Advertisement

Puri latest news

alt
ଆସନ୍ତା ୧୦ତାରିଖରେ ପବିତ୍ର ଅକ୍ଷୟ ତୃତୀୟା। ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥନିର୍ମାଣର ଶୁଭ ଅନୁକୂଳ ହେବ। ଏଣୁ ଶ୍ରୀପଞ୍ଚମୀ ପୂର୍ବରୁ ପର୍ଯ୍ଯାୟ କ୍ରମେ ରଥକାଠ ରଥଖଳାକୁ ଆସୁଛି। ତେବେ ଫାସିକାଠର ଅଭାବୀ ନେଇ ଗତ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ହେଲେ ଏଥର ଫାସିକାଠର ଯୋଗାଇ ଦେବାକୁ ଅଣ୍ଟା ଭିଡିଛନ୍ତି ଗଞ୍ଜାମ ବାସୀନ୍ଦା। ମହାପ୍ରଭୁଙ୍କ ରଥପାଇଁ ୨ଶହରୁ ୩ଶହ ଗଛ ରହିଛି। ଆସ୍କା ଅଞ୍ଚଳରୁ ପ୍ରଥମ ପର୍ଯ୍ୟାୟରେ ଚାରୋଟି ଫାସିଗଛ କାଟି ୧୪ଖଣ୍ଡ କାଠ ରଥଖଳାରେ ପହଞ୍ଚିଛି। ଆହୁରି ଆଠଗାଡି କାଠ ମହଜୁଦ ରହିଛି। ତାହା ଆସିବ। ମହାପ୍ରଭୁଙ୍କ ରଥନିର୍ମାଣରେ ଲାଗୁଥିବା ଫାସିକାଠର ଅଭାବ ହେବ ନାହିଁ ବୋଲି ଆସ୍କାରୁ କାଠ ନେଇ ଆସିଥିବା ଭକ୍ତ କହିଛନ୍ତି। ତେବେ ଏହି ଫାସିକାଠରେ ରଥର ଗୁର
May 7,2024, 14:26 PM IST
alt
ବଡ଼ଦାଣ୍ଡ ମରିଚକୋଟ ଛକରେ ଜୋତାଷ୍ଟାଣ୍ଡ୍ । ସେପଟେ ଦୋଳବେଦି କୋଣ ଏସି ସେଡ଼ ଠାରୁ ୨୦୦ ମିଟର ଦୂର ଖୋଲା ଆକାଶ ତଳେ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପହଞ୍ଚିବା ବେଳକୁ ପାଦ ତାତି ଯାଉଛି। ସେପଟେ ଶ୍ରୀ ମନ୍ଦିର ଭିତରେ ଶ୍ରୀଜିଉଙ୍କ ଦର୍ଶନ ଓ କୁରୁମବେଢ଼ାରେ ବୁଲି ପାର୍ଶ୍ଵ ଦେବାଦେବୀ ଦର୍ଶନ କରି ପୁଣି ଜୋତାଷ୍ଟାଣ୍ଡ ନିକଟକୁ ଫେରିବା ବେଳକୁ ପାଦର ଅବସ୍ଥା ପୂରା ଖରାପ ହୋଇଯାଉଛି । ଖାଲି ପାଦରେ ବଡ଼ଦାଣ୍ଡରୁ ଚାଲିଚାଲି ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯିବା ଓ ସେଠାରେ ଠାକୁର ଦର୍ଶନ କରି ପରିକ୍ରମା ମାର୍ଗର ପଥର ଓ ପିଚୁ ଉପରେ ପ୍ରାୟ ଏକ କିଲୋମିଟର ଖାଲି ପାଦରେ ଚାଲି ବଡ଼ଦାଣ୍ଡରେ ପହଞ୍ଚିବା ବେଳକୁ ପାଦ ଫୋଟକା ହୋଇଯାଉଛି। ତେବେ ଭକ୍ତଙ୍କ ଯନ୍ତ୍ରଣା ଦେଖି ମଧ୍ୟ ନିରାକରଣ କରୁନାହାନ୍ତି ଶ୍ରୀମନ୍ଦିର ପ୍ରଶାସନ ପାଦ ଯେପରି ଫୋଟକା ନହେ
Apr 19,2024, 13:00 PM IST
alt
ପୁରୀ ବିଧାନସଭା ଆସନରେ ସ୍ୱାଧିନ ପ୍ରାର୍ଥୀ ଭାବେ ଲଢିବେ ଜଣେ ଯୁବ ସେବାୟତ। ବୟସ ମାତ୍ର ୨୫। ବରିଷ୍ଠ ସେବାୟତ ଗୌରୀଶଙ୍କର ସିଂହାରୀଙ୍କ ପୁଅ। ଶ୍ରୀଜଗନ୍ନାଥ ଧାମର ସୁରକ୍ଷା ଓ ବିକାଶର ନାରା ନେଇ ଏଥର ନିର୍ବାଚନ ରଣାଙ୍ଗନରେ ପଦାର୍ପଣ କରିବେ। ଶ୍ରୀକ୍ଷେତ୍ର ବାସୀଙ୍କ ଉପରେ ବିଶ୍ୱାସ ରଖିଛନ୍ତି। ସମସ୍ତଙ୍କ ଆଶିର୍ବାଦ ରହିଲେ ସେ ସଫଳତା ପାଇବେ ବୋଲି କହିଛନ୍ତି। ଶ୍ରୀକ୍ଷେତ୍ର ବିଶ୍ୱ ମାନଚିତ୍ରରେ ଏକ ପ୍ରମୁଖ ଧାର୍ମିକ ପିଠ ଓ ପର୍ଯ୍ଯଟନ କ୍ଷେତ୍ର ଭାବେ ପରିଚିତ। ମାତ୍ର ଏଠାରେ ଭକ୍ତ ଓ ପର୍ଯ୍ଯଟକଙ୍କ ସମସ୍ଯା ତାଙ୍କୁ ଗଭୀର ମର୍ମାହତ କରିଥିବାରୁ ନିର୍ବାଚନରେ ସାମିଲ ହେବାକୁ ବାଧ୍ୟ ହୋଇଛନ୍ତି। ଶ୍ରୀଜଗନ୍ନାଥଙ୍କ ମାଟିରେ ଅନେକ ସମସ୍ଯା ଥିବା ବେଳେ ସମାଧାନର ବାଟ ମିଳିଲା ନାହିଁ ଫଳରେ ଏଭଳି ପଦକ୍ଷେପ ନେବାକୁ ନିର୍ବାଚନକୁ ଓହ୍ଲା
Apr 8,2024, 11:39 AM IST
alt
ପବିତ୍ର ମହାଶିବରାତ୍ରି ଅବସରରେ ପୁରୀ ନୀଳାଦ୍ରି ବେଳାଭୂମିରେ ପ୍ରଦର୍ଶିତ ହୋଇଛି ୫ଫୁଟ ଉଚ୍ଚର ଶିବଲିଙ୍ଗ। ଏହି ବାଲୁକାକୃତିକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପାଞ୍ଚଶହଟି କ୍ଷୁଦ୍ରାକୃତୀର ଶିବଲିଙ୍ଗ ବ୍ଯବହାର କରି ଗଢିଛନ୍ତି ପ୍ରଖ୍ୟାତ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ତାଙ୍କୁ ସହଯୋଗ କରିଛନ୍ତି ତାଙ୍କ ଅନୁଷ୍ଠାନର ଛାତ୍ରଛାତ୍ରୀ। ଆଉ ଏହି ଆକର୍ଷଣୀୟ ବାଲୁକାକୃତି ଜରିଆରେ " Praying for peace,Omm Nanah Shivaya"ର ବାର୍ତ୍ତା ଦେଇଛନ୍ତି। ତେବେ ୪ଟନ ବାଲି ବ୍ଯବହାର କରି ଏହି ବାଲୁକାକୃତିଟିକୁ ଗଢିଛନ୍ତି ସୁଦର୍ଶନ। ତେବେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପ୍ରଖ୍ୟାତ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏବେ ସୁଦ୍ଧା ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପ୍ରାୟ ୬୫ରୁ ଉର୍ଦ୍ଧ୍ବ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଅନେକ ସମ୍
Mar 8,2024, 12:52 PM IST
alt
ମହା ଶିବରାତ୍ରୀ ପୂର୍ବରୁ ପବିତ୍ର ପଙ୍କୋଦ୍ଧାର ଏକାଦଶୀ ତିଥିରେ ଶ୍ରୀ ଲୋକନାଥଙ୍କ ପୀଠରେ ପ୍ରଜ୍ବଳିତ ହୋଇଛି ଦ୍ୱାଦଶ ବାର୍ଷିକ ସର୍ବବୃହତ ଜଗତ ମଙ୍ଗଳ ଜାଗର ଦୀପ।ସନ୍ଧ୍ୟାରେ ପୁରୀ ଏସପି ପିନାକ୍ ମିଶ୍ର,ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ,ବରିଷ୍ଠ ଦଇତାପତି ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର ପ୍ରମୁଖଙ୍କ ଉପସ୍ଥିତିରେ ଜଗତ ମଙ୍ଗଳ ଉଦ୍ଦେଶ୍ୟରେ ମହାଦିପ ପ୍ରଜ୍ବଳିତ ହୋଇଛି। ସମ୍ମାନିତ ଅତିଥି ଭାବେ ଯୋଗଦେବା ଅବସରରେ ଏସପିଙ୍କ ଦ୍ୱାରା ପ୍ରଥମେ ମହାଦିପ ପ୍ରଜ୍ଜଳନ କରାଯାଇଥିଲା।ଏହି ଅବସରରେ ଦୀପର ଉଦ୍ୟୋକ୍ତା ରାମ କୃଷ୍ଣ ହୋତା ଅତିଥିଙ୍କୁ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ପଙ୍କୋଦ୍ଧାର ଏକାଦଶୀ ଠାରୁ ଜାଗର ଅମାବାସ୍ୟାରେ ଲୋକନାଥ ମନ୍ଦିରକୁ ମହାଦିପ ଉଠିବା ପର୍ଯ୍ୟନ୍ତ ପ୍ରଜ୍ବଳିତ ହେବାର ପରମ୍ପରା ରହିଛି।
Mar 7,2024, 16:00 PM IST
alt
ପୁଣି ଶ୍ରୀମନ୍ଦିର ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ। ବାଙ୍ଗ୍ଲାଦେଶରୁ ଆସିଥିବା ଅଣହିନ୍ଦୁ ମାନେ ମନ୍ଦିରକୁ ପ୍ରବେଶ କରିବା ପରେ ଶ୍ରୀମନ୍ଦିର ସୁରକ୍ଷା ବ୍ଯବସ୍ଥାରେ ଥିବା ବଡ ଧରଣର ତୃଟି ଜଳଜଳ ହୋଇ ଦେଖାଯାଉଛି।। ଶ୍ରୀମନ୍ଦିରକୁ ବେଆଇନ ଭାବେ ପ୍ରବେଶ କରିଥିବା ୯ଜଣ ବାଙ୍ଗ୍ଲାଦେଶୀ ନାଗରିକଙ୍କୁ ଅଟକ ରଖି ଛାନବିନ ଆରମ୍ଭ କରିଛି ପୁରୀ ସିଂହଦ୍ଵାର ଥାନା ପୁଲିସ। ଅଟକ ବାଙ୍ଗ୍ଲାଦେଶୀ ମାନଙ୍କ ମଧ୍ୟରେ ଅଛନ୍ତି ଜଣେ ହିନ୍ଦୁ ଓ ୮ଜଣ ଅଣହିନ୍ଦୁ। ତେବେ ତିନିଜଣଙ୍କ ପାଶପୋର୍ଟ ଜବତ କରାଯାଇଥିବା ବେଳେ ଅନ୍ଯମାନଙ୍କର ପାଶପୋର୍ଟ ଯାଞ୍ଚ କରାଯାଉଛି।। ସେପଟେ ଅତିରିକ୍ତ ଏସପି ସୁଶୀଲ ମିଶ୍ର, ସିଟିଡିଏସପି ଓ ସିଂହଦ୍ଵାର ଥାନା ପୁଲିସ ଏମାନେ ରହୁଥିବା ସମୁଦ୍ରକୁଳ ସ୍ୱସ୍ତିକ ହୋଟେଲରେ ତାଙ୍କ ରୁମକୁ ଛାନବିନ କରୁଛନ୍ତି। ସିସିଟିଭି ଯାଞ୍ଚ ସହ
Mar 4,2024, 14:13 PM IST
alt
ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହେଲା ପରିଚାଳନା କମିଟି ବୈଠକ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେଉଛି। ଏଥିରେ ନୂତନ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିର୍ମାଣ, ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କକ୍ଷ ନିର୍ମାଣ, ରଘୁନନ୍ଦନ ଲାଇବ୍ରରୀ ଓ ସାଂସ୍କୃତିକ କେନ୍ଦ୍ର ନିର୍ମାଣ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରାଯିବ। ତେବେ ରତ୍ନଭଣ୍ଡାରର ବାହାରପଟ ଲେଜର ସ୍କାନିଂର ରିପୋର୍ଟ ଏ ଏସ୍ ଆଇ ତରଫରୁ ଉପସ୍ଥାପିତ କରାଯାଇଛି। ଏଥିସହ ରତ୍ନଭଣ୍ଡାର ମରାମତି ସମ୍ପର୍କରେ ଆଲୋଚନା କରାଯିବ। ଶ୍ରୀମନ୍ଦିରର ଆଲୋକୀକରଣ ଓ ପ୍ରମୋଦ ଉଦ୍ୟାନର ବିକାଶ ଉପରେ ମଧ୍ୟ।ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି ଏହା ସହ ପରିଚାଳନା କମିଟିର ଅଧ୍ୟକ୍ଷଙ୍କ ମତ ଅନୁସାରେ ଅନ୍ୟାନ୍ୟ ବିଷୟ ଉପ
Feb 29,2024, 15:13 PM IST
alt
ପୌଷଶୁକ୍ଳ ସପ୍ତମୀ ତିଥିରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏହାକୁ ନେଇ ଶ୍ରୀକ୍ଷେତ୍ର ସହିତ ପ୍ରତି ଜିଲ୍ଲାକୁ ଯୋଡିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ବ୍ଯବସ୍ଥା କରିଛନ୍ତି। କିଭଳି ରାଜ୍ୟର କୋଣଅନୁକୋଣରୁ ଭକ୍ତମାନେ ପୁରୀ ଆସିବେ ମହାପ୍ରଭୁଙ୍କ ଦର୍ଶନ ସହ ପରିକ୍ରମା ମାର୍ଗ ଅନ୍ତଃପ୍ରଦକ୍ଷିଣ କରି ଏକ ନୂଆ ଅନୁଭୂତି ପାଇବେ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି। ତେବେ ଭକ୍ତମାନେ ବିଭିନ୍ନ ଜିଲ୍ଲାର ପୁରୀ ଆସିବା ପାଇଁ ଗତକାଲି ଲକ୍ଷ୍ମୀ ସ୍କିମ୍ ଜରୀଆରେ ଆନୁଷ୍ଠାନିକ ଭାବେ ଜଗନ୍ନାଥ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ପ୍ରାଥମିକ ପର୍ଯ୍ଯାୟରେ ୧୨ଟି ଜଗନ୍ନାଥ ଏକ୍ସପ୍ରେସ ବସ ପୁରୀ ବସଷ୍ଟାଣ୍ଡରେ ପହଞ୍ଚିଛନ୍ତି।
Jan 19,2024, 13:26 PM IST
alt
ପୁଣି ପୁରୀ ସମୁଦ୍ରରେ ଅଘଟଣ। ରିପ୍ କରେଣ୍ଟ ନେଲା ଜଣେ ପର୍ଯ୍ୟଟକଙ୍କ ଜୀବନ। ମୃତ ପର୍ଯ୍ୟଟକ ହେଉଛନ୍ତି ପଶ୍ଚିମବଙ୍ଗର ଅର୍ଚ୍ଚିତ୍ ବାନାର୍ଜୀ। ଆଜି ସକାଳେ ଅର୍ଚ୍ଚିତ୍ ନିଜ ପରିବାର ସହ ବଳିଆପଣ୍ଡା ଲାଇଟ୍ ହାଉସ୍ ନିକଟ ବିର୍ଲା ଗେଷ୍ଟ ହାଉସ୍ ସମ୍ମୁଖ ବେଳାଭୂମିରେ ଗାଧୋଉଥିଲେ। ତେବେ ସେହି ସମୟରେ ସେ ରିପ୍ କରେଣ୍ଟରେ ପଡ଼ିଯିବାରୁ ଗଭୀର ସମୁଦ୍ର ଭିତରକୁ ଭାସି ଯାଇଥିଲେ। ପରିବାର ଲୋକେ ଚିତ୍କାର କରିବାରୁ ସେଠାରେ ଉପସ୍ଥିତ ଥିବା କାଳୀ ମା ଲାଇଫ ଗାର୍ଡ ଆସୋସିଏସନ୍ ର ଲାଇଫ ଗାର୍ଡ ମାନେ ସମୁଦ୍ର ଭିତରକୁ ଯାଇ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ। ପ୍ରାୟ ଅଧଘଣ୍ଟା ପରେ ଅର୍ଚ୍ଚିତ୍ କୁ ଲାଇଫ ଗାର୍ଡ ମାନେ ଉଦ୍ଧାର କରି ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରି
Oct 25,2023, 19:52 PM IST

Trending news