Advertisement

Odisha Weather Forecast

alt
ଏବେଠୁ କଲବଲ କଲାଣି ତାତି। ମଙ୍ଗଳବାରଠୁ ରାଜ୍ୟରେ ଉପରମୁହାଁ ହେବ ପାରଦ । ଉପାନ୍ତରୁ ଉପକୂଳ ସବୁଠି ହେବ ଅସମ୍ଭାଳ ତାତି । ସ୍ବାଭାବିକ ଠାରୁ ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା । କାଲିଠୁ ରାଜ୍ୟରେ ବଦଳିବ ପାଗ । ଶୁଖିଲା ପାଗ ସହ ମେଘମୁକ୍ତ ଆକାଶ ପାଇଁ ବଢିବ ତାତି। ଉପକୂଳ ଓଡ଼ିଶା ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶା ହେବ ଅସମ୍ଭାଳ । ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ଆଶଙ୍କା କରାଯାଉଛି ।ଉପକୂଳ ଓଡ଼ିଶାରେ ତାତି ସହ ଗୁଳୁଗୁଳି କରିବ ଅସ୍ତବ୍ୟସ୍ତ । ରାଜଧାନୀ ଭୁବନେଶ୍ବର ସମେତ କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର, ବରଗଡ଼, ଅନୁଗୁଳ ଏବଂ ଢେଙ୍କାନାଳରେ ଗ୍ରୀଷ୍ମପ୍ରବାହ ହେବା ନେଇ ଆକଳନ କରିଛନ୍ତି ପାଣିପାଗ ବିଭାଗ।
Mar 11,2024, 17:13 PM IST
alt
ଖସୁଛି ପାରଦ ଥରୁଛି ଉତ୍ତର ଆଭ୍ୟନ୍ତର ଓଡ଼ିଶା । ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ଆସୁଛି ଶୁଷ୍କ ଓ ଥଣ୍ଡା ବାୟୁ ଯାହାର ପ୍ରଭାବରେ ରାତିରେ ପାରଦ ଖସୁଛି। ଝାରସୁଗୁଡ଼ାରେ 9.1 ଡିଗ୍ରୀ , ସୁନ୍ଦରଗଡ଼ ରେ 9.2 ଡିଗ୍ରୀ ରାଉରକେଲା ରେ 9.9 ଡିଗ୍ରୀ ଏବଂ କରେଇ ଠାରେ 6.7 ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ଏହି ଭଳି ପାଗ ଲାଗିରହିବ । ଗୁରୁଚାପ ବଳୟ ସକ୍ରିୟ ଥିବାରୁ ଆଜି ଗଞ୍ଜାମ, ଗଜପତି, କୋରାପୁଟ ଓ ରାୟଗଡା ରେ ହାଲୁକା ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ପାଗ ଶୁଖିଲା ରହିବ । 11 ତାରିଖ ରେ ଉତ୍ତର ଆଭ୍ୟାନ୍ତର ଓଡ଼ିଶା ପାର୍ଶ୍ବବର୍ତ୍ତି କିଛି ଜିଲ୍ଲା ଓ ଉପକୂଳ ଅଞ୍ଚଳରେ ପାଗ ମେଘୁଆ ସହ କିଛି ସ୍ଥାନରେ ହାଲୁକା ବର୍ଷା
Feb 9,2024, 16:39 PM IST

Trending news