ ସମାରୋହରେ ପଦକ ଏବଂ ସାର୍ଟିଫିକେଟ୍ ବଣ୍ଟନ ସହିତ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହେବ।