Live Now

Odisha Daily News Live: ଫେସବୁକ ଲାଇଭ ସମୟରେ ନେତାଙ୍କୁ ଗୁଳି, ଜାଣନ୍ତୁ ଆଉ କିଛି ବଡ଼ ଖବର...

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ସାଧାରଣ ଜୀବନ ସହିତ ଜଡ଼ିତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଆମର ଏ ପ୍ରୟାସ। ଟିକିନିଖି ଖବର ଅପଡେଟ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ ପାଇଁ ସବସ୍କ୍ରାଇବ କରନ୍ତୁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ।

Odisha Daily News Live: ଫେସବୁକ ଲାଇଭ ସମୟରେ ନେତାଙ୍କୁ ଗୁଳି, ଜାଣନ୍ତୁ ଆଉ କିଛି ବଡ଼ ଖବର...
09 February 2024 01:11 AM (IST)

ନଦୀ ଗର୍ଭରେ ଚାଲିଛି ବେଆଇନ ବାଲି ଉତ୍ତୋଳନ; ପ୍ରଶାସନର ଦୁର୍ବଳତାର ସୁଯୋଗ ଉଠାଉଛନ୍ତି ବାଲିମାଫିଆ 
ରାମନଦୀରୁ ବେଧଡ଼କ ଭାବେ ଦୈନିକ ଉତ୍ତୋଳନ ହେଉଛି ଶହ ଶହ ଟ୍ରାକ୍ଟର ବାଲି। ସ୍ପଷ୍ଟ ଦିବାଲୋକରେ ବେଧଡକ ଭାବେ ନଦୀଗର୍ଭରୁ ବାଲି ଉତ୍ତୋଳନ କରାଯିବା ସହ ତାହାକୁ ଟ୍ରାକ୍ଟର ଯୋଗେ ଚାଲାଣ କରଯାଉଛି। ହେଲେ ନାଁ କଟାଯାଉଛି ରୟାଲଟି ନାଁ ଅଛି ପ୍ରଶାସନର ଜରିମାନାକୁ ଭୟ। ଗଜପତି ଜିଲ୍ଲାରେ ପ୍ରଶାସନର ଦୁର୍ବଳତାର ସୁଯୋଗ ନେଇ ଏବେ ବେଫିକର୍ ହୋଇଉଠିଛନ୍ତି ବାଲିମାଫିଆ। ଯାହା ଫଳରେ ଗୋଟିଏ ପଟେ ପ୍ରାକୃତିକ ଲଘୁଖଣିଜ ସମ୍ପଦ ଲୁଟ ହେଉଥିବା ବେଳେ ଅନ୍ୟପଟେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହାନି ହେଉଛି। 

ପଢନ୍ତୁ ପୁରା ଖବର

 

 

09 February 2024 12:34 AM (IST)

ନିଷ୍ଟ ବୈଷୟିକ ଶିକ୍ଷାନୁଷ୍ଠାନ ପରିସରରେ ୱୟାରଲେସ ନେଟୱାର୍କ କେନ୍ଦ୍ର ଉଦଘାଟିତ
ବ୍ରହ୍ମପୁର ସହର ଉପକଣ୍ଠସ୍ଥ ନିଷ୍ଟ ବୈଷୟିକ ଶିକ୍ଷାନୁଷ୍ଠାନ ପରିସରରେ ୫ଜି ରୁପାନ୍ତରୀକରଣ ୱୟାରଲେସ ନେଟୱାର୍କ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ନିଷ୍ଟ ଶିକ୍ଷାନୁଷ୍ଠାନ ଏବଂ ଯୁକ୍ତରାଷ୍ଟ୍ର ଆମେରିକା କାର୍ଲିଫର୍ଣ୍ଣିଆର ସେଲୋନା ପକ୍ଷରୁ ମିଳିତ ଭାବେ ଶିକ୍ଷାନୁଷ୍ଠାନ ପରିସରରେ ୫ଜି ରୁପାନ୍ତରୀକରଣ ଅଧିନରେ ନିଜସ୍ୱ ୱୟାରଲେସ ନେଟୱାର୍କ ବ୍ୟବସ୍ଥା କରାଯାଇଛି। ଯାହାକୁ ଫେବୃଆରୀ ୮ ତାରିଖ ଗୁରୁବାର ନିଷ୍ଟ ବୈଷୟିକ ଶିକ୍ଷାନୁଷ୍ଠାନ ପରିସରରେ ଉଦଘାଟିତ ହୋଇଯାଇଛି।

ପଢନ୍ତୁ ପୁରା ଖବର

 

08 February 2024 11:59 PM (IST)

ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପରେଟର
ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପରେଟର। ଲାଞ୍ଚ ନେବା ମାମଲାରେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ହୋଇଥିବା ଚଢାଉ ବେଳେ ଧରା ପଡ଼ିଛନ୍ତି ଗଞ୍ଜାମ ଜିଲ୍ଲା ପରିବହନ କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର। ଲାଞ୍ଚ ନେବା ମାମଲାରେ ଭିଜିଲାନ୍ସ ଜାଲରେ ଧରା ପଡ଼ିଥିବା ଡାଟା ଏଣ୍ଟ୍ରି ଅପରେଟର ହେଉଛନ୍ତି ଗୌରହରି ପାଢୀ। ଏନେଇ ମିଳିଥିବା ଖବର ଅନୁସାରେ କୋଭିଡ ସମୟରେ ଜଣେ ବ୍ୟକ୍ତିଙ୍କ ଦୁଇଟି ଗାଡି ଉପରେ ବକେୟା ରହିଥିବା ଜରିମାନାକୁ ଛାଡ କରିବା ପାଇଁ ୧୨୦୦୦ ଟଙ୍କା ଲାଞ୍ଚ ନେଉଥିଲେ ପରିବହନ କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର ଗୌରହରି ପାଢୀ। ହେଲେ ଲାଞ୍ଚ ନେବା ବେଳେ ତାଙ୍କୁ ମାଡ଼ିସ ବସିଥିଲା ଭିଜିଲାନ୍ସ। 

ପଢନ୍ତୁ ପୁରା ଖବର

08 February 2024 11:22 PM (IST)

ବ୍ରାଉନ୍‌ ସୁଗାର କବଳରେ ଶ୍ରୀକ୍ଷେତ୍ର; ସହରରୁ ବଢୁଛି ବେଆଇନ କାରବାର
ବ୍ରାଉନ୍‌ ସୁଗାର ବଳୟରେ ଆଧ୍ୟାତ୍ମିକ ସହର ଶ୍ରୀକ୍ଷେତ୍ର। ସହରରେ ଏବେ ମାଳ ମାଳ ବ୍ରାଉନ୍‌ ସୁଗାର ବେପାରୀ। ଶ୍ରୀମନ୍ଦିର ଆଖପାଖ ସହିତ ବଡ଼ଦାଣ୍ଡ, ବେଳାଭୂମି, ସିଟି ରୋଡ୍ ଅଞ୍ଚଳରେ ମାରାତ୍ମକ ନିଶା କାରବାର କାୟା ବିସ୍ତାର କରିବାରେ ଲାଗିଛି। ଏପରିକି ସହରର ଗଳିକନ୍ଦିରେ ମିଳୁଛି ବ୍ରାଉନ୍‌ ସୁଗାର୍। ସହରରୁ ଗାଁ ଗଣ୍ଡାକୁ ବ୍ୟାପି ଗଲାଣି ଏଭଳି ମାରାତ୍ମକ ନିଶା କାରବାର। କୋର୍ଡ ୱାର୍ଡ ‘ଗୋଡ଼ି’ ଆଉ ‘ଥୋପ’ ନାମରେ ଚାଲିଛି ବ୍ରାଉନ୍‌ ସୁଗାର କାରବାର। ବିପଦ ରହିଥିଲେ ମଧ୍ୟ ଅଧିକ ଲାଭ ମିଳୁଥିବାରୁ ଯୁବପିଢ଼ି ରୋଜଗାରର ବାଟ ଭାବେ ବାଛି ନେଇଛନ୍ତି। ସେପଟେ ଆଗକୁ ନିର୍ବାଚନ ଏବଂ ରଥଯାତ୍ରା ରହିଥିବା ବେଳେ ଏହାକୁ ପୋଲିସ ପ୍ରଶାସନ ଗୁରୁତ୍ବର ସହ ନେଇ ନିଶା କାରବାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି।

ପଢନ୍ତୁ ପୁରା ଖବର

08 February 2024 11:07 PM (IST)

ଫେସବୁକ ଲାଇଭ ସମୟରେ ନେତାଙ୍କୁ ଗୁଳି, ଦେଖନ୍ତୁ ଭିଡ଼ିଓ
ଗୁରୁବାର ଦିନ ଏକ ଫେସବୁକ୍ ଲାଇଭ୍ ଭିଡିଓରେ ଶିବସେନା (ୟୁବିଟି) ନେତା ଅଭିଷେକ ଘୋଷାଲକରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ପୂର୍ବତନ କର୍ପୋରେଟର ଅଭିଷେକ ଘୋଷାଲକରଙ୍କ ପେଟ ଓ କାନ୍ଧରେ ଗୁଳି ବାଜିଥିବାର ଦେଖିବାକୁ ମିଳିଛି। ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ ଯେ ମୋରିସ୍ ନୋରୋନ୍ହା ନାମକ ଏହି ଦୁର୍ବୃତ୍ତ ଘୋଷାଲକରଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜକୁ ଗୁଳି କରିଦେଇଛି। ଏହି ଘଟଣା ମୁମ୍ବାଇର ଡାହିସର ଅଞ୍ଚଳରୁ ଜଣାପଡିଛି। ଦୁଇ ଜଣଙ୍କ ମଧ୍ୟରେ ବିବାଦ ଯୋଗୁଁ ଗୁଳି ବିନିମୟ ହୋଇଥିଲା।

 

08 February 2024 11:07 PM (IST)

ବନ ବିଭାଗ ପକ୍ଷରୁ କାଠ ଚୁଲା ବଣ୍ଟନ
ଗଜପତି ଜିଲ୍ଲା ମୋହନା ବନାଞ୍ଚଳ କାର୍ଯ୍ୟାଳୟରେ ପାରଳାଖେମୁଣ୍ଡି ବନଖଣ୍ଡ ପକ୍ଷରୁ ଜଙ୍ଗଲ ଓ ପରିବେଶ ସୁରକ୍ଷା ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ମୋହନା ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ବିଷୋୟୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ମଶାଳା ରେ ଜିଲ୍ଲା ବନଖଣ୍ଡ ଅଧିକାରୀ ଏସ.ଆନନ୍ଦ ଓ ମୋହନା ଅଗ୍ନିଶମ ଅଧିକାରୀ ପ୍ରମୋଦ ଭୂୟାଁ ପ୍ରମୁଖ ଯୋଗଦେଇ ନିଆଁ ଦାଉରୁ କିଭଳି ଜଙ୍ଗଲ ଓ ପରିବେଶ ସୁରକ୍ଷା କରିପାରିବା ସେ ନେଇ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ଗ୍ରାମରୁ ଆସିଥିବା ମହିଳାମାନଙ୍କୁ ଆଇସି ଆଇସି ବ୍ୟାଙ୍କ ଦ୍ଵାରା ଧୁମ୍ର ବିହୀନ ଚୂଲ୍ଲା ବଣ୍ଟନ କରାଯାଇଥିଲା ।

 

08 February 2024 10:48 PM (IST)

ଗୋଲ୍ଡେନ ଲ୍ୟାଣ୍ଡ ଚିଟଫଣ୍ଡ ସଂସ୍ଥା ରେ ଇଡି ର ଚଡାଉ
ବ୍ରହ୍ମପୁର ସହରର ପ୍ରତିଷ୍ଠିତ ବ୍ଯବସାୟୀଙ୍କ ଘରେ ଇଡି ପକ୍ଷରୁ ରେଡ୍ କରାଯାଇଛି ଆଜି ପ୍ରବର୍ତ୍ତନ ନିର୍ଦେଶାଳୟର 6ଟି ଟିମ୍ ଏକ କାଳିନ 6ଟି ସ୍ଥାନରେ ରେଡ୍ କରୁଥିବା ଜଣା ପଡିଛି। ଜମି ବ୍ଯବସାୟୀ ସଞ୍ଜୟ ପାଣିଗ୍ରାହୀ ,ଟୁଲୁ ମଙ୍ଗରାଜ ଙ୍କ ବାସ ଭବନ ସମେତ 6 ଟି ସ୍ଥାନ ରେ ଟିମ୍ ଚଢାଉ କରି କେତେ ପରିମାଣର ସମ୍ପତି ରହିଛି ଘରେ କିଛି କଳାଧନ ରହିଛି କି ତାର ଆକଳନ କରୁଥିବା ସୁଚନା ମିଳିଛି।

08 February 2024 10:33 PM (IST)

ଆଇପ୍ୟାଡରେ ଫୁଟବଲ ମ୍ୟାଚ୍ ଦେଖିଲେ ପୁଅ,ଗଲା ମନ୍ତ୍ରୀଙ୍କ ଚାକିରି
ଭାରତରେ ମନ୍ତ୍ରୀ ମାନଙ୍କ ଭିଆଇପି ଜୀବନ କଥା କାହାକୁ ଅଛପା ନୁହେଁ। ମନ୍ତ୍ରୀ ଓ ନେତାଙ୍କ ବିରୋଧରେ ଦୁର୍ନୀତି ମାମଲା କିଛି ନୂଆ ନୁହେଁ। କିନ୍ତୁ ୟୁରୋପୀୟ ଦେଶ ସ୍କଟଲାଣ୍ଡରେ ଜଣେ ମନ୍ତ୍ରୀଙ୍କ ଏହି ବିଳାସପୂର୍ଣ୍ଣ ଜୀବନ ତାଙ୍କ ଚାକିରି ନେଇଛି । ପୁଅମାନଙ୍କର ସରକାରୀ ଫୋନ ଅପବ୍ୟବହାର ପାଇଁ  ବାପାଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ପଡିଛି।  ମନ୍ତ୍ରୀଙ୍କ ଲମ୍ବାଚୌଡ଼ା ଫୋନବିଲକୁ ନେଇ ବିରୋଧୀ ଦଳ ଏମିତି ହଙ୍ଗାମା କରିଥିଲେ ଯେ, ଶେଷରେ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ପଡିଥିଲା। ସ୍କଟଲାଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀ ମାଇକେଲ ମାଥେସନଙ୍କ ମୋବାଇଲ  ବିଲ୍ ଏତେ ଅଧିକ ଆସିଥିଲା ଯେ ଯିଏ ବିଲ ଦେଖିଲା ସିଏ କହିଲା ମନ୍ତ୍ରୀ ଫୋନରେ କଣ କରୁଥିଲେ ଯେ, ଏତେ ବଡ଼ ଲମ୍ବାଚୌଡ଼ା ବିଲ୍ ଆସିଛି।

 

08 February 2024 10:15 PM (IST)

ଆଗତ ହେଲା ୨୦୨୪-୨୫ ବର୍ଷର ବଜେଟ୍‍; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।   

ପଢନ୍ତୁ ପୁରା ଖବର

 

08 February 2024 10:08 PM (IST)

ହଲଦ୍ୱାନୀରେ ଦଙ୍ଗା ସ୍ଥିତି, ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ; ଆସନ୍ତାକାଲି ସବୁ ସ୍କୁଲ ବନ୍ଦ
ହଲଦ୍ୱାନୀ ଅନ୍ତର୍ଗତ ଇନ୍ଦିରା ନଗର ଅଞ୍ଚଳରେ ଥିବା ବେଆଇନ ମଦ୍ରାସା ଏବଂ ନମାଜ ସ୍ଥାନକୁ ଭାଙ୍ଗିବା ପାଇଁ ମ୍ୟୁନିସିପାଲିଟି କର୍ପୋରେସନ ଏବଂ ପ୍ରଶାସନ ସେନା ବଳ ସହିତ ଜେସିବି ନେଇ ପହଞ୍ଚିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ମୁସଲମାନ ମହିଳା ଓ ଯୁବକମାନେ ଏକ ବିରାଟ ବିରୋଧ ପ୍ରଦର୍ଶନ କରିଥିଲେ। ଏହି ସମୟ ମଧ୍ୟରେ କ୍ରୋଧିତ ଜନତା ପୋଲିସ ପ୍ରଶାସନ ଏବଂ ମ୍ୟୁନିସିପାଲିଟି କର୍ପୋରେସନ ଦଳ ଉପରକୁ ଢେଲା ମାଡ଼ କରିଥିଲେ। ପରେ ସ୍ଥାନୀୟ ଅଞ୍ଚଳରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଥିଲା।

08 February 2024 09:56 PM (IST)

ମଧୁର ସଂସାରରେ ହେବ ମଧୁ ଓ ମାନସଙ୍କର ବାହାଘର   
ଓଡିଶାର ନମ୍ବର-୧ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣିତ ଓ ପ୍ରଗତିଶୀଳ ଓଡିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ। ସେହି ପରିପ୍ରେକ୍ଷୀରେ ନୂଆ ବର୍ଷରେ ଆରମ୍ଭ ହୋଇଥିବା ମେଗା ଧାରାବାହିକ ‘ମଧୁର ସଂସାର’ ଦର୍ଶକଙ୍କ ମନକୁ ଛୁଇଁବାରେ ସଫଳ ହୋଇଛି । 

08 February 2024 09:38 PM (IST)

ବିଜେପି 'ହ୍ୱାଇଟ୍ ପେପର' ଜବାବର କଂଗ୍ରେସ ଆଣିଲା 'ବ୍ଲାକ୍ ପେପର'
ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷର ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନ କରିବା ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶ୍ୱେତ ପତ୍ର ଉପସ୍ଥାପନ କରିବା କଥା କହିଥିଲେ। ଫେବୃଆରୀ ୮ ତାରିଖ ଗୁରୁବାର ମୋଦି ସରକାରଙ୍କ ଦ୍ୱାରା ସଂସଦରେ ଶ୍ୱେତ ପତ୍ର ଉପସ୍ଥାପିତ ହୋଇଛି। ଯେଉଁଥିରେ କଂଗ୍ରେସ ନେତୃତ୍ୱାଧିନ ୟୁପିଏ ସରକାରର ୧୦ ବର୍ଷର ଆର୍ଥିକ ପ୍ରଦର୍ଶନ ସମ୍ପର୍କରେ ଦର୍ଶାଯାଇଛି। ଏହି ଶ୍ୱେତ ପତ୍ର ମାଧ୍ୟମରେ ଗତ ୨୦୧୪ ବର୍ଷରେ କ୍ଷମତାସୀନ ହେବା ପରେ ଦେଶର ଅର୍ଥନୀତି କେଉଁ ଅବସ୍ଥାରେ ରହିଥିଲା ତାହା ମୋଦି ସରକାର ଦର୍ଶାଇଛନ୍ତି। 

08 February 2024 09:23 PM (IST)

"କେମିତି ଏ ସମ୍ପର୍କ" ର ସଫଳତା ପାଇଁ ପ୍ରଭୂ ଶ୍ରୀ ଜଗନ୍ନାଥଙ୍କୁ ପ୍ରଥମ ନିମନ୍ତ୍ରଣ
ଜେଜେଏନଜେ ବ୍ୟାନରରେ ନିର୍ମିତ ହୋଇଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର "କେମିତି ଏ ସମ୍ପର୍କ" ଫେବୃୟାରୀ ୯ରେ ଶୁଭମୁକ୍ତି ହେବ। ସେଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଏହି ଅବସରରେ ପ୍ରଯୋଜକ ରୁପେଶ କୁମାର ନାୟକଙ୍କ ସହିତ ଅଭିନେତ୍ରୀ ଏଲିନା ସାମନ୍ତରାୟ, ଲିପ୍ସା ମିଶ୍ର, କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ପୁରୀ ଶ୍ରୀମନ୍ଦିରରେ ପହଞ୍ଚି ପ୍ରଥମ ନିମନ୍ତ୍ରଣ ପ୍ରଭୂ ଜଗନ୍ନାଥ ଙ୍କୁ ଅର୍ପଣ କରିଥିଲେ। ଚଳଚ୍ଚିତ୍ରର ପ୍ରଚାର ପାଇଁ ଟିମ୍ ବ୍ରହ୍ମପୁର ସମେତ ଅନେକ ସହରର ବିଭିନ୍ନ ସ୍ଥାନକୁ ଯାଇ ଫ୍ୟାନ ଫୋଲର୍ସଙ୍କ ସହିତ ମିଶି ସିନେମାର ପ୍ରମୋସନରେ ଲାଗିପଡିଛନ୍ତି। ଚଳଚ୍ଚିତ୍ର କେମିତି ଏ ସମ୍ପର୍କ ସମଗ୍ର ଓଡିଶାର ୩୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ତେଣୁ ଦର୍ଶକଙ୍କ ମନରେ ଉତ୍କଣ୍ଠା ଦେଖିବାକୁ ମିଳୁଛି।

08 February 2024 09:06 PM (IST)

ଶାହରୁଖଙ୍କ ସହ ବାଙ୍ଗାଙ୍କ ପଙ୍ଗା,ଜାଣନ୍ତୁ କାହିଁକି
ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ବାଙ୍ଗାଙ୍କ ଫିଲ୍ମ ଆନିମଲକୁ ସମାଲୋଚନା ବନ୍ଦ ହେବାର ନାମ ନେଉ ନାହିଁ | ଯଦିଓ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଏକ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଛି, ତଥାପି ଏହା ବିରୋଧରେ ସ୍ୱର ଉତ୍ତୋଳନ କରାଯାଉଛି । ରଣବୀର କପୁରଙ୍କ ଅଭିନୀତ ଆନିମଲକୁ ଦର୍ଶକ ବହୁତ ପସନ୍ଦ କରିଥିଲେ। କିନ୍ତୁ ବଲିଉଡର ନାମିଦାମୀଙ୍କ ମଧ୍ଯରୁ କିଛି  ଏହି ଚଳଚ୍ଚିତ୍ରରେ ଦେଖାଯାଇଥିବା ହିଂସାକୁ ନାପସନ୍ଦ କରିଥିଲେ । ଫିଲ୍ମ ହଲରୁ ଓହ୍ଲାଇ ଓଟିଟିରେ ରିଲିଜ୍ ହେଲାଣି ତଥାପି ଫିଲ୍ମକୁ ନେଇ ବିତର୍କ ଜାରି ରହିଛି । ଜାଭେଦ ଅଖତରଙ୍କ ଠାରୁ ଆରମ୍ଭ କରି ଶାହାରୁଖ ଖାନ ଏହା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି।

08 February 2024 08:52 PM (IST)

୧୪ ଫେବୃଆରୀକୁ କ’ଣ ପାଇଁ ଭାଲେଣ୍ଟାଇନ୍ ଡେ’ ପାଳନ ହୁଏ ?
ଫେବୃଆରୀ ମାସ ଅନେକ କାରଣରୁ ବିଶେଷ ଅଟେ। ପ୍ରଥମତଃ  ଏହି ମାସରୁ ପାଗ ମଧ୍ୟ ପରିବର୍ତ୍ତନ ହେବାକୁ ଲାଗେ ଏବଂ ଦ୍ୱିତୀୟତଃ ଏହା ହେଉଛି ପ୍ରେମର ମାସ। ନିଜ ପ୍ରେମକୁ ଅଭିବ୍ୟକ୍ତ କରିବାର ମାସ। ଭାଲେଣ୍ଟାଇନ୍ ସପ୍ତାହ ୭ ଫେବୃଆରୀରେ ରୋଜ୍ ଡେ’ରୁ  ଆରମ୍ଭ ହୋଇ ୧୪ ଫେବୃଆରୀ ପର୍ଯ୍ୟନ୍ତ ଚାଲିଥାଏ।  ଲୋକମାନେ ପ୍ରେମର ଏହି ସପ୍ତାହକୁ ନିଜ ଶୈଳୀରେ ପାଳନ କରନ୍ତି। ତେବେ ମନକୁ ପ୍ରଶ୍ନ ଆସେ ଯେ, ପ୍ରତିବର୍ଷ ୧୪ ଫେବୃଆରୀରେ କାହିଁକି ଭାଲେଣ୍ଟାଇନ୍ସ ଡେ ପାଳନ କରାଯାଏ? ଏହି ଦିନ ପାଳନ କରିବାର କାରଣ କ’ଣ? ଯଦି ଆପଣ ଏହା ପଛରେ ଥିବା ଇତିହାସ ମଧ୍ୟ ଜାଣି ନାହାଁନ୍ତି, ତେବେ ଏଠାରେ ଆମେ ଆପଣଙ୍କୁ ଭାଲେଣ୍ଟାଇନ୍ ଡେ’ର ଇତିହାସ କହିବୁ । ଆସନ୍ତୁ ଜାଣିବା ଭାଲେଣ୍ଟାଇନ୍ ଡେ’ ପଛର କାହାଣୀ।

08 February 2024 08:21 PM (IST)

ଭାରତ-ଋଷ ମିଳିତ ଭାବେ ବିକଶିତ କରୁଥିବା ବ୍ରହ୍ମୋସ-NG କେତେ ଶକ୍ତିଶାଳୀ ?
ବ୍ରହ୍ମୋସ୍ ହେଉଛି ଦେଶର ସବୁଠାରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର  । ବର୍ତ୍ତମାନ ଏହାକୁ ଆହୁରି ଅଧିକ ଶକ୍ତିଶାଳୀ କରାଯାଉଛି । ଭାରତ ପରବର୍ତ୍ତୀ ପିଢୀର ବ୍ରହ୍ମୋସ-ଏନଜି ବିକାଶ ପାଇଁ ପ୍ରସ୍ତୁତ ହେଉଛି। ଋଷର ସହଯୋଗରେ ଏହା ପ୍ରସ୍ତୁତ ହେଉଛି । ଏହାର ପରୀକ୍ଷା 2025 ସୁଦ୍ଧା ଆରମ୍ଭ ହେବ ବୋଲି ଆଶା କରାଯାଉଛି । ସାଉଦି ଆରବ ପ୍ରତିରକ୍ଷା ଶୋ’ରେ ବ୍ରହ୍ମୋସ ରପ୍ତାନି ନିର୍ଦ୍ଦେଶକ ପ୍ରବୀଣ ପଠକ ଏହା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଏହାର ନମୁନା ଉଡ଼ାଣ 2025 ଶେଷ କିମ୍ବା 2026 ଆରମ୍ଭ ସୁଦ୍ଧା ହେବ।

08 February 2024 08:06 PM (IST)

ABC ID କ'ଣ? ଛାତ୍ରଛାତ୍ରୀଙ୍କ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ?
ବିଦ୍ୟାଳୟ ଶିକ୍ଷା ବିଭାଗ ଦେଶର ସୁଦୂର ଗ୍ରାମାଞ୍ଚଳରେ ସାଧାରଣ ସେବା କେନ୍ଦ୍ର ବ୍ୟବହାର କରି ଅଟୋମେଟେଡ ପାରମାନେଣ୍ଟ ଏକାଡେମିକ୍ ଆକାଉଣ୍ଟ୍ ରେଜିଷ୍ଟ୍ରି (APAAR) ଆରମ୍ଭ କରିଛି। "ଗୋଟିଏ ଦେଶ ଗୋଟିଏ ଛାତ୍ର ପରିଚୟ" ନାମକ ଏକ ସମନ୍ୱିତ ଛାତ୍ର ପରିଚୟ ପ୍ରଣାଳୀ ପ୍ରତିଷ୍ଠା କରିବାକୁ "APAAR" ଲକ୍ଷ୍ୟ ଧାର୍ଯ୍ୟ କରିଛି। "APAAR" ହେଉଛି ଜାତୀୟ ଶିକ୍ଷା ନୀତିର (National Education Policy 2020) ଏକ ଅଂଶ। ଯାହା ମାଧ୍ୟମରେ ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ଏକାଡେମିକ୍ ବ୍ୟାଙ୍କ ଅଫ୍ କ୍ରେଡିଟ୍ (Academic Bank of Credit) ଠାରେ ପଞ୍ଜୀକରଣ କରିବା ଆବଶ୍ୟକ। ନୂତନ ନିୟମ ଅନୁଯାୟୀ, କଲେଜ କିମ୍ବା ବିଶ୍ୱବିଦ୍ୟାଳୟରେ ଆଡମିଶନ ପାଇଁ ଏକାଡେମିକ୍ ବ୍ୟାଙ୍କ ଅଫ୍ କ୍ରେଡିଟ୍ ପରିଚୟ ପତ୍ର (Academic Bank of Credit Identity Card) ରହିବା ଆବଶ୍ୟକ।

ପଢନ୍ତୁ ପୁରା ଖବର

 

 

08 February 2024 07:54 PM (IST)

ଆସୁଛି ନିର୍ବାଚନ, ଆଉ ପୁରୀ ସହରରେ ବଢି ଚାଲିଛି ନିଶା କାରବାର ସହ ବଡବଡ ଅପରାଧ
ଆସୁଛି ନିର୍ବାଚନ। ଆଉ ପୁରୀ ସହରରେ ବଢି ଚାଲିଛି ନିଷା କାରବାର ସହ ବଡବଡ ଅପରାଧ। ଧଳାଜହର ବ୍ଯବସାୟର ହବ ପାଲଟିଛି ପୁରୀ ସହର। ତେବେ ଜିଲ୍ଲାରେ ଗତ ୨୦୨୨ ଓ ୨୦୨୩ ଦୁଇ ବର୍ଷରେ ପୁଲିସ ଏବଂ ଅବକାରୀ ବିଭାଗର ସରକାରୀ ହିସାବ ଅନୁସାରେ ମୋଟ ୧୯ କେଜି ୪୪୫ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି। ଯାହାର ଆନୁମାନିକ ମୁଲ୍ଯ ପ୍ରାୟ ୨୦କୋଟି ଟଙ୍କା ହେବ। ତେବେ ନିଶା କାରବାରରେ ସମ୍ପୃକ୍ତ ୩୦୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୁଲିସ ୧୬୮ ଜଣଙ୍କୁ ଗିରଫ କରି ସେମାନଙ୍କଠାରୁ ୯ କେଜି ୬୪ ଗ୍ରାମ୍ ବ୍ରାଉନ୍ସଗର୍ ଜବତ କରିଥିବା ବେଳେ ଅବକାରୀ ବିଭାଗ ୧୩୬ ଜଣଙ୍କୁଠାରୁ ୧୦ କେଜି ୩୮୧ ଗ୍ରାମ ବ୍ରାଉନ୍‌ ଗର୍ ଜବତ କରିଛି। ଦେଖନ୍ତୁ ଭିଡ଼ିଓ...

08 February 2024 07:21 PM (IST)

ଜାଣନ୍ତୁ ଭାରତରତ୍ନ ଲାଲକୃଷ୍ଣ ଆଡଭାଣୀଙ୍କ କିଛି ଅଜଣା କଥା
ନୂଆଦିଲ୍ଲୀ: କଂଗ୍ରେସ ଏକଦା ଭାରତୀୟ ରାଜନୀତିରେ ପ୍ରାଧାନ୍ୟ ବିସ୍ତାର କରିଥିଲା। କିନ୍ତୁ ଏହାକୁ କ୍ଷମତାସୀନ କରିବାର ଶ୍ରେୟ ଲାଲ କୃଷ୍ଣ ଆଡଭାନୀଙ୍କ ନିକଟକୁ ଯାଇଥାଏ। ସୋମନାଥରୁ ଅଯୋଧ୍ୟା ପର୍ଯ୍ୟନ୍ତ ତାଙ୍କର ରଥ ଯାତ୍ରା ଏଭଳି ଏକ ପରିବେଶ ସୃଷ୍ଟି କରିଥିଲା ଯାହା ବିଜେପିକୁ ବହୁ ମାତ୍ରା ଉତ୍ସାହିତ କରିଥିଲା। ଯାହାର ଫଳ ସ୍ୱରୂପ ​​ଯେ ଗେରୁଆ ଦଳ ଆଉ ପଛକୁ ଚାହିଁ ନଥିଲା। ଲାଲକୃଷ୍ଣ ଆଡଭାନୀ ଆଜିର ରାଜନୀତିରେ ଭୀଷ୍ମ ପିତାମହଙ୍କ ପରି ପରିଗଣିତ ହୋଇଥାଆନ୍ତି।  ତାଙ୍କର ଦୀର୍ଘ ଜୀବନ କାଳରେ ୯୬ ବର୍ଷୀୟ ଆଡଭାନୀ ପାକିସ୍ତାନରେ ଯୁବାବସ୍ଥା ବିତାଇଥିବା ବେଳେ ଦେଶ ବିଭାଜନ, ଜରୁରୀକାଳୀନ ପରିସ୍ଥିତି ଏବଂ ବାଂଲାଦେଶ ସୃଷ୍ଟି ପର୍ଯ୍ୟନ୍ତ ଅନେକ ଘଟଣାର ମୁକସାକ୍ଷୀ ପାଲଟିଛନ୍ତି। ୧୯୨୭ ମସିହାରେ କରାଚିରେ ଜନ୍ମଗ୍ରହଣ କରିଥିବା ଆଡଭାନି ୧୯୪୭ରେ ବିଭାଜନ ପରେ ଭାରତରେ ଚାଲି ଆସିଥିଲେ। 

08 February 2024 07:13 PM (IST)

ଭାରତ-ମିଆଁମାର ସୀମାରେ ଲାଗିବ ବାଡ଼; କେତେ ଟଙ୍କା ହେବ ଖର୍ଚ୍ଚ?
ଭାରତ-ମିଆଁମାର ସୀମାରେ ଲାଗିବ ବାଡ଼। ଉଭୟ ଦେଶର ସୀମାରେ ବାଡ଼ ଲଗାଯିବା ସମ୍ପର୍କରେ ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଛନ୍ତି। ମୋଦି ସରକାରଙ୍କ ଏପରି ନିଷ୍ପତ୍ତି ଆସିବା ପରେ ଏହି ପ୍ରସଙ୍ଗରେ ଏବେ ବିତର୍କ ଆରମ୍ଭ ହୋଇଯାଇଛି। ସୀମାରେ ବାଡ଼ ଲଗାଇବାର ମୂଲ୍ୟ ଏବଂ ଏହାର ଅନ୍ୟାନ୍ୟ ବିକଳ୍ପକୁ ନେଇ ବିତର୍କ ଜାରି ରହିଛି। ଭାରତ-ମିଆଁମାର ମଧ୍ୟରେ ପ୍ରାୟ ୧୬୪୩ କିଲୋମିଟର ଲମ୍ବା ସୀମା ରେଖା ରହିଛି। ଭାରତ-ମିଆଁମାର ସୀମାରେ ବାଡ଼ ଲାଗିଯିବା ପରେ ଉଭୟ ଦେଶର ଲୋକଙ୍କ ମଧ୍ୟରେ ହେଉଥିବା ମୁକ୍ତ ଚଳ ପ୍ରଚଳ ବନ୍ଦ ହୋଇଯିବ। ଯଦି ଭାରତ-ମିଆଁମାର ବାଡ଼ ଲଗାଯାଏ ତାହେଲେ କେତେ ଟଙ୍କା ଖର୍ଚ୍ଚ ହେବ ଏବଂ ଏହା ଦ୍ୱାରା ସୁବିଧା ଏବଂ ଅସୁବିଧା କ'ଣ ହେବ?

ପଢନ୍ତୁ ପୁରା ଖବର

 

08 February 2024 07:11 PM (IST)

ଶ୍ୱେତ ପତ୍ର ଜାରି କଲେ ମୋଦି ସରକାର
ବିଗତ ୧୦ ବର୍ଷ ଧରି ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ବର୍ତ୍ତମାନ ନିର୍ବାଚନ ଇତିହାସରେ ସର୍ବନିମ୍ନ ସ୍ତରରେ ପହଞ୍ଚି ସାରିଛି। ଅନ୍ୟପଟେ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସ ଦଳକୁ ଘେରିବାରେ କୌଣସି ସୁଯୋଗ ହାତଛଡ଼ା କରୁନାହିଁ। ବିଜେପି କେବଳ ନିର୍ବାଚନରେ କଂଗ୍ରେସକୁ ପରାସ୍ତ କରୁନାହିଁ। ବରଂ ସଂସଦରେ କୌଣସି ପ୍ରସଙ୍ଗରେ କଂଗ୍ରେସକୁ ଜବାବ ଦେବାରେ ​​ବିଜେପି ପଛଘୁଞ୍ଚା ଦେଉନାହିଁ। ଏବେ ସଂସଦରେ ଏହାର ଉଦାହରଣ ଦେଖିବାକୁ ମିଳିଛି। ବର୍ତ୍ତମାନର ମୋଦି ସରକାର କଂଗ୍ରେସ ନେତୃତ୍ୱାଧିନ ୟୁପିଏ ସରକାରଙ୍କ କାର୍ଯ୍ୟକାଳରେ ହୋଇଥିବା ବିଫଳତା ଉପରେ ଏକ ଶ୍ୱେତପତ୍ର ଆଣିଛନ୍ତି। 

08 February 2024 06:53 PM (IST)

ପୁରୁଷ କଏଦୀଙ୍କ ପ୍ରବେଶ ଅନୁମତି ବାରଣକୁ ନେଇ ହାଇକୋର୍ଟରେ ମାମଲା
ପଶ୍ଚିମବଙ୍ଗର ଜେଲରୁ ଚାଞ୍ଚଲ୍ୟ କରିବା ଭଳି ଖବର ସାମ୍ନାକୁ ଆସିଛି। ରାଜ୍ୟର ସମସ୍ତ ସୁଧାର ଗୃହର ସ୍ଥିତି ଉପରେ ନ୍ୟାୟ ମିତ୍ର ବା ଆମିକସ୍ କ୍ୟୁରି କଲିକତା ହାଇକୋର୍ଟରେ ଦାଖଲ କରିଥିବା ରିପୋର୍ଟରେ କହିଛନ୍ତି ଯେ ପଶ୍ଚିମବଙ୍ଗର ଜେଲରେ ରହୁଥିବା ମହିଳା କଏଦୀମାନେ ଗର୍ଭବତୀ ହେଉଛନ୍ତି। ହାଇକୋର୍ଟରେ ଦାଖଲ ହୋଇଥିବା ରିପୋର୍ଟରେ କୁହାଯାଇଛି ଯେ ମହିଳା କଏଦୀମାନେ ଜେଲରେ ରହିବା ସମୟରେ ଗର୍ଭବତୀ ହେଉଛନ୍ତି ଏବଂ ଏହି କାରଣରୁ ରାଜ୍ୟର ଜେଲରେ ଅତି କମରେ ୧୯୬ ପିଲା ଜନ୍ମ ହୋଇଛନ୍ତି। 

08 February 2024 06:46 PM (IST)

ଆଗତ ହେଲା ରାଜ୍ୟ ବଜେଟ, ଶିକ୍ଷା ବିଭାଗକୁ ଗୁରୁତ୍ତ୍ୱ
୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ଚାରି ମାସ ଏପ୍ରିଲରୁ ଜୁଲାଇ ପର୍ଯ୍ୟନ୍ତ ଖର୍ଚ୍ଚ ବାବଦକୁ ୧୧୮୦୦୦ କୋଟି ଟଙ୍କାର ଲେଖାନୁଦାନ ଆଗତ କରାଯାଇଛି। ଏଥିରେ ପ୍ରାକୃତିକ ବିପର୍ଯ୍ୟୟ ଓ ନିର୍ବାଚନ ସମ୍ବନ୍ଧୀୟ ଖର୍ଚ୍ଚ ବାବଦକୁ ମୋଟ ବାର୍ଷିକ ବ୍ୟୟ ଅଟକଳ ୧୦୦ ପ୍ରତିଶତ, ପୁଞ୍ଜି ବ୍ୟୟ ୫୦ ପ୍ରତିଶତ ଏବଂ ଅନ୍ୟାନ୍ୟ ଖର୍ଚ୍ଚ୍ ବାବଦକୁ ବ୍ୟୟ ଅଟକଳ ୪୦ ପ୍ରତିଶତ ଅନ୍ତର୍ଭୁକ୍ତ କରାଯାଇଛି। 

08 February 2024 06:14 PM (IST)

ଆଗତ ହେଲା ରାଜ୍ୟ ବଜେଟ, ଶିକ୍ଷା ବିଭାଗକୁ ଗୁରୁତ୍ତ୍ୱ

ଭୁବନେଶ୍ୱର: ଆଜି ଅପରାହ୍ଣରେ ମଧ୍ୟବର୍ତ୍ତିକାଳୀନ ବଜେଟ ଉପସ୍ଥାପିତ କରିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ବଜେଟ ଉପସ୍ଥାପନ ସମୟରେ ସରକାରଙ୍କ ସଫଳତା ସମ୍ପର୍କରେ କହିଥିଲେ ଅର୍ଥମନ୍ତ୍ରୀ। ଏହା ସହିତ ଅଭିବୃଦ୍ଧି ହାର ୭.୨୫ ପ୍ରତିଶତ ରହିଥିବା ନେଇ ସୂଚନା ପ୍ରଦାନ କରିଥିଲେ। ଏହି ଅଭିବୃଦ୍ଧି ହାର ଜାତୀୟ ହାର ଠାରୁ ୧ ପ୍ରତିଶତ ଅଧିକ ରହିଥିବା ନେଇ ଅର୍ଥମନ୍ତ୍ରୀ ଦାବି କରିଥିଲେ। ଆଗାମୀ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୮.୫ ପ୍ରତିଶତ ଆକଳନ କରିଛନ୍ତି ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ। ତେବେ ଚଳିତ ବର୍ଷ ୨୫୫୦୦୦ କୋଟି ଟଙ୍କାର ଲେଖାନୁଦାନ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ। ଏହି ଜନକଲ୍ୟାଣ ବଜେଟରେ ବିଗତ ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ୧୧ ପ୍ରତିଶତ ଅଧିକ ବ୍ୟୟ ଅଟକଳ କରାଯାଇଛି। ଷୋଡ଼ଷ ବିଧାନସଭାର ଏହା ଥିଲା ଶେଷ ବଜେଟ। ଆଉ କିଛି ମାସ ପରେ ଏହି ବିଧାନସଭାର ଅବଧି ଶେଷ ହେବ। ନିର୍ବାଚନ ତାରିଖ ଘୋଷଣା ହେବା ସହିତ ଆଦର୍ଶ ଆଚରଣ ବିଧି ଲାଗୁ ହେବ। ପରମ୍ପରା କ୍ରମେ ନୂଆ ସରକାରଙ୍କ ନୂଆ କାର୍ଯ୍ୟକ୍ରମ ଓ ଯୋଜନା ଘୋଷଣା କରିବେ। ଫଳରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ପରିବର୍ତ୍ତେ ଆର୍ଥିକ ବର୍ଷର ପ୍ରଥମ ଚାରିମାସ ପାଇଁ ଲେଖାନୁଦାନ ବଜେଟ ଆଗତ କରିଛନ୍ତି। 

08 February 2024 06:13 PM (IST)

କନ୍ୟା ସନ୍ତାନ ପାଇଁ ୧ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରିବ ଏହି ରାଜ୍ୟ

ରାଜସ୍ଥାନ ସରକାର କନ୍ୟା ସନ୍ତାନ ପାଇଁ ଏକ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ଉପସ୍ଥାପିତ ବଜେଟରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟୟ ବରାଦ କରାଯାଇଛି। ତେବେ ଏହି ପୁରସ୍କାର ସଞ୍ଚୟ ବଣ୍ଡ ଆକାରରେ ଦିଆଯିବ। ଲାଡୋ ପ୍ରୋତ୍ସାହନ ଯୋଜନା ଅଧୀନରେ ଏକ ଗରିବ ପରିବାରକୁ କନ୍ୟା ସନ୍ତାନ ଜନ୍ମ ହେବା ଦ୍ୱାରା ୧ ଲକ୍ଷ ଟଙ୍କା ସଞ୍ଚୟ ବଣ୍ଡ ଦିଆଯିବ। ବିତରଣ ରାଶି ମଧ୍ୟ ଏକ ହଜାରରୁ ୬ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।

08 February 2024 05:50 PM (IST)

Protest Against Central Funds: ଦେଶର ଦକ୍ଷିଣାଞ୍ଚଳରେ ନିଜର ଅସ୍ତିତ୍ବ ଜାହିର କରିବାକୁ ସଂଘର୍ଷ କରୁଥିବା ଶାସକ ବିଜେପି ଦଳକୁ ଲାଗିଛି ଶକ୍ତ ଧକ୍କା । କେନ୍ଦ୍ର ବିରୋଧରେ ତେଜିଛି ଦାକ୍ଷିଣାତ୍ଯ ରାଜ୍ୟଙ୍କ ଆନ୍ଦୋଳନ । ପ୍ରତିବାଦ ଆନ୍ଦୋଳନରେ ଏକ ହୋଇଛନ୍ତି କର୍ଣ୍ଣାଟକ, କେରଳ ଓ ତାମିଲନାଡୁ । ବଡ଼କଥା ହେଉଛି ଆନ୍ଦୋଳନରେ ସାମିଲ ହୋଇଛନ୍ତି ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

08 February 2024 05:38 PM (IST)

ଟୋଲ ପ୍ଲାଜା ସମ୍ପର୍କରେ ବଡ଼ ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ
ଦେଶର ପ୍ରମୁଖ ରାଜପଥରେ ଅବସ୍ଥିତ ରହିଥିବା ଟୋଲ୍ ପ୍ଲାଜା ସମ୍ପର୍କରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏକ ନୂତନ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏ ସମ୍ପର୍କରେ ରାଜ୍ୟସଭାରେ ମତ ରଖି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଯେ ସ୍ଥାନୀୟ ତଥା କାର୍ଯ୍ୟରତ ଲୋକଙ୍କୁ ଧ୍ୟାନରେ ରଖି ସହର ଏବଂ ଶିଳ୍ପାଞ୍ଚଳରେ ୬-୭ କିମି ଭିତରେ ଟୋଲ ପ୍ଲାଜା ନିର୍ମାଣରୁ ଦୂରେଇ ରହିବେ। କେନ୍ଦ୍ର ସରକାର ଏମସିସି ଲାଗୁ କରିବା ପୂର୍ବରୁ ରାଜପଥରେ ଜିପିଏସ୍ ଆଧାରିତ ଟୋଲ୍ ସିଷ୍ଟମ ଆରମ୍ଭ କରିବାକୁ ଚେଷ୍ଟା କରୁଛନ୍ତି। ବିଶାଖାପାଟନମ ଠାରେ ଟୋଲ ପ୍ଲାଜା କାରଣରୁ ସ୍ଥାନୀୟ ଲୋକ ସାମ୍ନା କରୁଥିବା ସମସ୍ୟା ସମ୍ପର୍କରେ ସେ ବିଜେପି ସାଂସଦଙ୍କ ଏକ ପ୍ରଶ୍ନର ଉତ୍ତର ଦେଉଥିଲେ। କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ ସେ କେତେକ ସ୍ଥାନରେ ଏଭଳି ସମସ୍ୟା ରହିଥିବା ନେଇ ଅବଗତ ଅଛନ୍ତି।

ପଢନ୍ତୁ ପୁରା ଖବର

08 February 2024 05:27 PM (IST)

Road Accident: ଅନୁଗୁଳ ସଦର ଥାନା ଖଣ୍ଡହତା ଠାରେ ଦୁଇ କାର ମୁହାଁମୁହିଁ ଧକ୍କା । ଦୁଇ ମୃତ, ୩ ଜଣ ଗୁରୁତର । ଅନୁଗୁଳରୁ ଭୁବନେଶ୍ୱର ଆଡକୁ ଯାଉଥିବା ବେଳେ ବିପରୀତ ଦିଗରୁ ଏକ କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଗୁରୁତରଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ମୃତକ ମଧ୍ୟରେ ମା' ଓ ଝିଅ । ଭୁବନେଶ୍ୱରରେ ଏକ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଭୁବନେଶ୍ୱର ଯାଉଥିବା ବେଳେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ ମା' ଓ ଝିଅ । ମୃତକ ମାନେ ହେଲେ ଦୁର୍ଗାବତୀ ପ୍ରଧାନ ଓ ଝିଅ ସଂଯୁକ୍ତା ପ୍ରଧାନ । 

08 February 2024 05:15 PM (IST)

BJD MLA Arun Sahu: ବିକାଶର ବିରୋଧୀ ହେଉଛନ୍ତି ବିରୋଧୀ ଦଳ । ଗଣତନ୍ତ୍ର ପ୍ରକ୍ରିୟାରେ ବିକାଶକୁ ବିରୋଧ କରିବା ଯୁକ୍ତିଯୁକ୍ତ ନୁହେଁ । ଓଡ଼ିଶାର ବିରୋଧୀ ଦଳ ସବୁବେଳେ ବିକାଶକୁ ବିରୋଧ କରିବା ପାଇଁ ଖିଅ ବାହାର କରୁଛନ୍ତି । ବିରୋଧୀ ଏପରି ଆଭିମୁଖ୍ଯ ଗ୍ରହଣ କରୁଥିବାରୁ ଆଗାମୀ ଦିନରେ ସେମାନେ ବିରୋଧୀ ଦଳର ଯୋଗ୍ଯତା ହରାଇବେ । ଶୂନ୍ଯକାଳରେ ଏପରି କହି ଉଭୟ କଂଗ୍ରେସ ଓ ବିଜେପି ସଦସ୍ଯଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।

08 February 2024 04:37 PM (IST)

ହାତକଡ଼ି ପାଇଁ କଟାଗଲା ହାତ; ଜାଣନ୍ତୁ ପୁରା ଘଟଣାକ୍ରମ
ହାତକଡ଼ି ପାଇଁ କଟାଗଲା ହାତ। ଏକଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟଚକିତ ହୋଇଯାଉଥିବେ। ହେଲେ ଯୁକ୍ତରାଷ୍ଟ୍ର ଆମେରିକାର ଆଲବାମା ରାଜ୍ୟରେ ଘଟିଯାଇଛି ଏଭଳି ଘଟଣା। ଜିଓଭାନି ଲୋୟୋଲା ନାମକ ଜଣେ ବ୍ୟକ୍ତି ୨୦୨୦ ଫେବୃଆରୀ ୧୬ ତାରିଖ ସନ୍ଧ୍ୟାରେ ଘଟିଥିବା ଘଟଣାକୁ ସ୍ପଷ୍ଟ ଭାବରେ ମନେ ରଖିଛନ୍ତି। ଆଲାବାମା ରାଜ୍ୟରେ ରହୁଥିବା ଜିଓଭାନି ଲୋୟୋଲାଙ୍କୁ ସେତେବେଳେ ୨୫ ବର୍ଷ ବୟସ ହୋଇଥିଲା। ସେହି ଦିନ ସନ୍ଧ୍ୟାରେ ସେ ଟିଭି ଦେଖୁଥିବା ସମୟରେ ଯେତେବେଳେ କବାଟ ବାଡେଇବାର ଶବ୍ଦ ଶୁଣିବାକୁ ପାଇଥିଲେ। କବାଟ ଖୋଲିବା ପରେ ଅନେକ ପୋଲିସ କବାଟ ପାଖରେ ଠିଆ ହୋଇଥିଲେ। ଶାନ୍ତି ଭଙ୍ଗ ଅଭିଯୋଗରେ ତାଙ୍କୁ ଗିରଫ କରିବାକୁ ଆସିଥିଲା ପୋଲିସ। ଜିଓଭାନି ଲୋୟୋଲା ଦାବି କରିଛନ୍ତି ଯେ ତାଙ୍କ ହାତରେ ପିନ୍ଧିଥିବା ହାତକଡ଼ି ବହୁତ ଟାଣ ରହିଥିଲା। ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଏବଂ ବାରମ୍ବାର ହାତକଡ଼ି ଖୋଲିବାକୁ କହିଥିଲେ।

ପଢନ୍ତୁ ପୁରା ଖବର

 

08 February 2024 04:37 PM (IST)

Election Commission: ଆସନ୍ତା ୧୫ ତାରିଖରେ ଓଡ଼ିଶା ଆସୁଛନ୍ତି ନିର୍ବାଚନ କମିଶନ । ୧୭ ତାରିଖ ଯାଏଁ ଓଡ଼ିଶାରେ ଅବସ୍ଥାନ କରିବାର ରହିଛି କାର୍ଯ୍ୟକ୍ରମ । ଆଗାମୀ ଲୋକସଭା ନିର୍ବାଚନ ପରିଚାଳନା ନେଇ କରିବେ ସମୀକ୍ଷା । ମୁଖ୍ଯ ନିର୍ବାଚନ କମିଶନର ରାଜୀବ କୁମାର, ଅନ୍ଯତମ କମିଶନର ଅରୁଣ ଗୋୟଲ, ସିନିୟର ଡେପୁଟି ନିର୍ବାଚନ କମିଶନର ଧର୍ମେନ୍ଦର ଶର୍ମା, ସିନିୟର ଡେପୁଟି ଇଲେକସନ କମିଶନର ନୀତେଶ ବ୍ଯାସଙ୍କ ସମେତ ୮ ଜଣ ଓଡ଼ିଶା ଗସ୍ତ କରିବେ । ୧୬ ତାରିଖରେ ଜାତୀୟ ଓ ରାଜ୍ୟର ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳ, ଡିଇଓ, ଏସପି, ସିପି, ଡିଭିଜନାଲ କମିଶନର ଆଇଜିଙ୍କ ସହ ନିର୍ବାଚନ କମିଶନ ଆଲୋଚନା କରିବେ ।

08 February 2024 04:28 PM (IST)

Mohammed Shami: ଭାରତୀୟ କ୍ରିକେଟର ମହମ୍ମଦ ସାମିଙ୍କ ବୟାନକୁ ନେଇ ଏବେ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଜୋରସୋରରେ ଚର୍ଚ୍ଚା । ଆଘାତ କାରଣରୁ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟରୁ ସାମିଙ୍କୁ ବିଶ୍ରାମ ଦିଆଯାଇଛି । ଏଭଳି ସମୟରେ ସାମି କ୍ରିକେଟ କ୍ୟାରିୟରରୁ ଅବସରକୁ ନେଇ ବଡ ବୟାନ ଦେଇଛନ୍ତି । ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସାମି କହିଛନ୍ତି, ଯେଉଁଦିନ ମୁଁ କ୍ରିକେଟରୁ ବୋର ହୋଇଯିବି ସେବେ କ୍ରିକେଟକୁ ବାଏ ବାଏ କରିଦେବି । ମୋତେ କୌଣସି ଜିନିଷର ଚାପ ନେବାର ଆବଶ୍ୟକତା ନାହିଁ କି ମୋତେ କେହି ବୁଝାଇବାକୁ ନାହାନ୍ତି । 

08 February 2024 04:12 PM (IST)

Arpan Rath Donation: ଅର୍ପଣ ରଥରୁ ଶ୍ରୀମନ୍ଦିରକୁ ମିଳିଛି ୩ କୋଟି ୬ ଲକ୍ଷ ୬୨ ହଜାର ୮୧୩ ଟଙ୍କାର ଦକ୍ଷିଣା । ଗତ ଜାନୁଆରୀ ୨୨ ତାରିଖରୁ ଫେବ୍ରୁଆରୀ ୭ ତାରିଖ ମଧ୍ୟରେ ଏହି ଅର୍ଥରାଶି ଶ୍ରୀମନ୍ଦିର ପ୍ରଶାସନକୁ ମିଳିଥିବା ନେଇ ମନ୍ଦିର ପ୍ରଶାସନ ସୂଚନା ଦେଇଛି । ୩୦ଟି ଯାକ ଜିଲ୍ଲାରୁ ଏହି ଦକ୍ଷିଣ ଭକ୍ତମାନେ ଶ୍ରୀମନ୍ଦିରକୁ ଦେଇଛନ୍ତି । ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଗାଁ ଗାଁରେ ବୁଲିଥିଲା ଅର୍ପଣ ରଥ । ଏହି ସମୟରେ ଲୋକମାନେ କାଳିଆ ପାଇଁ ଗୁଆ ନଡିଆ ଦେବା ସହିତ ଅରୁଆ ଚାଉଳ ଏବଂ ଦକ୍ଷିଣା ପ୍ରଦାନ କରିଥିଲେ । 

08 February 2024 04:01 PM (IST)

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର, ଲିଙ୍କରେ କ୍ଲିକ କରି ପଢନ୍ତୁ ପୂରା ଖବର

08 February 2024 03:55 PM (IST)

Farmer Protest Kisan Rally: କିଛି ଦିନର ନୀରବତା ପରେ ପୁଣି ମୁଣ୍ଡଟେକିଛି ଚାଷୀ ଆନ୍ଦୋଳନ । ସଂଯୁକ୍ତ କିଷାନ ମୋର୍ଚ୍ଚା ନେତୃ୍ତ୍ୱରେ ଆଜି ନୋଏଡା ଓ ଗ୍ରେଟର ନୋଏଡାର ହଜାର ହଜାର ଚାଷୀ ପାଲ୍ୟାମେଣ୍ଟ ମାର୍ଚ୍ଚରେ ବାହାରିଛନ୍ତି । ଏହାକୁ ନଜରରେ ରଖି ଦିଲ୍ଲୀ ପୋଲିସ ସମସ୍ତ ସୀମା ବନ୍ଦ କରିଛି । କୃଷକମାନେ ବିଭିନ୍ନ ଦାବି ନେଇ ଏହି ମାର୍ଚ୍ଚ ଆରମ୍ଭ କରିଛନ୍ତି । ସେମାନଙ୍କ ଅଭିଯୋଗ ରହିଛି କି ଜନତାଙ୍କ ପ୍ରତିନିଧୀ ସେମାନଙ୍କ ଅଭିଯୋଗ ଶୁଣୁଛନ୍ତି, ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି । ଏହାସହ ପୂର୍ବ କୃଷକ ଆନ୍ଦୋଳନ ବେଳେ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ ନହେବାରୁ ଏହା ବିରୋଧରେ ସରକାରଙ୍କୁ ଜଣାଇବାକୁ ଏହି ରାଲି କରୁଥିବା କହିଛନ୍ତି । 

08 February 2024 03:38 PM (IST)

IND vs ENG: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯାଉଛି। ସିରିଜର ୨ଟି ମ୍ୟାଚ୍ ଖେଳାଯାଇଛି ଏବଂ ଆଉ ୩ଟି ମ୍ୟାଚ୍ ବାକି ଅଛି। ସିରିଜ୍ ଆରମ୍ଭ ପୂର୍ବରୁ ବିସିସିଆଇ ମାତ୍ର ୨ଟି ମ୍ୟାଚ୍ ପାଇଁ ଦଳ ଘୋଷଣା କରିଥିଲା। ଏହି ୨ଟି ମ୍ୟାଚ୍‌ରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଦେଖିବା ପରେ ଅବଶିଷ୍ଟ ମ୍ୟାଚ୍‌ ପାଇଁ ଦଳ ଘୋଷଣା କରାଯିବ। ଏଭଳି ପରିସ୍ଥିତିରେ ତୃତୀୟ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳର ଦଳ ଚିନ୍ତାର ବିଷୟ ପାଲଟିଛି। ଅଧିକ ପଢନ୍ତୁ...

08 February 2024 03:30 PM (IST)

Election Commission: ଆଗାମୀ ସାଧାରଣ ନିର୍ବାଚନ ପ୍ରସ୍ତୁତି ନେଇ ଓଡ଼ିଶା ଆସିବେ ମୁଖ୍ୟ ନିର୍ବାଚନ କମିଶନ । ନିର୍ବାଚନ କମିଶନ ଓ ଅଧିକାରୀ ମାନେ ଓଡ଼ିଶା ଆସି ଏଠାରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ । ଆସନ୍ତା ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ସମୀକ୍ଷା କରିବେ ବୋଲି ସୂଚନା ମିଳିଛି । ଏହାସହିତ ରାଜ୍ୟ ପଦାଧିକାରୀଙ୍କ ସହ ସମୀକ୍ଷା କରିବେ । ଲୋକସଭା ନିର୍ବାଚନ ପାଖେଇ ଆସୁଥିବାରୁ ଏହି ସମୀକ୍ଷା ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ ।

08 February 2024 03:15 PM (IST)

Terrorist Attack: ପାକିସ୍ତାନରେ ନୂଆ ସରକାର ପାଇଁ ସାଧାରଣ ମତଦାନ ଚାଲିଥିବା ସମୟରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଖୈବର ପଖତୁନଖୱାର ଡେରା ଇସ୍ମାଇଲ ଜିଲ୍ଲାର କୁଲାଚିରେ ଆତଙ୍କବାଦୀମାନେ ଏକ ପୋଲିସ ଭ୍ୟାନ୍ ଉପରେ ଆକ୍ରମଣ କରିଛନ୍ତି । ପ୍ରଥମେ ଆଇଇଡି ବିସ୍ଫୋରଣ କରିବା ପରେ ଆଖିବୁଜା ଗୁଳିମାଡ କରିଥିଲେ । ଫଳରେ ପୁରା ଇଲାକାରେ ତ୍ତହଇଚଇ ସୃଷ୍ଟି ହୋଇଥିଲା । ସୂଚନା ମୁତାବକ, ଖୈବର ପଖତୁନଖୱାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ ପୋଲିସ କର୍ମୀ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ୨ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

08 February 2024 03:00 PM (IST)

Weather Report: ଦୁଇଦିନର ପ୍ରବଳ ତାତିପରେ ରାଜ୍ୟରେ ବଦଳିଲା ପାଗ । ଉପକୂଳ ଓ ଆଭ୍ଯନ୍ତରୀଣ ଓଡ଼ିଶାରେ ଆକାଶ ମେଘୁଆ ରହିବା ସହିତ ହାଲୁକା କୁହୁଡ଼ି ଦେଖିବାକୁ ମିଳିଛି । ମେଘୁଆ ପାଗ ପ୍ରଭାବରେ ଗତକାଲି ରାତିର ତାପମାତ୍ରା ୨ ଡିଗ୍ରୀ ପର୍ଯ୍ୟନ୍ତ କମିଛି । ପଶ୍ଚିମାଝଡ଼ ପ୍ରଭାବରେ ଏଭଳି ପାଗ ପରିବର୍ତ୍ତନ ହୋଇଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଏହି ପଶ୍ଚିମାଝଡ଼ ପ୍ରଭାବରେ ଆସନ୍ତାକାଲିଠାରୁ ଉତ୍ତର ଆଭ୍ଯନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼ ଏବଂ ନୂଆପଡ଼ା ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ । ୧୧ତାରିଖରେ ବର୍ଷାର ପରିମାଣ ଓ ବିସ୍ତୃତି ବଢିବ ।

08 February 2024 02:32 PM (IST)

Odisha Assembly: ଗୁରୁବାର ବିଧାନସଭାର ଶୂନ୍ୟକାଳରେ ସାମ୍ବାଦିକଙ୍କ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସବୁ ରାଜ୍ୟ ଭଳି ଓଡ଼ିଶାରେ ବି ସାମ୍ବାଦିକଙ୍କୁ ପେନସନ ଯୋଗାଇ ଦିଆଯାଉ ବୋଲି ନରସିଂହ କହିଛନ୍ତି । ଏହାସହିତ ସାମ୍ବାଦିକଙ୍କୁ ଲୋକସେବା ଭବନକୁ ପ୍ରବେଶ ପାଇଁ ମଧ୍ୟ ଅନୁମତି ମିଳୁ । ସରକାର ସାମ୍ବାଦିକଙ୍କ ପାଇଁ ଫ୍ରି ଏଣ୍ଟ୍ରି ବ୍ୟବସ୍ଥା କରନ୍ତୁ ବୋଲି ନରସିଂହ କହିଛନ୍ତି ।

08 February 2024 02:21 PM (IST)

Bengal Tiger Died: ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘର ମୃତ୍ୟୁ ଘଟିଥିବା ନେଇ ଗୁରୁବାର ଖବର ମିଳିଛି। ବାଘର ମୃତ୍ୟୁ କେଉଁ କାରଣରୁ ଘଟିଛି ତାହା ଅସ୍ପଷ୍ଟ ରହିଛି। ଦୁଦୁରୁଚମ୍ପା ଠାରେ ମହାବଳ ବାଘର ମୃତଦେହ ମିଳିଛି। ଗତ ୫ ତାରିଖ ଦିନ ଦୁଦୁରୁଚମ୍ପା ନାଳ ନିକଟରୁ ମୃତଦେହ ମିଳିଥିଲା। ମୃତ ବାଘର ବୟସ ସାଢେ ୩ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ବାଘ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାରଣ ଜଣାପଡିବ। ଏନେଇ ଅଭୟାରଣ୍ୟ କ୍ଷେତ୍ର ନିର୍ଦ୍ଦେଶକଙ୍କ ପକ୍ଷରୁ ସୂଚନା ମିଳିଛି।

 

08 February 2024 02:04 PM (IST)

Senior Citizens: ବରିଷ୍ଠ ନାଗରିକଙ୍କୁ ଆଧ୍ଯାତ୍ମିକ ଯାତ୍ରାର ଦିବ୍ଯ ଅନୁଭୂତି । ରାଜ୍ଯ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜି ତୀର୍ଥଯାତ୍ରାରେ ଯାଉଛନ୍ତି ୬ ଜିଲ୍ଲାର ବରିଷ୍ଠ ନାଗରିକ । ପୁରୀ, କଟକ, ଢେଙ୍କାନାଳ, ଖୋର୍ଦ୍ଧା, ଜଗତସିଂପୁର ଓ କେନ୍ଦ୍ରାପଡା ଜିଲ୍ଲାର ୯୬୦ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ବାହାରିଛନ୍ତି । ସମସ୍ତେ ଭୁବନେଶ୍ବର ରେଳ ଷ୍ଟେସନରୁ ତିରୁପତି-ଭେଲୋର ଅଭିମୁଖେ ସ୍ବତନ୍ତ୍ର ଟ୍ରେନରେ ଯାତ୍ରା ଆରମ୍ଭ କରିଛନ୍ତି । ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ତୀର୍ଥଯାତ୍ରାର ଶୁଭାରମ୍ଭ କରିଛନ୍ତି । ୫ ଦିନିଆ ତୀର୍ଥଯାତ୍ରାରର ସବୁ ଖର୍ଚ୍ଚ ବହନ କରୁଛନ୍ତି ରାଜ୍ୟ ସରକାର ।

08 February 2024 01:28 PM (IST)

Srimandira Ratnabhandar: ବିଧାନସଭାରେ ପୁଣି ଉଠିଲା ରତ୍ନଭଣ୍ଡାର ପ୍ରସଙ୍ଗ । ରତ୍ନ ଭଣ୍ଡାର ଖୋଲିବା ସମ୍ପର୍କରେ ଆଜି ପୁଣିଥରେ ଆଇନ୍ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦାସରଥୀ ଗମାଙ୍ଗ । କେବେ ସୁଦ୍ଧା ରତ୍ନ ଭଣ୍ଡାର ଖୋଲାହେବ? କେବେ ଗଚ୍ଛିତ ଥିବା ରତ୍ନ ଅଳଙ୍କାରର ହିସାବ ନିକାଶ କରାଯାଇ ରତ୍ନଭଣ୍ଡାର ମରାମତି ହେବ ସେନେଇ ପ୍ରଶ୍ନ କରିଥିଲେ ଦାସରଥୀ ଗମାଙ୍ଗ । ଯାହାର ଉତ୍ତର ରଖିଛନ୍ତି ଆଇନ୍ ମନ୍ତ୍ରୀ । ଆଇନ୍ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ଯେ, ଉଭୟ ବାହାର ଏବଂ ଭିତର ରତ୍ନଭଣ୍ଡାର ଶ୍ରୀମନ୍ଦିର ଜଗମୋହନ ସହିତ ସଂଲଗ୍ନ ଥିବାରୁ ଭାରତୀୟ ପ୍ରତ୍ନତତ୍ୱ ସର୍ଭେକ୍ଷଣ ଟିମ ରତ୍ନଭଣ୍ଡାରକୁ ପ୍ରବେଶ କରି ମରାମତି କଲେ ଶ୍ରୀଜୀଉଙ୍କର ନୀତି ଓ ସାଧାରଣ ଦର୍ଶନ ବାଧାପ୍ରାପ୍ତ ହେବ । ଏ କଥା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ମଧ୍ୟ ଆଲୋଚନା ହେଇଥିଲା ।

 

08 February 2024 01:13 PM (IST)

Arpan Rath: ଶୂନ୍ୟକାଳରେ ବିଜେପି ପୁଣି ଉଠାଇଲା ଅର୍ପଣ ରଥ ଓ ଉଷୁନା ଚାଉଳ ପ୍ରସଙ୍ଗ। ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ। କାହା ନିର୍ଦ୍ଦେଶରେ ଅର୍ପଣ ରଥ ବାହାରିଥିଲା ? କାହା ନିର୍ଦ୍ଦେଶରେ ଶ୍ରୀ ମନ୍ଦିର ନୀତି ବିରୁଦ୍ଧରେ ଉଷୁନା ଚାଉଳରେ ମହାପ୍ରସାଦ ତିଆରି ହେଲା ? ଏହା ଉପରେ ସରକାର ସ୍ପଷ୍ଟୀକରଣ ଦେବା ପାଇଁ ବାଚସ୍ପତିଙ୍କ ରୁଲିଂ ପାଇଁ ଦାବି କଲେ ବିରୋଧୀ ଦଳ ମୁଖ୍ୟ ସଚେତକ। 

08 February 2024 12:52 PM (IST)

Rourkela News: ମାରଣାସ୍ତ୍ର ଦେଖାଇ ଲୁଟିନେଲେ ୧୦ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ।ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା, ଟେନସା ଫାଣ୍ଡି ଅଧିନସ୍ଥ ଗିତାରାଣୀ ଖଣି ନିକଟସ୍ଥ କ୍ରାକର୍ସ ଇଣ୍ଡିଆ ପରିବହନ ସଂସ୍ଥା କାର୍ଯ୍ୟାଳୟରୁ। ପାଖାପାଖି ଭୋର ୩ ଘଟିକା ସମୟରେ ୫ ଜଣରୁ ଉର୍ଦ୍ଧ ଦୁର୍ବୁତ୍ତ ବାଇକ୍ ଯୋଗେ ଆସି ମାରଣାସ୍ତ୍ର ମୁନରେ ୧୦ ଲକ୍ଷରୁ ଉର୍ଦ୍ଧ୍ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ପୋଲିସ୍ ର ଛାନବିନ୍ ଜାରି ରହିଛି । ସମ୍ପୂର୍ଣ୍ଣ ଲୁଟ୍ ର ଦୃଶ୍ୟ CCTV ରେ କଏଦ ହୋଇଛି । ଦୁର୍ବୃତ୍ତ ମାନେ ପୂର୍ବରୁ ଆସି ଥିବା ନେଇ ଅନୁମାନ କରୁଚି ପୋଲିସ। କେଉଁଠାରେ ଟଙ୍କା ରଖାଯାଇଛି ସେ ନେଇ ଦୁର୍ବୃତ୍ତ ମାନେ ଜାଣିଥିଲେ ଓ ସେଠାରୁ ଆସି ଟଙ୍କା ନେଇ ବାଇକ ରେ ଫେରାର ହେଇଯାଇଛନ୍ତି ବୋଲି ପୋଲିସ ସୂଚନା ଦେଇଛି। 

08 February 2024 12:37 PM (IST)

Hookah Ban: ବ୍ୟାନ୍‌ ହେଲା ହୁକା । ଏଣକି ହୁକା ଟାଣିପାରିବେନି ଲୋକେ । ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି କର୍ଣ୍ଣାଟକ ସରକାର । ସୋସିଆଲ ମିଡିଆ ‘X’ରେ ପୋଷ୍ଟ କରି ନିଜେ ମନ୍ତ୍ରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଯୁବକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ହୁକା ଉପରେ ରାଜ୍ୟବ୍ୟାପୀ ନିଷେଧାଦେଶ ଜାରି ହୋଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ନିଜେ ସୋସିଆଲ ମିଡିଆ ‘X’ରେ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ହୁକା ଧୂମପାନ ସ୍ୱାସ୍ଥ୍ୟ ପ୍ରତି ହାନୀକାରକ । ଏହି ବିପଦକୁ ଦୃଷ୍ଟିରେ ରଖି ଆମେ ସାରା ରାଜ୍ୟରେ ହୁକା, ଧୂମପାନ ଉପରେ ନିଷେଧାଦେଶ ଜାରି କରିଛୁ ।

 

08 February 2024 12:29 PM (IST)

Virat Kohli: କୋହଲିଙ୍କ ବିନା ଇଂଲଣ୍ଡ ବିପକ୍ଷ ସମସ୍ତ ଟେଷ୍ଟ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ । କାହିଁକି ନା, ବ୍ୟକ୍ତିଗତ କାରଣ ହେତୁ ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରୁ ନିଜକୁ ଦୂରେଇ ରଖିଥିବା ବିରାଟ କୋହଲି, ଶେଷ ୩ଟି ଟେଷ୍ଟ ପାଇଁ ମଧ୍ୟ ଉପଲବ୍ଧ ହୋଇନପାରନ୍ତି ବୋଲି ସୂଚନା ମିଳିଛି । ହାଇଦ୍ରାବାଦ ଏବଂ ବିଶାଖାପାଟଣା ଟେଷ୍ଟ ପରେ ଟିମ୍ ଇଣ୍ଡିଆ ଏବେ ଶେଷ ୩ଟି ଟେଷ୍ଟ ମ୍ୟାଚ୍ ରାଜକୋଟ, ରାଞ୍ଚି ଏବଂ ଧର୍ମଶାଳାରେ ଖେଳିବାକୁ ଯାଉଛି । ହେଲେ ମିଳିଥିବା ସୂଚନା ମୁତାବକ, ରାଜକୋଟ୍, ରାଞ୍ଚି ଏବଂ ଧର୍ମଶାଳାରେ ଖେଳାଯିବାକୁ ଥିବା ଶେଷ ୩ଟି ଟେଷ୍ଟରେ ମଧ୍ୟ ବିରାଟ କୋହଲି ଖେଳିବା ସମ୍ଭାବନା କ୍ଷୀଣ । ବ୍ୟକ୍ତିଗତ କାରଣ ହେତୁ ସେ ନିଜ ପରିବାର ସହ ସମୟ କାଟିବାକୁ ନିଷ୍ପତ୍ତି ନେଇଛନ୍ତି । ଆଉ ଏହାକୁ ବିସିସିଆଇ ମଧ୍ୟ ସ୍ୱୀକୃତି ପ୍ରଦାନ କରିଥିବା ସୂଚନା ରହିଛି । 

08 February 2024 12:22 PM (IST)

Modi Praise EX Pm Manmohan Singh: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସ ସାଂସଦ ମନମୋହନ ସିଂଙ୍କ ପ୍ରଂଶସାରେ ଶତମୁଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁରୁବାର ରାଜ୍ୟସଭାରେ ସାଂସଦଙ୍କ ବିଦାୟୀ ଉପରେ ସମ୍ବୋଧନ ରଖୁଥିବାବେଳେ, ମୋଦି ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପ୍ରଶଂସା କରିଛନ୍ତି ।ରାଜ୍ୟସଭାରେ ସମ୍ବୋଧନ ରଖି ମୋଦି କହିଛନ୍ତି ଯେ, ଆମକୁ ମନମୋହନ ସିଂଙ୍କ ମାର୍ଗଦର୍ଶନ ମିଳିଲା । ମନମୋହନ ସିଂ ଜଣେ ଚାଲାକ୍ ସାଂସଦର ଉଦାହରଣ ଅଟନ୍ତି । ଏ ସଦନକୁ ମନମୋହନ ସିଂଙ୍କ ବିଶେଷ ଯୋଗଦାନ ରହିଛି । ତେବେ ସାଂସଦମାନଙ୍କର କେବେ ବି ବିଦାୟ ହୁଏନି ବୋଲି ଆଜି ରାଜ୍ୟସଭାରେ କହିଛନ୍ତି ପିଏମ୍ । ଏଥିସହ ଯେବେ ଯେବେ ବି ଗଣତନ୍ତ୍ର ଉପରେ ଚର୍ଚ୍ଚା ହେବ, ସେତେବେଳେ ମନମୋହନ ସିଂହ ମନେପଡିବେ ବୋଲି ମୋଦି କହିଛନ୍ତି ।

08 February 2024 12:12 PM (IST)

RBI Repo Rate: ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତିରେ ପୁଣି ଅପରିବର୍ତ୍ତିତ ରହିଛି ରେପୋ ରେଟ୍‍ । ଗୁରୁବାର ଭାରତୀୟ ରିଜର୍ଭ ବ୍ୟାଙ୍କର ମନିଟାରୀ ପଲିସି କମିଟି ମିଟିଂରେ ନିଆଯାଇଥିବା ନିଷ୍ପତି ଅନୁସାରେ ରେପୋ ରେଟ୍‍ ୬.୫ ପ୍ରତିଶତ ରହିଛି । ଏନେଇ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ୨୦୨୩ ଫେବୃଆରୀ ୮ରେ ରେପୋ ରେଟକୁ ୬.୫କୁ ବୃଦ୍ଧି କରିଥିଲେ ରିଜର୍ଭ ବ୍ୟାଙ୍କ । ଗତ ବର୍ଷ ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭.୪୪ ପ୍ରତିଶତ ରହିଥିବା ବେଳେ ଚଳିତ ବର୍ଷ ଏହି ହାର ହ୍ରାସ ପାଇଛି । ଡିସେମ୍ବରରେ ଏହି ହାର ୫.୬୯ ପ୍ରତିଶତ ରହିଥିଲା ।

08 February 2024 11:57 AM (IST)

Rahul Gandhi: ଓଡ଼ିଶାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାର ଆଜି ତୃତୀୟ ଦିନ । ବେଲପାହାଡ଼ରେ ଜନସଭାକୁ ସମ୍ବୋଧନ କରିଛନ୍ତି ରାହୁଲ । ଝାରସୁଗୁଡ଼ା ପୁରୁଣା ବସ ଷ୍ଟାଣ୍ଡରୁ ଯାତ୍ରା ଆରମ୍ଭ କରିଥିଲେ ରାହୁଲ ଗାନ୍ଧୀ । ପ୍ରାୟ ଦୁଇ କିଲୋମିଟର ଯାତ୍ରା ପରେ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି ରାହୁଲ ଗାନ୍ଧୀ । ଏହାପରେ ୪୯ ନମ୍ବର ଜାତୀୟ ରାଜପଥ ଦେଇ ଲିଖନପୁର ବ୍ଲକ ଗୋବିନ୍ଦପୁରରେ ପହଞ୍ଚି ସେଠାରେ ବିଶ୍ରାମ ନେବେ । ଏହା ପରେ ରାହୁଲ ଗାନ୍ଧୀ ଦିଲ୍ଲୀ ଫେରିଯିବେ ।

 

Add Zee News as a Preferred Source

About the Author