Odisha Daily News Live: ପଢ଼ନ୍ତୁ ଆଜିର ତାଜା ଖବର କେବଳ ଗୋଟିଏ କ୍ଲିକରେ...
Advertisement
Article Detail0/zeeodisha/odisha2057376

Odisha Daily News Live: ପଢ଼ନ୍ତୁ ଆଜିର ତାଜା ଖବର କେବଳ ଗୋଟିଏ କ୍ଲିକରେ...

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ସାଧାରଣ ଜୀବନ ସହିତ ଜଡ଼ିତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଆମର ଏହା ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ସବସ୍କ୍ରାଇବ କରନ୍ତୁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ।

Odisha Daily News Live: ପଢ଼ନ୍ତୁ ଆଜିର ତାଜା ଖବର କେବଳ ଗୋଟିଏ କ୍ଲିକରେ...
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ସାଧାରଣ ଜୀବନ ସହିତ ଜଡ଼ିତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଆମର ଏହା ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ସବସ୍କ୍ରାଇବ କରନ୍ତୁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ।

13 January 2024
23:51 PM

Sambalpur BJD Observer Interact with Media Representative: ସମ୍ବଲପୁର ଗସ୍ତରେ ଆସି ସାମ୍ବାଦିକଙ୍କ ସହ ଆଲୋଚନା କରିଛନ୍ତି ବିଜେଡ଼ି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାଶ ଏବଂ ମାନସ ମାନସ ମଙ୍ଗରାଜ। ସମ୍ବଲପୁର ଠାରେ ସାମ୍ବାଦିକଙ୍କ ସହ ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ରାଜ୍ୟସଭା ସାଂସଦ ତଥା ବିଜେଡି ସମ୍ବଲପୁର ଲୋକସଭା ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ ସୌଜନ୍ୟମୂଳକ ବୈଠକ କରି ଆଲୋଚନା କରିଛନ୍ତି। 

ପଢନ୍ତୁ ପୁରା ଖବର

23:11 PM

State Annual Flower Show 2024 Inaugurated: ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ର ଏବଂ ପ୍ଲାଣ୍ଟ ଲଭର୍ସ ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ ଏକାମ୍ର କାନନ ଠାରେ ଆରମ୍ଭ ହୋଇଯାଇଛି ରାଜ୍ୟସ୍ତରୀୟ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ। ପ୍ରିନ୍ସିପାଲ ଚିଫ କଞ୍ଜରଭେଟର ଅଫ ଫରେଷ୍ଟ ତଥା ହେଡ ଅଫ ଫରେଷ୍ଟ ଫୋର୍ସ ଦେବୀଦତ୍ତ ବିଶ୍ଵାଳ ବାର୍ଷିକ ପୁଷ୍ପ ପ୍ରଦର୍ଶନୀକୁ ଉଦଘାଟନ କରିବା ସହ ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁରେଶ ପନ୍ତଙ୍କ ସହ ପ୍ରଦର୍ଶନୀକୁ ଆସିଥିବା ବିଭିନ୍ନ ପୁଷ୍ପ ବଗିଚା, ପ୍ରଦର୍ଶନୀ ଷ୍ଟଲ, ଉଭିଦ ବଜାର ଏବଂ ସେଲଫି ପଏଣ୍ଟ ଆଦି ବୁଲି ଦେଖିଥିଲେ।

ପଢନ୍ତୁ ଖବର

22:51 PM

Air Show Mumbai: ଆରବ ସାଗର ଉପରେ ଗର୍ଜିଲା ବାୟୁସେନାର ଯୁଦ୍ଧ ବିମାନ, ଚମତ୍କାର ଦୃଶ୍ୟ ଦେଖି ବିଭୋର ହେଲେ ଲୋକେ... ପଢ଼ନ୍ତୁ ପୂରା ଖବର...

22:32 PM

Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର। 

ପଢନ୍ତୁ ପୁରା ଖବର

21:54 PM

ଆସିଲା ତଥ୍ୟ, ସାତକୋଶିଆ ଏବଂ ଭିତରକନିକାରେ ବଢିଛି କୁମ୍ଭୀର ସଂଖ୍ୟା: ଚଳିତଥର ୫୧ଟି ସେଗମେଣ୍ଟରେ କୁମ୍ଭୀର ଗଣନା କାର୍ଯ୍ୟକ୍ରମ କରାଯାଇଥିଲା । ୨୨ଟି ଟିମ୍ ଏହି କୁମ୍ଭୀର ଗଣନା କାର୍ଯ୍ୟକ୍ରମରେ ସାମିଲ ଥିଲେ । ଗଣନାରୁ ଜଣାପଡିଛି ଯେ, ୨୦୨୩ ମସିହାରେ ଭିତରକନିକାରେ ୧୭୯୩ଟି କୁମ୍ଭୀର ଥିବାବେଳେ ବର୍ତ୍ତମାନ ତାହା ବୃଦ୍ଧି ହୋଇ ସଂଖ୍ୟା ୧୮୧୧ରେ ପହଞ୍ଚିଛି । ସାତକୋଶିଆରେ ଗତବର୍ଷ ୮୮ଟି କୁମ୍ଭୀର ଥିଲେ ତାହା ବର୍ତ୍ତମାନ ବୃଦ୍ଧି ହୋଇ ୧୧୧ରେ ପହଞ୍ଚିଛି .. ଅଧିକ ପଢ଼ନ୍ତୁ

 

21:13 PM

Atri Hot Water Spring Khurda: ଆଉ ମାତ୍ର ଦିନକ ପରେ ଖୋର୍ଦ୍ଧା ଜିଲ୍ଲାର ବାଘମାରୀ ସ୍ଥିତ ଅଟ୍ରି ଉଷ୍ମପ୍ରସବଣ ସ୍ଥିତ ହଟ୍ଟକେଶ୍ୱର ଦେବଙ୍କ ମକର ମେଳା। ପ୍ରବାଦ ରହିଛି ନିସନ୍ତାନ ନାରୀ ହଟକେଶ୍ୱର ଦେବଙ୍କ ଆର୍ଶୀବାଦରେ ପୁତ୍ର କିମ୍ବା କନ୍ୟାର ଜନନୀ ହୋଇଥାନ୍ତି। ଆଉ ଏଥିପାଇଁ ତାଙ୍କୁ ଠାକୁରଙ୍କ ମାନସିକ କୁଣ୍ଡରେ ଗୁଆ ଖୋଜି ଖାଇବାକୁ ହୋଇଥାଏ ବୋଲି କିମ୍ବଦନ୍ତୀ ରହିଛି। ବିଜ୍ଞାନର ଯୁଗରେ ମଧ୍ୟ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ନିସନ୍ତାନ ନାରୀ ମକର ସଂକ୍ରାନ୍ତି ଦିନ ଭୋର ସମୟରୁ ହଟ୍ଟକେଶ୍ୱର ଦେବ ପାଖକୁ ଧାଇଁ ଆସିଥାନ୍ତି।

ପଢନ୍ତୁ ପୁରା ଖବର

20:43 PM

X 59 Supersonic Aircraft: ଆମେରିକାର ସ୍ପେସ୍ ଏଜେନ୍ସି ନାସା ଓ ଏରୋସ୍ପେସ୍ ପ୍ରମୁଖ ଲକହିଡ୍ ମାର୍ଟିନ ଆନୁଷ୍ଠାନିକ ଭାବରେ X-59 କମ୍ ଶବ୍ଦ ସୁପରସୋନିକ୍ ବିମାନ ଉନ୍ମୋଚନ କରିଛନ୍ତି, ଯାହା ନୂତନ ପିଢୀର ବାଣିଜ୍ୟିକ ବିମାନାର ମାର୍ଗକୁ ପ୍ରଶସ୍ତ କରିଛି । ଯାହା ଧ୍ୱନିର ଗତିଠାରୁ ଅଧିକ ଦ୍ରୁତ ଗତିରେ ଯାତ୍ରା କରିପାରିବ । ଅଧିକ ପଢ଼ନ୍ତୁ...

20:35 PM

Various Name of Ayodhya: ଭାରତ ବର୍ଷରେ ଅଯୋଧ୍ୟା ଏକ ପ୍ରମୁଖ ଧାର୍ମିକ ସହର ଭାବେ ଜଣାଶୁଣା। ପୂର୍ବରୁ ଏହାର ନାମ ଫୈଜାବାଦ ରହିଥିଲା। ଗତ ୨୦୧୮ ବର୍ଷରେ ଫୈଜାବାଦ ନାମ ପରିବର୍ତ୍ତନ କରି ପୁନର୍ବାର ଅଯୋଧ୍ୟା ରଖାଯାଇଥିଲ। ବର୍ତ୍ତମାନ ଅଯୋଧ୍ୟା ସ୍ଥିତ ରାମ ମନ୍ଦିରରେ ହେବାକୁ ଯାଉଥିବା ପ୍ରାଣ ପ୍ରତିଷ୍ଠା ପାଇଁ କଳିଯୁଗର ଅଯୋଧ୍ୟା ନଗରୀରେ ପୁଣି ଥରେ ତ୍ରେତୟା ଯୁଗ ଫେରି ଆସୁଥିବା ଭଳି ଜଣାପଡୁଛି। ଏବେ ଆମେ ଆପଣଙ୍କୁ କହୁଛୁ ଯେ ସମୟ ଚକ୍ରରେ କିପରି ଅଯୋଧ୍ୟା ନଗରୀର ନାମ ପରିବର୍ତ୍ତନ ହୋଇଥିଲା। 

ପଢନ୍ତୁ ପୁରା ଖବର

20:34 PM

Mumbai Guwahati Flight Emergency Landing: ପାସପୋର୍ଟ ବିନା ବିଦେଶରେ ଯାଇ ପହଞ୍ଚିଛନ୍ତି ବିମାନ ଯାତ୍ରୀ। ଏକଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ। ହେଲେ ଆଜ୍ଞା ଏହା ସତ୍ୟ। ମୁମ୍ବାଇ ଠାରୁ ଗୌହାଟି ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ ଯୋଗେ ଯାତ୍ରା କରୁଥିବା ଯାତ୍ରୀଙ୍କ ସହ ଘଟିଯାଇଛି ଏଭଳି ଘଟଣା। ଏହି ବାଂଲାଦେଶ ରାଜଧାନୀ ଢାକା ଠାରେ ଜରୁରୀକାଳୀନ ଅବତରଣ କରିଥିବାର ଜଣାପଡ଼ିଛି। 
ପଢନ୍ତୁ ପୁରା ଖବର 

 

20:32 PM

Fisherman Died by Piranha Attack in Brazil: ସାର୍କ କିମ୍ବା କୁମ୍ଭୀର ଭଳି ଅନ୍ୟ କୌଣସି ଜଳ ଜୀବ ଦ୍ୱାରା ହେଉଥିବା ଆକ୍ରମଣ କାରଣରୁ ଅନେକ ଥର ମଣିଷ ପ୍ରାଣ ହରାଇଥାଏ। ଏଭଳି ଘଟଣା ସହ ଜଡ଼ିତ ଖବର ବିଷୟରେ ଆପଣ ଅନେକ ସମୟରେ ଜାଣିବାକୁ ପାଇଥିବେ। ହେଲେ କେବେ ଆପଣ ଶୁଣିଛନ୍ତି ଛୋଟ ମାଛ କାରଣରୁ ମଧ୍ୟ ଯନ୍ତ୍ରଣାଦାୟକ ମୃତ୍ୟୁ ହୋଇପାରେ। ନିକଟରେ ଘଟିଥିବା ଏଭଳି ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଲାଟିନ ଆମେରିକୀୟ ଦେଶ ବ୍ରାଜିଲ ଠାରେ ଘଟିଯାଇଛି ଏଭଳି ଘଟଣା। କିଛି ଦିନ ପୂର୍ବେ ଦେଶର ରୋଣ୍ଡୋନିଆ ରାଜ୍ୟର କୋଷ୍ଟା ମାର୍କସ ଅଞ୍ଚଳରେ ଗୋରୁ ପରିବହନ କରୁଥିବା ସମୟରେ ନିଖୋଜ ହୋଇଯାଇଥିଲେ ଓଡ଼ାୟର ରାଶ ନାମକ ଜଣେ ୪୬ ବର୍ଷୀୟ ବ୍ୟକ୍ତି। ମୃତକ ଜଣଙ୍କ ଜଣେ ମତ୍ସ୍ୟଜୀବୀ ବୋଲି କୁହାଯାଉଛି।

ପଡନ୍ତୁ ପୁରା ଖବର

20:28 PM

Onion Makes Pakistan to Cry: ଗୋଟିଏ ଭୁଲ ପାଇଁ ଦେଶରେ ସୃଷ୍ଟି ହୋଇଛି ହାହାକାର ଭଳି ପରିସ୍ଥିତି। ଦେଶରେ ସୃଷ୍ଟି ହେଉଥିବା ସ୍ଥିତି ଏବେ ଦେଶବାସୀଙ୍କୁ କନ୍ଦାଉଛି। ଆଜ୍ଞା ହଁ ଏବେ ଆମେ ଆପଣଙ୍କୁ ଯେଉଁ ଦେଶ କଥା କହୁଛୁ ସେହି ଦେଶ ହେଉଛି ପାକିସ୍ତାନ। ଯେଉଁଠି ସମସ୍ୟା କିମ୍ବା ଅସୁବିଧା କେବେ ଶେଷ ହୁଏ ନାହିଁ। ବର୍ତ୍ତମାନ ପ୍ରାୟ ୨୫ କୋଟି ପାକିସ୍ତାନୀ ପିଆଜ ପାଇଁ କାନ୍ଦୁଛନ୍ତି। ଯାହା ଦେଶର ରାଜଧାନୀ ଇସଲାମାବାଦା ସାମ୍ନା  କରୁଥିବା ସଦ୍ୟତମ ସଙ୍କଟ। ଭାରତ ଏବଂ ପାକିସ୍ଥାନ ସମେତ ବିଶ୍ୱର ପ୍ରାୟ ୧୭୦ ଦେଶରେ ପିଆଜ ଚାଷ କରାଯାଇଥାଏ। ହେଲେ ପାକିସ୍ତାନୀଙ୍କୁ ଭାରତୀୟ ପିଆଜ ଆବଶ୍ୟକ। ଭାରତ ବର୍ଷରୁ ପିଆଜ ରପ୍ତାନୀ ବନ୍ଦ ହେବା ପରେ ପାକିସ୍ତାନ ଠାରେ ଏକ ପିଆଜ ମୂଲ୍ୟ କିଲୋଗ୍ରାମ ପିଛା ୨୪୦ ଟଙ୍କା ହୋଇଯାଇଛି। ଯାହାର ଫଳ ସ୍ୱରୂପ ପାକିସ୍ତାନୀ ଏବେ ପିଆଜ ପାଇଁ କାନ୍ଦୁଛନ୍ତି।

 

ପଢନ୍ତୁ ପୁରା ଖବର

19:44 PM

Crime News; ଏକ ହୋଟେଲକୁ ପ୍ରେମିକଙ୍କ ସହ ଆସିଥିଲେ ଜଣେ ଯୁବତୀ କିନ୍ତୁ ହଠାତ୍ କେଉଁ କାରଣରୁ ମୃତ୍ୟୁ ହେଲା ତାହାକୁ ନେଇ ପରିବାର ଲୋକେ ଚିନ୍ତାରେ । ଯୁବତୀଙ୍କ ଘର ପୁରୀ ଚନ୍ଦନପୁର ଅଞ୍ଚଳରେ ହୋଇଥିବାବେଳେ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଅଧିକ ପଢ଼ନ୍ତୁ...

19:20 PM

Two Girls Got Married in temple: ଉତ୍ତର ପ୍ରଦେଶ ଦେଓରିଆର ଦୁଇ ଝିଅ ପରସ୍ପରକୁ ବିବାହ କରିବାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ସୂଚନା ମିଳିଛି ଯେ, ଦୁହେଁ ଏକାଠି କାମ କରିବା ସମୟରେ ଉଭୟେ ଉଭୟଙ୍କ ପ୍ରେମରେ ପଡିଥିଲେ। ଆସନ୍ତୁ ଜାଣିବା ପୁରା ପ୍ରେମ କାହାଣୀ...

18:42 PM

Ayodhya Name History: ଗୋଟିଏ କିମ୍ବା ଦୁଇଟି ନୁହେଁ ଅଯୋଧ୍ୟା ନଗରୀର ରହିଛି ଏକାଧିକ ନାମ। କ'ଣ ଆପଣ ଜାଣିଛନ୍ତି ସତ୍ୟଯୁଗ ଠାରୁ କଳିଯୁଗ ମଧ୍ୟରେ କେତେ ଥର ଅଯୋଧ୍ୟା ନଗରୀର ନାମ ପରିବର୍ତ୍ତନ ହୋଇଛି? ଅଧିକ ପଢ଼ନ୍ତୁ...

16:54 PM

Divya Pahuja Case: ଦିବ୍ୟା ପାହୁଜା ହତ୍ୟା ମାମଲାରେ ପଶ୍ଚିମବଙ୍ଗରୁ ଗିରଫ ହୋଇଥିବା ବଲରାଜ ନାମକ ଅଭିଯୁକ୍ତଙ୍କୁ ହରିୟାଣା ପୋଲିସ ପଚରାଉଚରା କରିଥିଲା । ଅଭିଯୁକ୍ତଠାରୁ ସୂଚନା ପାଇବା ପରେ ଦିବ୍ୟାଙ୍କ ମୃତଦେହକୁ ହରିୟାଣାର ଏକ କେନାଲରୁ ଉଦ୍ଧାର କରାଯାଇଛି । ଅଧିକ ପଢ଼ନ୍ତୁ...

16:08 PM

President Draupadi Murmu: ଆଉ ଅଳ୍ପଦିନ ପରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ହେବ । ଏଥି ନିମନ୍ତେ ଦେଶର ବିଷିଷ୍ଟ ବ୍ୟକ୍ତିମାନେ ଯୋଗଦେବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଛି । ଅଧିକ ପଢ଼ନ୍ତୁ...

12:37 PM

କେଜରିୱାଲଙ୍କୁ ଚତୁର୍ଥ ସମନ ଜାରି କଲା ED
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସମସ୍ୟା କମିବାର ନାଁ ନେଉନାହିଁ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡ଼ି ଚତୁର୍ଥ ଥର ପାଇଁ ସମନ ଜାରି କରିଦେଇଛି। ଆସନ୍ତା ୧୮ ତାରିଖରେ ଇଡ଼ିରେ ହାଜର ହେବା ପାଇଁ ଚତୁର୍ଥ ସମନରେ କହିଛି ଇଡ଼ି। ମଦ ଦୁର୍ନିତୀ ମାମଲାରେ ପଚରାଉଚୁରା ପାଇଁ ଚତୁର୍ଥ ଥର ପାଇଁ ସମନ ଜାରି କରିଛି ଇଡ଼ି। ତେବେ ଚତୁର୍ଥ ଥର ମଧ୍ୟ ଅରବିନ୍ଦ କେଜରିୱାଲ ହାଜର ହେବା ନେଇ ସନ୍ଦେହ ଉପୁଜିଛି। ଅଧିକ ପଢନ୍ତୁ...

10:36 AM

ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା
ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ବିସିସିଆଇ ଭାରତୀୟ ଦଳ ଘୋଷଣା କରିଛି। ଆହତ କାରଣରୁ ମହମ୍ମଦ ଶାମି ଏବଂ ପ୍ରସିଦ୍ଧ କୃଷ୍ଣଙ୍କୁ ମଧ୍ୟ ସ୍ଥାନ ମିଳି ନ ଥିବାବେଳେ ଇଶାନ କିଶନଙ୍କୁ ଅଣଦେଖା କରାଯାଇଛି। ଏଥି ସହିତ ଅଣସଂରକ୍ଷିତ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଧୃଭ ଜୁରେଲଙ୍କୁ ଦଳରେ ସ୍ଥାନ ମିଳିଛି। ଅଧିକ ପଢନ୍ତୁ...

09:39 AM

ଓଡ଼ିଶା ଆସିବେ ଖଡ଼ଗେ
ଡ଼ିଶାରେ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିବ କଂଗ୍ରେସ। ଏଥିପାଇଁ ଆସନ୍ତା ୨୯ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ଭୁବନେଶ୍ୱରରେ ଏଥିପାଇଁ ବିଶାଳ ସମ୍ମିଳନୀ। ସମ୍ମିଳନୀରେ ୧୦ ହଜାରରୁ ଅଧିକ କର୍ମୀ ଓ ନେତା ଯୋଗଦେବେ ବୋଲି ସୂଚନା ଦେଲେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର। ନିର୍ବାଚନ ପୂର୍ବରୁ କଂଗ୍ରେସ କର୍ମୀଙ୍କୁ ସକ୍ରିୟ କରିବାକୁ ସଭାରେ ଗୁରୁମନ୍ତ୍ର ଦେବେ। ରାହୁଲଙ୍କ ଭାରତ ନ୍ୟାୟ ଯାତ୍ରାର ଓଡ଼ିଶା ରୁଟ ସମ୍ପର୍କରେ ବି ସମୀକ୍ଷା କରିବେ ବୋଲି ସୂଚନା ରହିଛି। ତେବେ ତାଙ୍କ ଗସ୍ତ ପୂର୍ବରୁ ରାଜ୍ୟ କଂଗ୍ରେସର ନିର୍ବାଚନ କମିଟି ଘୋଷଣା କରିଛନ୍ତି। ଅଧିକ ପଢନ୍ତୁ...

08:58 AM

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆଜି ହେବ ଅଙ୍କୁରପୂଜନ
ଶ୍ରୀମଣ୍ଡିତ ହୋଇଛି ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଶନିବାର ହେବ ଅଙ୍କୁରପୂଜନ। ପୌଷ ଶୁକ୍ଳ ତୃତୀୟା ଅବସରରେ ସାରା ଦିନ ତମାମ ଚାଲିବ ବିଧି। ଶୁକ୍ରବାରଠାରୁ ଆରମ୍ଭ ହୋଇଥିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଯଜ୍ଞ ପ୍ରକ୍ରିୟା। ଶ୍ରୀନଅରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ମଙ୍ଗଳାରୋପଣ ସମାପନ କରାଯାଇଥିଲା। ପୂଜା ବିଧି ସମ୍ପନ୍ନ ପରେ ଗୁଆ, ପଇତା, ନଡିଆ, ବସ୍ତ, ମୁଦି, ପାତ୍ର ଓ ଯଜ୍ଞ ପାଇଁ ପାତ୍ରୀ, ପ୍ରଧାନ ଆଚାର୍ଯ୍ୟଙ୍କୁ ପ୍ରଦାନ କରିଥିଲେ ଗଜପତି ମହାରାଜା। ଅଧିକ ପଢନ୍ତୁ...

08:17 AM

ଆଜିଠାରୁ ନୀଳଗିରିକୁ ଗଡ଼ିବ ମେମୁ ପାସେଞ୍ଜର ଟ୍ରେନ
ସ୍ୱାଧୀନତାର ୭୬ ବର୍ଷ ପରେ ବାଲେଶ୍ୱର ନୀଳଗିରିକୁ ଗଡ଼ିବ ପ୍ରଥମ ପାସେଞ୍ଜର ଟ୍ରେନ। ଏହି ମେମୁ ପାସେଞ୍ଜର ଟ୍ରେନ ଗଡ଼ିବା ସହିତ ନୀଳଗିରି ବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହେବାକୁ ଯାଉଛି। ଦୁଇ ଦିନିଆ ଗସ୍ତରେ ଆସି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆସି ଏହି ରେଳସେବାର ଶୁଭାରମ୍ଭ କରିବାକୁ ଯାଉଛନ୍ତି। ଏହି ସେବାର ଶୁଭାରମ୍ଭ କରିବା ସହିତ ନୀଳଗିରିବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ କରିବାକୁ ଯାଉଛନ୍ତି। ଅଧିକ ପଢନ୍ତୁ...

08:01 AM

ଆକାଶ ମିଶାଇଲର ସଫଳ ପରୀକ୍ଷଣ
ଆହୁରି ଶକ୍ତିଶାଳୀ ହେଲା ଭାରତୀୟ ସେନା। ଆକାଶ କ୍ଷେପଣାସ୍ତ୍ରର ଚାନ୍ଦିପୁର ଘାଟିରୁ ସଫଳ ପରୀକ୍ଷଣ କରିଛି ଭାରତୀୟ ପ୍ରତିରକ୍ଷା ଅନୁସନ୍ଧାନ ସଂଗଠନ। ଶୁକ୍ରବାର ଚାନ୍ଦିପୁର ଘାଟିରୁ ଏହି ପରୀକ୍ଷଣ ସଫଳତାର ସହ ଶେଷ ହୋଇଛି। ଆକାଶ ଏନଜି ଅତି ନିମ୍ନ ଉଚ୍ଚତାରେ ଉଡ଼ୁଥିବା ଶତ୍ରୁପକ୍ଷର କ୍ଷେପଣାସ୍ତ୍ରକୁ ସଠିକତା ସହି ମାରିବାରେ ସଫଳ ହୋଇପାରିବ ବୋଲି DRDO  ଭିଡିଓ ମଧ୍ୟ ପ୍ରକାଶ କରିଛି। ଅଧିକ ପଢନ୍ତୁ...

07:59 AM

ଏଣିକି ପ୍ରେସକ୍ରିପସନ ଓ ପୋଷ୍ଟମର୍ଟମ ରିପୋର୍ଟ ସ୍ପଷ୍ଟ ଅକ୍ଷରରେ ଲେଖିବେ ଡାକ୍ତର
ଏଣିକି ବଡ଼ ଓ ସ୍ପଷ୍ଟ ଅକ୍ଷରରେ ପ୍ରେସକ୍ରିପସନ ଲେଖିବେ ଡାକ୍ତର। ସାଧାରଣ ଲୋକ ଯେପରି ସହଜରେ ପ୍ରେସକ୍ରିପସନ ଓ ରିପୋର୍ଟ ପଢିପାରିବେ ସେଭଳି ଲେଖିବେ ଡାକ୍ତର। ଏନେଇ ଗତକାଲି ନିର୍ଦ୍ଦେଶନାମା ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ। ଡାକ୍ତରଙ୍କ ଜିଗଜାଗ ହ୍ୟାଣ୍ଡରାଇଟିଂକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ହାଇକୋର୍ଟ ଏକ ନିର୍ଦ୍ଦେଶ ଦେଇଥିଲେ। ଯେଉଁଥିରେ କୁହାଯାଇଥିଲା କି ପ୍ରେସକ୍ରିପସନ ଓ ରିପୋର୍ଟକୁ ସ୍ପଷ୍ଟ ଓ ବଡ଼ ଅକ୍ଷରରେ ଲେଖିବାକୁ। ଏନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି। ଅଧିକ ପଢନ୍ତୁ...

07:57 AM

ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
ପ୍ରତ୍ୟେକ ଦିନ ପରି ଆଜି ମଧ୍ୟ ସେବାୟତଙ୍କ ଦ୍ବାରା ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ଓ ପତିତପାବନଙ୍କ ନିକଟରେ ମଙ୍ଗଳ ଆଳତୀ ସମାପନ ହୋଇଛି । ସକାଳୁ ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନ କରି ଭକ୍ତମାନେ ସାନିଧ୍ୟ ଲାଭ କରିଛନ୍ତି। ତେବେ ମହାପ୍ରଭୁଙ୍କ ଏହି ଦିବ୍ୟ ମଙ୍ଗଳାଳତୀ ଦର୍ଶନ କରି ଦିନଚର୍ଯ୍ଯା ଆରମ୍ଭ କଲେ ପୁଣ୍ୟଫଳ ପ୍ରାପ୍ତ ମିଳିଥାଏ ବୋଲି ବିଶ୍ବାସ ରହିଛି । ଦେଖନ୍ତୁ ଭିଡ଼ିଓ...

07:56 AM

ଆଉ ୫ ଦିନ ପରେ ଶୁକ୍ର ଗୋଚର ଆଣିଦେବ ମହାଂସଯୋଗ
ସନାତନ ଧର୍ମ ଅନୁଯାୟୀ ଶୁକ୍ର ଏକ ଶୁଭ ଗ୍ରହ ଭାବରେ ପରିଗଣିତ ହୁଏ। ଶୁକ୍ରଙ୍କର ଏହି ଗୋଚର ଦେଶବାସୀଙ୍କ ଉପରେ ବିଳାସ ଏବଂ ଧନ ସମୃଦ୍ଧି ବର୍ଷା କରିଥାଏ। ଯେତେବେଳେ ଶୁକ୍ର ଧନୁ ରାଶିରେ ଚଳନ କରିବେ, ଏହା ବ୍ୟକ୍ତିଙ୍କ ଜୀବନରେ ଅନେକ ସୁଖଦାୟକ କାର୍ଯ୍ୟକଳାପ ଆଣିଥାଏ। ତଥାପି, ବେଳେବେଳେ ଏହା ମଧ୍ୟ ଚ୍ୟାଲେଞ୍ଜ ସୃଷ୍ଟି କରିବ। ଅଧିକ ପଢନ୍ତୁ...

07:55 AM

ଆୟ ବୃଦ୍ଧି ସହ ଦୂରଯାତ୍ରାରୁ ମିଳିବ ଲାଭ! ଜାଣନ୍ତୁ ଆଜି କମିତି କଟିବ ଆପଣଙ୍କ ଦିନ
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ। ଅଧିକ ପଢନ୍ତୁ...