Advertisement

Odisha Weather News

alt
ପବିତ୍ର ମହା ବିଶୁବ ସଂକ୍ରାନ୍ତି ଅବସରରେ ଆରଡିପୀଠର ବାବା ଆଖଣ୍ଡଳମଣିଙ୍କୁ ଜଳାଭିଷେକ କରିବା ପାଇଁ ରାଜ୍ଯର କୋଣ ଅନୁକୋଣରୁ ଶହଶହ ଗୋପାଳଭକ୍ତ ଏକମାସ ବ୍ରତ ରଖି ବିଭିନ୍ନ ନଦୀ ଓ ଜଳାଶୟରୁ ପିତଳ କଳସରେ ଜଳ ନେଇ ଚାଲିଚାଲି ଆସି ସେବାୟତଙ୍କ ଦ୍ବାରା ଜଳଲାଗି କରୁଛନ୍ତି। ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ଯବସ୍ଥା କରାଯାଇଛି। ଅନ୍ଯପଟେ ଭୋର ୪ଟାରେ ମନ୍ଦିର ଦ୍ବାରଫିଟା ନୀତି ସରିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି, ପଣାଭୋଗ, ଜଳାଭିଷେକ ନୀତି ସରିବା ପରେ ନବବସ୍ତ୍ର ଓ ଫୁଲଚନ୍ଦନ ଲାଗି କରାଯାଇ ବାବାଙ୍କୁ ଦିଗମ୍ବର ବେଶରେ ପହିଲି ବାଲ୍ଯଭୋଗ ଲାଗି କରାଯାଇଥିଲା। ପରେ ଗୋପାଳଭକ୍ତମାନେ ଧାଡିରେ ଯାଇ ସେବାୟତଙ୍କ ଦ୍ବାରା ଜଳଲାଗି କରିଥିଲେ। ଏହି ଶୀତଳ ଉପଚାର ନୀତି ଏକମାସ ଧରି ପୀଠରେ ଅନୁ
Apr 14,2024, 12:52 PM IST
alt
Mar 28,2024, 18:26 PM IST
alt
Mar 27,2024, 19:26 PM IST
alt
Mar 16,2024, 17:00 PM IST
alt
Mar 2,2024, 16:13 PM IST
alt
ଆଜି ପବିତ୍ର ମାଘ ମାସ ପୁର୍ଣିମା ତିଥି । ଏହି ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ଗଜଉଧାରଣ ବେଶ । ଏହି ବେଶରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଚତୁର୍ଭୁଜରେ ଧାରଣ କରିବେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ। ଏହି ବେଶରେ ମହାପ୍ରଭୁ ଗରୁଡ ଉପରେ ବସିବା ଭଙ୍ଗୀରେ ଥାଇ ମାଆଲକ୍ଷ୍ମୀ ପ୍ରତିମାଙ୍କୁ କୋଳରେ ଧାରଣ କରିବେ । ଶ୍ରୀବଳଭଦ୍ର ଚତୁଃହସ୍ତରେ ଶଙ୍ଖ, ଚକ୍ର, ହଳ, ମୁଷଳ ଧାରଣ କରି ବାସୁଦେବଙ୍କ ରୂପରେ ବିରାଜମାନ କରିବେ | ସେହିପରି ଦେବୀ ସୁଭଦ୍ରା ଶ୍ରୀକୃଷ୍ଣଙ୍କ ସଦୃଶ ପାଦ ଛନ୍ଦି ଏକ ପଦ୍ମକଢ଼ ଧରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ମହାପ୍ରଭୁଙ୍କର ଏହି ଚିତ୍ତାକର୍ଷକ ବେଶ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିବେ ଭକ୍ତ ଓ ଦର୍ଶାନାର୍ଥି। ମଧ୍ୟାହ୍ନ ଧୂପ ପରେ ଶ୍ରୀମନ୍ଦିର ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହ
Feb 24,2024, 11:00 AM IST
alt
ପୁଣି ଥରେ ପାଗରେ ପରିବର୍ତ୍ତନ ଦେଖାଦେଇଛି। ଗୁରୁବାର ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ଆକାଶ ମେଘୁଆ ରହିବା ସହ ହାଲୁକା କୁହୁଡି ଦେଖାଯାଇଛି। ମେଘୁଆ ପାଗ ପ୍ରଭାବରେ ତାପମାତ୍ରାରେ ହ୍ରାସ ହୋଇଛି। ପଶ୍ଚିମାଝଡ ପ୍ରଭାବରେ ଶୁକ୍ରବାର ଠାରୁ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ଜିଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ନୂଆପଡାରେ ହାଲୁକା ବର୍ଷା ସମ୍ଭାବନା ରହିଛି। ୧୧ ତାରିଖରେ ବର୍ଷାର ପରିମାଣ ବଢିବ।ଏହାସହ ଯାଜପୁର, ଭଦ୍ରକ, ବାଲେଶ୍ୱର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝରରେ ବର୍ଷା ସମ୍ଭାବନା ରହିଛି। ୧୨ ତାରିଖରେ ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦ୍ରାପଡା, ନୟାଗଡ ଜିଲାରେ ବର୍ଷା ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
Feb 8,2024, 17:13 PM IST
alt
ବନ୍ଧୁକ ମୁନରେ ଲୁଟ। ମାରଣାସ୍ତ୍ର ଦେଖାଇ ଏକ ପରିବହନ ସଂସ୍ଥାରୁ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଛନ୍ତି ଡକାୟତ । ଏପରି ଏକ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ଗିତାରାଣୀ ଖଣି ନିକଟସ୍ଥ କ୍ରାକର୍ସ ଇଣ୍ଡିଆ ପରିବହନ ସଂସ୍ଥା କାର୍ଯ୍ୟାଳୟରୁ । ସୂଚନା ଅନୁଯାୟୀ, ଭୋର ୩ଟାରେ ୫ ଜଣରୁ ଉର୍ଦ୍ଧ୍ବ ଦୃର୍ବୁତ୍ତ ବାଇକ୍ ଯୋଗେ ଆସି ମାରଣାସ୍ତ୍ର ଦେଖାଇ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଲୁଟ ସମୟର ସମ୍ପୂର୍ଣ୍ଣ ଦୃଶ୍ୟ CCTV ରେ କଏଦ ହୋଇଛି । କେଉଁଠାରେ ଟଙ୍କା ରଖାଯାଇଛି ସେନେଇ ଦୁର୍ବୃତ୍ତମାନେ ପୂର୍ବରୁ ଜାଣିଥିଲେ ଫଳରେ ସେଠାରୁ ଆସି ଟଙ୍କା ନେଇ ବାଇକ ଯୋଗେ ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛି । CCTV ଫୁଟେଜ୍ ଓ ଅନ୍ୟାନ୍ୟ ତଥ୍ୟକୁ ଆଧାର କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
Feb 8,2024, 13:26 PM IST
Read More

Trending news