ପାକିସ୍ତାନରେ ହାହାକାର; ଟମାଟୋ ପରେ ଖାଇବାକୁ ମିଳୁନି ଅଟା
Advertisement
Article Detail0/zeeodisha/odisha849078

ପାକିସ୍ତାନରେ ହାହାକାର; ଟମାଟୋ ପରେ ଖାଇବାକୁ ମିଳୁନି ଅଟା

ପାକିସ୍ତାନରେ ଦେଖାଦେଇଛି ଅଟା ସଂକଟ। 

ପାକିସ୍ତାନରେ  ହାହାକାର; ଟମାଟୋ ପରେ ଖାଇବାକୁ ମିଳୁନି ଅଟା

ନୂଆଦିଲ୍ଲୀ: ଗୁରୁତର ଆର୍ଥିକ ସମସ୍ୟାର ସାମ୍ନା କରୁଥିବା ପାକିସ୍ତାନରେ ଏବେ ଦେଖାଯାଇଛି ଖାଦ୍ୟ ସଂକଟ। ଗୋଟିଏ ପଟେ ଦିନକୁ ଦିନ ପାକିସ୍ତାନୀ ବଜାରରେ ବଢିଚାଲିଥିବା ଚାଲିଥିବା ବେଳେ ଅନ୍ୟପଟେ ଏହା ଦ୍ୱାରା  ବିଭିନ୍ନ ସମସ୍ୟାର ସାମ୍ନା କରୁଛନ୍ତି ସେଠାକାର ଜନସାଧାରଣ।

ହେଲେ ଏବେ ସାମ୍ନାକୁ ଆସିଥିବ ଖାଦ୍ୟ ସମସ୍ୟା (Food Crisis) ସ୍ଥାନୀୟ ଲୋକଙ୍କ ଲାଗି ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ପାକିସ୍ତାନରେ (Pakistan) ଦେଖାଦେଇଛି ଅଟା (Atta) ସଂକଟ। ଏ କଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ସତ୍ୟ। ପାକିସ୍ତାନର ସିନ୍ଧ ରାଜ୍ୟ (Sindh Province) ପକ୍ଷରୁ ନିଆଯାଇଥିବା ଏକ ନିଷ୍ପତ୍ତି କାରଣରୁ ଦେଶରେ ବିଭିନ୍ନ ଭାଗରେ ଲୋକଙ୍କୁ  ଏପରି ସମସ୍ୟାର ସାମ୍ନା କରିବାକୁ ପଡିଛି।  

Also Read: କାଙ୍ଗାଳ ପାକିସ୍ତାନ: ରିଲିଫ ଫଣ୍ଡରୁ ଭରଣା କରୁଛି ବିଜୁଳି ବିଲ

ଗଚ୍ଛିତ ଥିବା ପ୍ରାୟ ୩୨ ଟନ ପୁରୁଣା ଗହମ କୁ (Wheat) ଦେବା ଲାଗି ନିଆଯାଇଥିବା ନିଷ୍ପତ୍ତିକୁ ରଦ୍ଦ କରିଦେଇଛି ସିନ୍ଧ ପ୍ରଦେଶ ସରକାର। ଯାହା ଫଳରେ ଦେଶର ଆର୍ଥିକ ରାଜଧାନୀ କରାଚୀ, ଲରକାନା, ଶିକାରପୁର, କମ୍ବର-ଶାହବବକୋଟ, ଜକୋବାବାଦ, କାଶମୋର ଅଞ୍ଚଳର ଲୋକଙ୍କୁ ଅଟା ମିଳିବାରେ ସମସ୍ୟା ସୃଷ୍ଟି ହୋଇଛି। ଯାହା ଫଳରେ ଲୋକ ପେଟପୁରା ଖାଇବାକୁ ନେଇ ବିଭିନ୍ନ ଅସୁବିଧାର ସାମ୍ନା କରୁଛନ୍ତି।

ବିଗତ କିଛି ବର୍ଷ ଧରି ପାକିସ୍ତାନରେ ଲୋକଙ୍କୁ ବିଭିନ୍ନ ଖାଦ୍ୟ ଜନିତ ସମସ୍ୟାର ସାମ୍ନା କରିବାକୁ ପଡୁଛି।  ଯେଉଁ  କାରଣରୁ ଦେଶର ଜନସଂଖ୍ୟାର ଏକ ବଡ ଭାଗ ଲୋକଙ୍କୁ ପେଟ ପୁରା ରୁଟି (Bread) ଖାଇବାକୁ ମିଳୁନାହିଁ। ସେଠାକାର ଜନସାଧାରଣ ଅଧିକ ରୁଟି ପାଉଁରୁଟି ଆଦି ଖାଦ୍ୟ ସାମଗ୍ରୀ କିଣୁଛନ୍ତି। ଏହାକୁ ନେଇ ବେଳେ ବେଳେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜୁଛି।

Also Read: ଜାଲିଆ ପାକିସ୍ତାନ! ନିଜ ରାଷ୍ଟ୍ରଦୂତ ଇଣ୍ଡୋନେସିଆରେ ବିକିଦେଲେ ପାକିସ୍ତାନୀ ଦୂତାବାସ     

ସିନ୍ଧ ପ୍ରଦେଶ ଖାଦ୍ୟ ବିଭାଗ ପକ୍ଷରୁ ଗତ ୨ ତାରିଖରେ ଗହମ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଅଟା ମାଫିଆ କାରଣରୁ ଗହମ ପ୍ରଦାନ କରାଯିବ ନାହିଁ ବୋଲି ଚଳିତ ମାସ ୮ ତାରିଖରେ ବିଭାଗୀୟ ନିଷ୍ପତ୍ତିକୁ ପୁନର୍ବାର ବଦଳାଇ ଦିଆଯାଇଥିଲା। ଦେଶର ସିନ୍ଧ ସରକାରଙ୍କ ପକ୍ଷରୁ ନିଆଯାଇଥିବା ଏପରି ନିଷ୍ପତ୍ତିକୁ ନେଇ ନାରାଜ ହୋଇ ଉଠିଥିଲେ ପାକିସ୍ତାନ ସରକାର। ଏପରିକି ପ୍ରଧାନମନ୍ତ୍ରୀସ ଇମରାନ ଖାନ ଏହାକୁ ନେଇ ଚିନ୍ତିତ ହୋଇପଡିଛନ୍ତି। 

ଅନ୍ୟପଟେ ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କୁ ଏ ଘଟଣାରେ ଅନ୍ୟ ଡର ଘାରିଛି।ତାହା ହେଉଛି ଖାଦ୍ୟ ସଂକଟ କାରଣରୁ ଦେଶର ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କ ବିଦ୍ରୋହ କରିପାରନ୍ତି। ସିନ୍ଧ ସରକାରଙ୍କ ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତ୍ତିର ପ୍ରଭାବ ଏହି ପ୍ରଦେଶର ରାଜଧାନୀ କରାଚୀ ସହର ଉପରେ ପଡିଛି। କାରଣ ଗଚ୍ଛିତ ଥିବା ୩୨ ହଜାର ଟନ ଗହମ ମଧ୍ୟରୁ କେବଳ ଅଧା ଭାଗ ଦେଶର ଅର୍ଥନୈତିକ ରାଜଧାନୀ କୁହାଯାଉଥିବା ଏହି ସହରକୁ ମିଳିଥାନ୍ତା।

Also Read: ହିନ୍ଦୁଙ୍କୁ ଖାଦ୍ୟ ଦେଲାନି ପାକିସ୍ତାନ, ସମଗ୍ର ବିଶ୍ୱ କରୁଛି ନିନ୍ଦା

 

ସିନ୍ଧ ପ୍ରଦେଶ ଖାଦ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି ଯଦି ଆମକୁ ପୁରୁଣା ଗହମ ନଷ୍ଟ କରିବାକୁ ପଡେ ତାହାଲେ ଏହି କାର୍ଯ୍ୟ କରାଯିବ। ହେଲେ କୌଣସି ପରିସ୍ଥିତିରେ ଗହମକୁ ଅଟାକାଲ ମାଫିଆଙ୍କୁ ହାତକୁ ଦିଆଯିବ ନାହିଁ। ଆମର ଉଦ୍ଦେଶ୍ୟ ସ୍ପଷ୍ଟ ବୋଲି ଖାଦ୍ୟ ବିଭାଗ କହିଛି। ଆମେ ଘୋଟାଲା ଠାରୁ ଦୂରେଇ ରହିବାକୁ ଚାହୁଁ, ଏଥିପାଇଁ ଆମେ ମାଫିଆଙ୍କୁ ଲାଭ ଦେବୁ ନାହିଁ। ଏପରିକି ୨୦୨୦-୨୧ ବର୍ଷ ପାଇଁ ଗହମ ପ୍ରଦାନ କରିବାକୁ ନେଇ ସରକାରୀ ସ୍ତରରେ ସେପରି କୌଣସି ବ୍ୟବସ୍ଥା ହୋଇନାହିଁ। 

ସିନ୍ଧ ରାଜ୍ୟ ୨୦୧୨-୧୭ ପର୍ଯ୍ୟନ୍ତ ୫ ବର୍ଷ ଧରି କ୍ରମାଗତ ଭାବେ ଗହମ ଯୋଗାଇ ଆସୁଥିଲା। ହେଲେ ୨୦୧୮-୧୯ ବର୍ଷରେ ସରକାର ଚାଷୀଙ୍କ ଠାରୁ ଗହମ କିଣିନଥିଲେ। ଏଥି ସହିତ ୨୦୧୯-୨୦ ବର୍ଷରେ କମ୍ ଗହମ କ୍ରୟ କରାଯାଇଥିଲା। ଯେଉଁଠାରେ ଚାଷୀ କେତେ ଗହମ ଅମଳ କରୁଛନ୍ତି ତାହା ସରକାରଙ୍କୁ ଜଣାଇବା ଆବଶ୍ୟକ। ଗତ ବର୍ଷ ସିନ୍ଧ ସରକାରଙ୍କ ଗହମ କ୍ରୟ ଲକ୍ଷ୍ୟ ପୂରଣ ହୋଇନଥିଲା। ଚଳିତ ବର୍ଷ କ୍ୱିଣ୍ଟାଲ ପିଛା ୩୭୦୦ ଟଙ୍କାରେ ଗହମ କିଣିବାକୁ ଯୋଜନା କରିଥିଲେ ଏଠାକାର ସରକାର।

Also Read: ଗୁରୁତର ହେଉଛି ଖାଦ୍ୟ ସଂକଟ, ଭୋକରେ ପ୍ରାଣ ହରାଇପାରନ୍ତି ପାକିସ୍ତାନୀ!

 

ସିନ୍ଧରେ ଗଚ୍ଛିତ ୩୨ ହଜାର ଟନ୍ ଗହମର ଗୁଣବତ୍ତା ଖରାପ ବୋଲି କୁହାଯାଉଛି। ଏହା ସତ୍ତ୍ୱେ ସେଠାକାର ସରକାର ସେହି ଗହମ ଦେଉନାହାଁନ୍ତି। ଏଭଳି ପରିସ୍ଥିତିରେ ଯେତେବେଳେ କ୍ୟାବିନେଟରେ ଏହି ପ୍ରସଙ୍ଗ ଉଠିଥିଲା ​​ସେତେବେଳେ କୁହାଯାଇଥିଲା ସିନ୍ଧ ସରକାର ସାଧାରଣ ଜନତାଙ୍କୁ ପଶୁଙ୍କ ଅପେକ୍ଷା ନିମ୍ନ ଦୃଷ୍ଟିରେ ଦେଖନ୍ତି କି? ଯେଉଁଠି ସରକାର ଲୋକଙ୍କୁ ଗହମ ନଦେଇ ଅଟାକଳକୁ ଦେଉଛନ୍ତି। 

Also Read: Sex Scandal: ପାକିସ୍ତାନ ଗୃହମନ୍ତ୍ରୀଙ୍କ ଡାର୍ଟି ପିକଚର ଭାଇରାଲ

 

ଗତ କିଛି ବର୍ଷ ମଧ୍ୟରେ ପାକିସ୍ତାନରେ ସୃଷ୍ଟି ହୋଇଥିବା ଖାଦ୍ୟ ସଙ୍କଟ ମଧ୍ୟ ସିନ୍ଧ ପ୍ରଦେଶ କାରଣରୁ ହୋଇଛି ବୋଲି କ୍ୟାବିନେଟ ଅଭିଯୋଗ ହୋଇଛି। କାରଣ ଗହମ ଉତ୍ପାଦନ ସମ୍ପର୍କିତ ତଥ୍ୟ ସିନ୍ଧ ସରକାର ପାକିସ୍ତାନ ସରକାରଙ୍କୁ ପ୍ରଦାନ କରୁନାହାଁନ୍ତି। ଗହମ କିଣିବା ନେଇ ଖାଇବର ପଖତୁନଖ୍ୱା ସରକାର ସିନ୍ଧ ସରକାରଙ୍କୁ ଚିଠି ଲେଖି ନିବେଦନ କରିଥିଲେ। ହେଲେ ସିନ୍ଧ ସରକାର ଖାଇବର ପଖତୁନଖ୍ୱା ରାଜ୍ୟକୁ ଗହମ ଦେବାକୁ ମନା କରିଦେଇଥିଲେ। ଯେତେବେଳେ ଗହମ ଆବଶ୍ୟକୀୟ ପରିମାଣରେ ଗଚ୍ଛିତ ରହିଥିଲା। ପାକିସ୍ତାନ କ୍ୟାବିନେଟ ଏହା ଉପରେ ନାରାଜ ହୋଇ କହିଥିଲେ ସିନ୍ଧ ସରକାର ଗହମକୁ ନଷ୍ଟ ନହେବା ପର୍ଯ୍ୟନ୍ତ ଗଚ୍ଛିତ ରଖୁଛନ୍ତି।