ଛାତ୍ର ନେତା ଶର୍ଜିଲ ଉସାମାନୀଙ୍କ ବିବାଦୀୟ ମନ୍ତବ୍ୟ, କହିଲେ 'ସଢି ଗଲାଣି ହିନ୍ଦୁ ସମାଜ'
Advertisement

ଛାତ୍ର ନେତା ଶର୍ଜିଲ ଉସାମାନୀଙ୍କ ବିବାଦୀୟ ମନ୍ତବ୍ୟ, କହିଲେ 'ସଢି ଗଲାଣି ହିନ୍ଦୁ ସମାଜ'

ଜଣେ ଛାତ୍ର ନେତାଙ୍କ ଏପରି ବିବାଦୀୟ ବୟାନ ସାମ୍ନାକୁ ଆସିବା ପରେ ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କୁ  ପତ୍ର ଲେଖିଛନ୍ତି ବିଜେପି ନେତା ଦେବେନ୍ଦ୍ର ଫଡନାଭୀସ 

ଛାତ୍ର ନେତା ଶର୍ଜିଲ ଉସାମାନୀଙ୍କ ବିବାଦୀୟ ମନ୍ତବ୍ୟ, କହିଲେ 'ସଢି ଗଲାଣି ହିନ୍ଦୁ ସମାଜ'

ମୁମ୍ବାଇ: ହିନ୍ଦୁ ଧର୍ମ ଉପରେ ବିବାଦୀୟ ବୟାନ ବାଜି କରିବା ପ୍ରକ୍ରିୟା ଏବେ ଯେପରି ଏକ ଫ୍ୟାସନ ହୋଇଗଲାଣି। ବିଭିନ୍ନ ବର୍ଗର ଲୋକ ଏବେ ହିନ୍ଦୁ ସମାଜ ଉପରେ ରଖୁଥିବା ପ୍ରତିକ୍ରିୟାକୁ ନେଇ ଅନେକ ସମୟରେ  ଉତ୍ତେଜନା ମୂଳକ ପରିସ୍ଥିତ ସୃଷ୍ଟି ହେଉଛି। ପ୍ରଥମେ କମେଡିୟାନ ଆଉ ଏବେ ଜଣେ ଛାତ୍ର ନେତା ହିନ୍ଦୁ ଧର୍ମ ଉପରେ ରଖିଥିବା ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଛି।  

ଗତ ଜାନୁଆରୀ ୩୦ ତାରିଖରେ ୟଲଗାର ପରିଷଦ (Elgar Parishad) ପକ୍ଷରୁ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଲୋକଙ୍କୁ ସମ୍ବୋଧିତ କରିବା ଅବସରରେ  ଛାତ୍ର ନେତା ଶର୍ଜିଲ ଉସାମାନୀ (Student Leader Sharjil Usamani) ନିଜ ଭାଷଣ ଜରିଆରେ ଲୋକଙ୍କୁ ହିନ୍ଦୁଙ୍କ ବିରୁଦ୍ଧରେ ଉତ୍ତେଜିତ କରାଇଥିଲେ। 

କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ସେ କହିଥିଲେ, "ହିନ୍ଦୁସ୍ତାନର ହିନ୍ଦୁ ସମାଜ ସଢି ଗଲାଣି। ଜୁନୈଦକୁ ଚଳନ୍ତା ଟ୍ରେନରେ ମାରୁଛନ୍ତି ହେଲେ କେହି ବଞ୍ଚାଇବାକୁ ଆସୁ ନାହଁନ୍ତି। ଯେଉଁ ଲୋକ ଭିଡ ହତ୍ୟା କରି ସେମାନେ ନିଜ ଘରକୁ ଯିବା ପରେ ନିଜ ସହିତ ସେମାନେ କ'ଣ କରିଥାନ୍ତି। କେହି କେହି ନୂଆ ଉପାୟରେ ହାତ ଧୋଇବେ, କେହି ନୂଆ ଉପାୟରେ ଔଷଧ ସେବନ କରୁଥିବେ। ଏହି ଲୋକ ଆମ ମଧ୍ୟରେ ଖାଇଥାନ୍ତି ଆମ ସହିତ ବସି ଫିଲ୍ମ ଦେଖିଥାନ୍ତି। ଏହା ପର ଦିନ ସେମାନେ ଅନ୍ୟ କାହାକୁ ଧରି ତାହାର ହତ୍ୟା କରିବା ପରେ ସାଧାରଣ ଲୋକଙ୍କ ଭଳି ଜୀବନଯାପନ କରଥାନ୍ତି। ସେମାନେ ତାଙ୍କ ଘରେ ପ୍ରେମ ମଧ୍ୟ କରୁଛନ୍ତି, ପିତାଙ୍କ ପାଦକୁ ସ୍ପର୍ଶ କରୁଛନ୍ତି, ମନ୍ଦିରରେ ମଧ୍ୟ ପୂଜା କରୁଛନ୍ତି, ତା’ପରେ ବାହାରକୁ ଆସି ଭିଡ ହତ୍ୟା କରି ସାଧାରଣ ଲୋକଙ୍କ ଭଳି ଜୀବନଯାପନ କରିଥାନ୍ତି। 

Also  Read: ବିଜେପି ପରେ ବାରାକ ଓବାମାଙ୍କ ବିରୁଦ୍ଧରେ ଗର୍ଜିଲା ଶିବସେନା

ଜଣେ ଛାତ୍ର ନେତାଙ୍କ ଏପରି ବିବାଦୀୟ ବୟାନ ସାମ୍ନାକୁ ଆସିବା ପରେ ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ (Maharashtra Chief Minister) ଉଦ୍ଧବ ଠାକେରଙ୍କୁ (Uddhav Thackeray) ପତ୍ର ଲେଖିଛନ୍ତି ବିଜେପି ନେତା (BJP leader) ଦେବେନ୍ଦ୍ର ଫଡନାଭୀସ (Devendra Fadnavis)।     

ଏହା ବ୍ୟତୀତ ବିଜେପି ବିଧାୟକ ଅତୁଲ ଭାତଖଲକର ମୁମ୍ବାଇସ୍ଥିତ ଡିଣ୍ଡୋସି ଥାନାରେ ଏବଂ ପୁଣେରେ ଓକିଲ ପ୍ରଦୀପ ଗାୱାଡେ ସ୍ଥାନୀୟ ସ୍ୱାରଗେଟ ପୋଲିସ ଥାନାରେ ଶର୍ଜିଲ ଉସମାନିଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି।

Also  Read: ସହରର ନାଁ ବଦଳାଇବାକୁ ନେଇ ମୁହାଁମୁହିଁ ଶିବସେନା-କଂଗ୍ରେସ, ବିଜେପି କହିଲା ଲୋକ ଦେଖାଣିଆ

ଏନେଇ ଅଭିଯୋଗ ଆଣି ବିଜେପି ବିଧାୟକ କହିଛନ୍ତି ରାଜ୍ୟରେ ଏବେ ହିନ୍ଦୁ (Hindu) ବିରୋଧି ସରକାର କ୍ଷମତାସୀନ ଚାଲିଛି। ବର୍ତ୍ତମାନ ମହାରାଷ୍ଟ୍ରକୁ ଶାସନ କରୁଥିବା ମହାବିକାଶ ଅଘାଡି ସରକାର (Maha Vikas Aghadi) ଠାରୁ କିଛି ଆଶା କରିବା ବୃଥା। ଯଦି ପୋଲିସ ଏ ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ତାହେଲେ ଦଳ  କୋର୍ଟ ଯିବ।   

Also  Read: ମହାରାଷ୍ଟ୍ର ବିଜେପି ସଭାପତିଙ୍କ ଚାଞ୍ଚଲ୍ୟକର ବୟାନ; ଶିବସେନା ସହ ସରକାର ଗଠନ କରିବା ଲାଗି ଦଳ ରାଜି କିନ୍ତୁ...
 
ପୁଣେ ଠାରେ ଓକିଲ ପ୍ରଦୀପ ଗାୱଡେ ମଧ୍ୟ ସ୍ୱାରଗେଟ ପୋଲିସ ଥାନରେ ଅଭିଯୋଗ କରି ଶର୍ଜିଲ ଉସମାନି ବିରୋଧରେ ଅଭିଯୋଗ ଦାଏର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକି ଦାବି କରିଛନ୍ତି। ହେଲେ ହିନ୍ଦୁଙ୍କ ସବୁଠୁ ବଡ ହିତୈଷୀ କହୁଥିବା ଶାସକ ଶିବସେନା (Shivsena) ଏ ପ୍ରସଙ୍ଗରେ ଚୁପ ରହିଛି।   

Also  Read: ଦଳୀୟ ନେତାଙ୍କ ସୁରକ୍ଷା କମାଇଲେ ଉଦ୍ଧବ ସରକାର, ଶିବସେନାକୁ ଏପରି ଜବାବ ଦେଲା ବିଜେପି

ଏ ମାମଲାରେ ପ୍ରତିକ୍ରିୟା ରଖି ମହାରାଷ୍ଟ୍ରରେ କ୍ଷମତାସୀନ ମହାବିକାଶ ଅଘାଡି ସରକାରରେ ମନ୍ତ୍ରୀ ଛଗନ ଭୁଜବଳ କହିଛନ୍ତି କୌଣସି ଅନ୍ୟ ଧର୍ମ ବାବଦରେ ମତାମତ ରଖିବା ବେଳେ ସବୁ ଦିଗକୁ ଚିନ୍ତା କରିବା  ଆବଶ୍ୟକ।  ଅନ୍ୟ ଧର୍ମ ବିଷୟରେ କହିବାବେଳେ ଦାୟିତ୍ୱବାନ ହେବା ଆବଶ୍ୟକ। ଗୋଟିଏ ଧର୍ମରେ ତ୍ରୁଟି ଥାଇପାରେ ହେଲେ ଏହି ବିଷୟରେ କହିବା ସମୟରେ ଧ୍ୟାନ ଦେବା ଉଚିତ୍।