Jammu Kashmir: ୮ ମାସରେ ୧୦ ଅନୁପ୍ରବେଶ ଉଦ୍ୟମ ବିଫଳ; ୨୭ ଆତଙ୍କବାଦୀ ନିହତ
Advertisement
Article Detail0/zeeodisha/odisha1934563

Jammu Kashmir: ୮ ମାସରେ ୧୦ ଅନୁପ୍ରବେଶ ଉଦ୍ୟମ ବିଫଳ; ୨୭ ଆତଙ୍କବାଦୀ ନିହତ

Anti Terrorist Operation in Jammu Kashmir: ଜାମୁ କାଶ୍ମୀର ଠାରେ ବିଗତ ୮ ମାସରେ ୧୦ ଅନୁପ୍ରବେଶ ଉଦ୍ୟମ ବିଫଳ ହୋଇଥିବା ୨୭ ଆତଙ୍କବାଦୀ ନିହତ ହୋଇଛନ୍ତି।

 

Jammu Kashmir: ୮ ମାସରେ ୧୦ ଅନୁପ୍ରବେଶ ଉଦ୍ୟମ ବିଫଳ; ୨୭ ଆତଙ୍କବାଦୀ ନିହତ

Terriots Infilteration in Jammu Kashmir: ନିୟନ୍ତ୍ରଣ ସୀମା ରେଖାରେ ହାଇ ଆଲର୍ଟ ଆଧାରରେ ଉପସ୍ଥିତ ରହିଥିବା ସୁରକ୍ଷା ବାହିନୀ ଗତ ୮ ମାସ ମଧ୍ୟରେ ୧୦ ଅନୁପ୍ରବେଶ ଉଦ୍ୟମ ରୋକିବାରେ ସଫଳ ହୋଇଛି। ସେହିପରି ୨୭ ଜଣ ଆତଙ୍କବାଦୀଙ୍କୁ ଜାମୁ କାଶ୍ମୀର ଠାରେ ନିପାତ କରିଛି ସୁରକ୍ଷା ବଳ। ଅକ୍ଟୋବର ୨୭ ତାରିଖ ଶୁକ୍ରବାର ହୋଇଥିବା ସଫଳ ଅପରେସନ ସମ୍ପର୍କରେ ପ୍ରତିକ୍ରିୟା ରଖି ୨୮ ଇନଫ୍ୟାଣ୍ଟ୍ରି ଡିଭିଜନ ଜିଓସି ଗିରୀଶ କାଳିଆ। ଏନେଇ ସେ କହିଛନ୍ତି ଯେ ସେନା ଅନ୍ୟ ସୁରକ୍ଷା ଏଜେନ୍ସି ସହିତ ସମନ୍ୱୟ ରକ୍ଷା କରି ପରିସ୍ଥିତିକୁ ସୁଧାରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି।

୨୮ ଇନଫ୍ୟାଣ୍ଟ୍ରି ଡିଭିଜନ ଜିଓସି ଆହୁରି କହିଛନ୍ତି ଯେ ସୀମା ପାର୍ଶ୍ୱରେ ଜାମୁ କାଶ୍ମୀରରେ ଶାନ୍ତି ଭଙ୍ଗ କରିବାକୁ ନିରନ୍ତର ଉଦ୍ୟମ କରାଯାଉଛି। ସୀମାର ଅପର ପାର୍ଶ୍ୱରୁ କ୍ରମାଗତ ଅନୁପ୍ରବେଶ ଉଦ୍ୟମ ଚାଲିଛି। ହେଲେ ସୁରକ୍ଷା ବାହିନୀ ସେମାନଙ୍କର ସମସ୍ତ ଉଦ୍ୟମକୁ ସଫଳତାର ସହ ରୋକିପାରିଛି। ବିଗତ ୮ ମାସ ମଧ୍ୟରେ କୁପୱାରା ଠାରେ ତାଲିମପ୍ରାପ୍ତ ଆତଙ୍କବାଦୀଙ୍କୁ ଭାରତୀୟ ଅଞ୍ଚଳକୁ ପଠାଇବା ଲାଗି ୧୦ ଥର ଚେଷ୍ଟା କରାଯାଇଥିଲା। ମାତ୍ର ସୁରକ୍ଷା ବଳର ସତର୍କତା କାରଣରୁ ୨୭ ଆତଙ୍କୀ ଆତଙ୍କବାଦୀ ଦମନ ଅଭିଯାନ ବେଳେ ପ୍ରାଣ ହରାଇଛନ୍ତି।

ଆତଙ୍କବାଦୀ ଦମନ ଅଭିଯାନରେ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣର ଯୁଦ୍ଧ ସାମଗ୍ରୀ ଏବଂ ନିଶା ସାମଗ୍ରୀ ମଧ୍ୟ ଉଦ୍ଧାର କରାଯାଇଛି। ମଛିଲ୍ ଅପରେସନ୍ ସମ୍ପର୍କରେ ପ୍ରତିକ୍ରିୟା ରଖି  ଜିଓସି ଗିରୀଶ କାଳିଆ କହିଛନ୍ତି ଯେ ସେନା ଯବାନଙ୍କୁ ସଲାମ। ଯେଉଁମାନେ ସର୍ବଦା କ୍ଷେତ୍ରର ଶାନ୍ତି ଏବଂ ସମୃଦ୍ଧତା ଦିଗରେ କାର୍ଯ୍ୟ କରିଆସୁଛନ୍ତି। କୁପୱାରା ବରିଷ୍ଠ ପୋଲିସ ଅଧୀକ୍ଷକ ଯୁଗଲ ମାହ୍ନସ କହିଛନ୍ତି ଯେ ଗୁଇନ୍ଦା ବିଭାଗ ସବୁବେଳେ ପ୍ରସ୍ତୁତ ହୋଇରହିଛି। ଅନୁପ୍ରବେଶ ଉଦ୍ୟମ ବିଷୟରେ ଆମେ ନିର୍ଭରଯୋଗ୍ୟ ଉତ୍ସରୁ ସୂଚନା ପାଇଲୁ ଏବଂ ଏହି ସୂଚନା ସମ୍ପର୍କରେ ସମ୍ପୃକ୍ତ ସଂସ୍ଥାକୁ ଅବଗତ କରାଯାଇଥିଲା। 

ଅପରେସନ୍ ହୋଇଥିବା ଅଞ୍ଚଳର ଭୂମି ବହୁତ ଆହ୍ୱର୍ଣ୍ଣପୂର୍ଣ୍ଣ। ନିୟନ୍ତ୍ରଣ ସୀମା ରେଖା ସାମ୍ନାରେ ଏକ ଆକ୍ରମଣ କରାଯାଇଥିଲା। ପ୍ରାୟ ୫ ଜଣ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ଚିହ୍ନଟ କରାଯାଇଥିଲା। ତୁରନ୍ତ ଗୁଳି ଚଳାଇବା ପରେ ୨ ଆତଙ୍କବାଦୀ ନିହତ ହୋଇଥିଲେ। ଦିନସାରା ଏହି ଅପରେସନ୍ ଜାରି ରହିଥିଲା। ବାକି ୩ ଆତଙ୍କବାଦୀଙ୍କୁ ଏକ ସଠିକ୍ ସ୍ଥାନ ଚିହ୍ନଟ କରାଯିବା ପରେ ନିପାତ କରାଯାଇଥିଲା। ଗତ ଶୁକ୍ରବାର କୁପୱାଡ଼ା ଠାରେ ନିୟନ୍ତ୍ରଣ ସୀମା ଅତିକ୍ରମ କରିବା ସମୟରେ ୫ ଜଣ ଲଶ୍କର ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା। ଏହା ସହିତ ପାକିସ୍ତାନ ଅଧିକୃତ କାଶ୍ମୀରରୁ ଆସିବା ବେଳେ ୪୩ ଜଣ ଅନୁପ୍ରବେଶକାରୀ ଆତଙ୍କବାଦୀଙ୍କୁ ନିୟନ୍ତ୍ରଣ ସୀମା ରେଖା ସହ ଆନ୍ତର୍ଜାତୀୟ ସୀମାରେ ନିପାତ କରାଯାଇଛି।