ମହାନଦୀକୁ ଡେଇଁ ଜୀବନ ହାରିଲେ ଯୁବକ
Advertisement
Article Detail0/zeeodisha/odisha2338127

ମହାନଦୀକୁ ଡେଇଁ ଜୀବନ ହାରିଲେ ଯୁବକ

ଗତକାଲି ବିଳମ୍ବିତ ରାତିରେ ଯୁବକ ଜଣଙ୍କ ମହାନଦୀକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ସକାଳେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି।

ମହାନଦୀକୁ ଡେଇଁ ଜୀବନ ହାରିଲେ ଯୁବକ

କଟକ: କଟକ ଛତ୍ରବଜାର ଅଞ୍ଚଳର ଜଣେ ଯୁବକ ଗତକାଲି ବିଳମ୍ୱିତ ରାତିରେ ମହାନଦୀକୁ ଡେଇଁ ନିଖୋଜ ଥିବା ଜଣା ପଡ଼ିଛି। ନିଖୋଜ ଯୁବକ ଜଣକ ହେଲେ କଟକ ସ୍ଥିତ ଛତ୍ରବଜାର ଅଞ୍ଚଳର ପ୍ରଶାନ୍ତ ରାଉତ। ଆଜି ସକାଳେ ଅଗ୍ନିଶମ ବାହିନୀ ପହଞ୍ଚି ଯୁବକଙ୍କୁ ଖୋଜାଖୋଜି ଆରମ୍ଭ କରିଛନ୍ତି। ହେଲେ ଯୁବକ ଜଣକ କେଉଁ ପରିସ୍ଥିତିରେ ମହାନଦୀକୁ ଡେଇଁଲେ ସେନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। 

ଗତକାଲି ବିଳମ୍ବିତ ରାତିରେ ଯୁବକ ଜଣଙ୍କ ମହାନଦୀକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ସକାଳେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି। ଯୋବ୍ରା ବ୍ରିଜ ଉପରେ ଯୁବକଙ୍କ ଟୋପି ଓ ଚପଲ ପଡ଼ିଥିବା ଦେଖିବାକୁ ମିଳିଛି।