Live Now

Odisha News Live Updates: ଗୋଟିଏ କ୍ଲିକରେ ପଢ଼ନ୍ତୁ ଶୁକ୍ରବାର ଦିନର ସମସ୍ତ ତାଜା ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha News Live Updates: ଗୋଟିଏ କ୍ଲିକରେ ପଢ଼ନ୍ତୁ ଶୁକ୍ରବାର ଦିନର ସମସ୍ତ ତାଜା ଖବର
Image Credit: Odisha Daily News Live
02 February 2024 10:00 PM (IST)

ସିଏମ ଅରବିନ୍ଦ କେଜ୍ରିୱାଲଙ୍କ ଘରେ କ୍ରାଇମ ବ୍ରାଞ୍ଚ, ଏହି ମାମଲାରେ ନୋଟିସ ଦେବାକୁ ପହଞ୍ଚିଛି

ନୂଆଦିଲ୍ଲୀ : ଆଗାମୀ ଦିନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ସମସ୍ୟା ବଢ଼ିବାକୁ ଯାଉଛି। ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଆଜି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଘରେ ପହଞ୍ଚିଛି। ଏକ ମାମଲାରେ ନୋଟିସ ଜାରି କରିବାକୁ ଆଜି କ୍ରାଇମ ବ୍ରାଞ୍ଚ ସିଏମଙ୍କ ଘରକୁ ପ୍ରଵେଶ କରିଛି। ଅଧିକ ପଢ଼ନ୍ତୁ...

02 February 2024 08:03 PM (IST)

ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତ ସମ୍ୱଲପୁର, ରାତି ପାହିବାକୁ ଅପେକ୍ଷା...

ସମ୍ୱଲପୁର: ୨୦୨୪ ନିର୍ବାଚନ ପୂର୍ବରୁ ଶନିବାର ସମ୍ୱଲପୁର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଥମେ ଦିନ ୧. ୧୫ ମିନିଟ୍ ସମୟରେ ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିବା ପରେ ବାୟୁସେନା ହେଲିକପ୍ଟର ମାଧ୍ୟମରେ ଦିନ ୧.୪୫ରେ ସମ୍ୱଲପୁର ଆଇଆଇଏମ କ୍ୟାମ୍ପସ କାର୍ଯ୍ୟକ୍ରମରେ ଯୋଗଦେବେ । ପରେ ହେଲିକପ୍ଟର ମାଧ୍ୟମରେ ରେମଡ ସଭାସ୍ଥଳରେ ପହଞ୍ଚି ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଅଧିକ ପଢ଼ନ୍ତୁ...

02 February 2024 07:31 PM (IST)

Ram Mandir: କୁବେର ଭଣ୍ଡାର ପାଲଟିଛି ଅଯୋଧ୍ୟା ରାମ ମନ୍ଦିର ଦାନବାକ୍ସ

Ram Mandir Donation Update: ଅଯୋଧ୍ୟାକୁ ଛୁଟୁଛି ଭକ୍ତଙ୍କ ସୁଅ... ପ୍ରତିଦିନ ଲକ୍ଷଲକ୍ଷ ଲୋକେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିବା ସହ ଖୋଲା ହୃଦୟରେ ଦାନ କରୁଛନ୍ତି । ଅଧିକ ପଢ଼ନ୍ତୁ...

02 February 2024 06:27 PM (IST)

Ollywood News: ହାଉସଫୁଲରେ ଚାଲିଲା 'ଶାନ୍ତି Appartment' ପ୍ରିମିୟର

Ollywood News: ଆଜି ସାରା ଓଡ଼ିଶାରେ ସିନେମା ହଲରେ ମୁକ୍ତିଲାଭ କରିଛି ନୂଆ ଓଡ଼ିଆ ସିନେମା 'ଶାନ୍ତି Appartment' । ଏହି ସିନେମାର ଗ୍ରାଣ୍ଡ୍ ପ୍ରିମିୟର ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି । ଅଧିକ ପଢ଼ନ୍ତୁ...

02 February 2024 06:12 PM (IST)

Mangal Gochar 2024: ଏହି ରାଶିର ହେବ ଅତ୍ୟନ୍ତ ମଙ୍ଗଳ, ମିଳିବ ସମସ୍ତ ସୁଖ

Mangal Gochar 2024: ମଙ୍ଗଳ ଚଳନ କିଛି ନିର୍ଦ୍ଦିଷ୍ଟ ରାଶିକୁ ବିଶେଷ ପ୍ରଭାବିତ କରିବ । ସାହସ, ଶକ୍ତି ଏବଂ ବୈବାହିକ ସୁଖକୁ ଏହା ଅଧିକ ପ୍ରଭାବିତ କରିଥାଏ । ଫେବୃଆରୀ ୫, ୨୦୨୪ରେ, ମଙ୍ଗଳ ମକର ରାଶିରେ ଚଳନ କରିବ ଯାହା ୫ ଟି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ । ଅଧିକ ପଢ଼ନ୍ତୁ

02 February 2024 04:54 PM (IST)

ପ୍ରଥମ ଦିନରେ ୩ଟି ବଡ଼ ରେକର୍ଡ କଲେ ଜୟସ୍ୱାଲ
ବିଶାଖାପାଟନମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଯଶସ୍ୱୀ ଜୟସ୍ୱାଲଙ୍କ ନାମରେ ହୋଇଛି। ସେ ୧୭୯ ରନର ବିଶାଳ ସ୍କୋର ଛିଡ଼ା କରି ଅପରାଜିତ ରହିଛନ୍ତି। ତାଙ୍କର ଚମତ୍କାର ଇନିଂସ ଯୋଗୁଁ ଭାରତ ପ୍ରଥମ ଦିନରେ ୯୩ ଓଭରରେ ୬ ୱିକେଟ୍ ହରାଇ ୩୩୬ ରନ୍ ସଂଗ୍ରହ କରିଥିଲା। ପଢନ୍ତୁ ପୂରା ରିପୋର୍ଟ...

02 February 2024 04:53 PM (IST)

ଭୟଙ୍କର ବିମାନ ଦୁର୍ଘଟଣା
ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ସମ୍ପର୍କିତ ଖବର ସାମ୍ନାକୁ ଆସିଛି। ଆମେରିକାର ଫ୍ଲୋରିଡା ରାଜ୍ୟର କ୍ଲିଟର ୱାଟର ସହରରେ ଏହି ଦୁର୍ଘଟଣା ଘଟିଛି। ପଢନ୍ତୁ ପୂରା ରିପୋର୍ଟ...

 

02 February 2024 04:52 PM (IST)

ଚୁଟକୀରେ ପଢିନିଅନ୍ତୁ ବର୍ତ୍ତମାନର ଗୁରୁତ୍ତ୍ୱପୂର୍ଣ୍ଣ ଖବର। ଲିଙ୍କରେ କ୍ଲିକ କରି ପଢି ନିଅନ୍ତୁ ପୂରା ରିପୋର୍ଟ...

02 February 2024 04:50 PM (IST)

UP News: ଗୋହତ୍ୟା ମାମଲାରେ ବଜରଙ୍ଗ ଦଳ ନେତାଙ୍କ ସହ ୬ ଗିରଫ

Moradabad News: ଗୋହତ୍ୟା ମାମଲାରେ ମୋରଦାବାଦ ପୋଲିସ ବଜରଙ୍ଗ ଦଳର ନେତାଙ୍କ ସହିତ ମୋଟ ୬ଜଣଙ୍କୁ ଗିରଫ କରିଛି । ସୂଚନା ମୁତାବକ ଅନୈତିକ କାର୍ଯ୍ୟ କରିବାକୁ ଅଭିଯୁକ୍ତମାନେ ପୋଲିସ ଉପରେ ଚାପ ପ୍ରୟୋଗ କରୁଥିବାର ଅଭିଯୋଗ ହୋଇଥିଲା । ଅଧିକ ପଢ଼ନ୍ତୁ...

02 February 2024 02:59 PM (IST)

Bus Accident News: ଚଣ୍ଡିଗଡ-ମନାଲି ରାସ୍ତାରେ ବସ୍ ଦୁର୍ଘଟଣା, ୧ ମୃତ ୬ ଗୁରୁତର

Bus Accident News: ଚଣ୍ଡିଗଡ-ମନାଲି ଜାତୀୟ ରାଜପଥରେ ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା କାରଣରୁ ବସ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବାବେଳେ ୬ଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢ଼ନ୍ତୁ...

02 February 2024 11:31 AM (IST)

Bollywood Actress Poonam Pandey Controversy: ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ତଥା ମଡେଲ ପୁଣମ ପାଣ୍ଡେଙ୍କ ଦେହାନ୍ତ ହୋଇଛି। ତାଙ୍କର ଗର୍ଭାଶୟ କର୍କଟ ହୋଇଥିଲା। ଏହି ସୂଚନା ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦିଆଯାଇଛି। ପୁଣମ୍ ପାଣ୍ଡେଙ୍କ ଦେହାନ୍ତ ଖବର ଲୋକଙ୍କୁ ଚକିତ କରିଛି। ପୁଣମ୍ ପାଣ୍ଡେଙ୍କ ମ୍ୟାନେଜର ଏହା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଗର୍ଭାଶୟ କର୍କଟ ସହିତ ଲଢ଼େଇ ପରେ ୧ ଫେବୃଆରୀ ରାତିରେ ତାଙ୍କର ମୃତ୍ୟୁ ଘଟିଛି।

02 February 2024 10:51 AM (IST)

Supreme Court on Hemant Soren: ଶୁଣାଣି ସମୟରେ ସୁପ୍ରିମକୋର୍ଟ ସୋରେନଙ୍କୁ ପଚାରିଲେ ଆପଣ କାହିଁକି ହାଇକୋର୍ଟକୁ ଯାଉନାହାଁନ୍ତି? ବରିଷ୍ଠ ଆଡଭୋକେଟ କପିଲ ସିବଲ ସୋରେନଙ୍କ ତରଫରୁ ହାଜର ହୋଇ କହିଛନ୍ତି ଯେ ଏହି ମାମଲା ଗିରଫ ହୋଇଥିବା ଜଣେ ମୁଖ୍ୟମନ୍ତ୍ରୀଙ୍କ ସହ ଜଡିତ। ସୁପ୍ରିମକୋର୍ଟ ଏହା ଉପରେ କହିଛନ୍ତି ଯେ କୋର୍ଟ ସମସ୍ତଙ୍କ ପାଇଁ ଖୋଲା ଓ ହାଇକୋର୍ଟ ଏକ ସାମ୍ବିଧାନିକ ଅଦାଲତ। ପଢ଼ନ୍ତୁ ପୂରା ଖବର...

02 February 2024 09:47 AM (IST)

Arvind Kejriwal ED Summons: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଅର୍ଥାତ୍ ୨ ଫେବ୍ରୁଆରୀ ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଇଡି ଆଗରେ ହାଜର ହୋଇ ନାହାଁନ୍ତି। ଆମ୍ ଆଦମୀ ପାର୍ଟି ଏକ ଲିଖିତ ବୟାନ ଜାରି କରି ସ୍ପଷ୍ଟ କରିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲ ଆଜି ମଧ୍ୟ ଇଡି କାର୍ଯ୍ୟାଳୟକୁ ପଚରାଉଚରା ପାଇଁ ଯିବେ ନାହିଁ। ପଢ଼ନ୍ତୁ ପୂରା ଖବର...

02 February 2024 08:55 AM (IST)

Ind vs Eng 2nd Test: ହାଇଦ୍ରାବାଦ ଟେଷ୍ଟ ହରାଇବା ପରେ ଟିମ୍ ଇଣ୍ଡିଆ ସିରିଜକୁ ସମାନ କରିବା ଉଦ୍ଦେଶ୍ୟରେ ଏଠାକୁ ଆସିଛି। ଏହି ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ୍ ପାଇଁ ଭାରତ ପ୍ଲେଇଂ ଇଲେଭେନରେ ୩ଟି ବଡ଼ ପରିବର୍ତ୍ତନ କରିଛି। ପଢ଼ନ୍ତୁ ପୂରା ଖବର...

02 February 2024 08:54 AM (IST)

Petrol Diesel Price Today: ଦିନକୁ ଦିନ ହୁ ହୁ ହୋଇ ବଢି଼ ଚାଲିଛି ପେଟ୍ରୋଲ-ଡିଜେଲ୍ ଦର। ଯାହା ଗ୍ରାହକଙ୍କ ପକେଟକୁ ଭାରି ବାଧୁଛି। ଆଗକୁ ଆସୁଛି ସାଧାରଣ ନିର୍ବାଚନ। ଆଉ ତା ପୂର୍ବରୁ ତୈଳ ଦର କମିବା ନେଇ ଚର୍ଚ୍ଚା ଜୋର ଧରୁଛି । ତେବେ, ଗାଡିରେ ତେଲ ପକାଇବା ପୂର୍ବରୁ ଜାଣନ୍ତୁ କେଉଁ ସହରରେ କେତେ ରହିଛି ପେଟ୍ରୋଲ-ଡିଜେଲ୍ ଦର। ପଢ଼ନ୍ତୁ ପୂରା ଖବର...

 

02 February 2024 08:11 AM (IST)

Interim Union Budget 2024: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧ ଫେବୃଆରୀ ୨୦୨୪ ରେ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ କରିଥିଲେ। ଏହି ସମୟରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ୨୦୨୪-୨୫ ପାଇଁ ବିଦେଶୀ ସରକାରଙ୍କୁ ଦିଆଯାଇଥିବା ଅନୁଦାନ ଏବଂ ଋଣ ପ୍ରାୟ ୬,୬୬୭.୫୬ କୋଟି ଟଙ୍କା ଅଟେ। ପଢ଼ନ୍ତୁ ପୂରା ଖବର...

02 February 2024 08:02 AM (IST)

India vs England 2nd Test: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ଅର୍ଥାତ୍ ଶୁକ୍ରବାର ଠାରୁ ଖେଳାଯିବ। ବିଶାଖାପାଟନମରେ ଏହି ମ୍ୟାଚ୍ ଆୟୋଜିତ ହେବ। ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଭାରତୀୟ ଦଳ ବର୍ତ୍ତମାନ ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ ସହିତ ଦ୍ୱିତୀୟ ମ୍ୟାଚ୍‌ରେ ପଡ଼ିଆ ନେଇପାରେ। ରବିନ୍ଦ୍ର ଜାଡେଜା ଏବଂ କେ.ଏଲ୍ ରାହୁଲ ଦଳରୁ ବାଦ ପଡିଛନ୍ତି। ତେଣୁ ଟିମ୍ ଇଣ୍ଡିଆ କୁଲଦୀପ ଯାଦବ ଏବଂ ରଜତ ପାଟିଦାରଙ୍କୁ ସୁଯୋଗ ଦେଇପାରେ। ସରଫରାଜ ଖାନଙ୍କୁ ମଧ୍ୟ ଏହି ଭାରତର ଟେଷ୍ଟ ସ୍କ୍ୱାର୍ଡରେ ସାମିଲ କରାଯାଇଛି।

 

02 February 2024 07:27 AM (IST)

PM Narendra Modi: ଆସନ୍ତା ୩ ତାରିଖରେ ଅର୍ଥାତ୍ ଆସନ୍ତା କାଲି ଦିନିକିଆ ସମ୍ବଲପୁର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ଶନିବାର ପୂର୍ବାହ୍ନରେ ନୂଆଦିଲ୍ଲୀ ବିମାନବନ୍ଦରରୁ ବାୟୁ ‌ସେନା ବିମାନରେ ଆସି ଝାରସୁଗୁଡ଼ା ବିମାନବନ୍ଦର(Jharshuguda Airport) ରେ ଅବତରଣ କରିବେ। ସେଠାରୁ ସ୍ବତନ୍ତ୍ର ହେଲିକପ୍ଟରରେ ସମ୍ବଲପୁର (Sambalpur) ସ୍ଥିତ ଅସ୍ଥାୟୀ ହେଲିପ୍ୟାଡ୍‌ରେ ପହଞ୍ଚି ଆଇଆଇଏମ୍‌ କ୍ୟାମ୍ପସକୁ ଯିବାର କାର୍ଯ୍ୟକ୍ରମ ରହିଛି। ପଢ଼ନ୍ତୁ ପୂରା ଖବର...

02 February 2024 06:44 AM (IST)

Jharkhand New CM Oath Ceremony: ଝାଡ଼ଖଣ୍ଡର ରାଜ୍ୟପାଳ ସିପି ରାଧାକୃଷ୍ଣନ୍ ଚମ୍ପାଇ ସୋରେନଙ୍କୁ ସିଏମ୍ ଭାବରେ ଶପଥ ଗ୍ରହଣ କରିବାକୁ ଆମନ୍ତ୍ରଣ କରିଥିଲେ। ଆଜି ଅର୍ଥାତ ୨ ଫେବୃଆରୀରେ ସେ ସିଏମ୍ ଭାବେ ଶପଥ ଗ୍ରହଣ କରିବେ। ସମୟ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ନାହିଁ। ଚମ୍ପାଇ ସୋରେନଙ୍କ ସହ ଆଲାମଗିର ଆଲାମ ଏବଂ ସତ୍ୟେନ୍ଦ୍ର ଭୋକା ଶପଥ ନେଇପାରିନ୍ତି। ପଢ଼ନ୍ତୁ ପୂରା ଖବର...

02 February 2024 06:43 AM (IST)

Odisha Weather Report: ଉତ୍ତର ଓଡି଼ଶା (Northen Odisha)ସମେତ ଉପକୂଳ ଓଡି଼ଶାର କିଛି ଜିଲ୍ଲାରେ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ଭୁବନେଶ୍ୱର ପାଣିପାଗ ବିଭାଗ (Metrological Department of Odisha)। ବାଂଲାଦେଶ ଠାରୁ ଗାଙ୍ଗେୟ ଉପତ୍ୟକା ଦେଇ ଉତ୍ତର ଓଡି଼ଶା ପର୍ଯ୍ୟନ୍ତ ବାୟୁମଣ୍ଡଳର ୦.୯ କିଲୋମିଟର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ପଢ଼ନ୍ତୁ ପୂରା ଖବର...

02 February 2024 06:42 AM (IST)

Today Horoscope: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ। ପଢ଼ନ୍ତୁ ପୂରା ଖବର...

 

Add Zee News as a Preferred Source

About the Author