Advertisement

Zee odisha news

alt
May 23,2024, 15:31 PM IST
alt
ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ନାରୀ ଶସକ୍ତିକରଣ ନାଁରେ ରାଜ୍ୟ ସରକାର ମିଶନ ଶକ୍ତି ମହିଳାଙ୍କୁ ବ୍ୟବହାର କରୁଛନ୍ତି। ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ଜୟନ୍ତ ମହାପାତ୍ରଙ୍କ ଶେଷକୃତ୍ୟ । ସୋମବାର ଦିନ ୧୨ଟା ପର୍ଯ୍ୟନ୍ତ କବି ଶ୍ରୀ ମହାପାତ୍ରଙ୍କ ତିନିକୋଣିଆବଗିଚାସ୍ଥିତ ବାସଭବନରେ ମରଶରୀରକୁ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ରଖାଯିବ। ପରେ ଗାର୍ଡ଼ ଅଫ୍‌ ଅନର୍‌ ପ୍ରଦାନ କରାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯିବ। ରାଜ୍ୟରେ ପୁଣି ବର୍ଷା ସମ୍ଭାବନା । ମୌସୁମୀଜନିତ ନିମ୍ନଚାପ ରେଖାର ପଶ୍ଚିମ ଭାଗ ହିମାଳୟର ପାଦଦେଶରେ ଅବସ୍ଥାନ କରୁଥିବା ବେଳେ ଏହାର ପୂର୍ବଭାଗ ଗୋରଖପୁର, ଦରଭଙ୍ଗା, ବାଲୁର୍‌ଘାଟରୁ ମଣିପୁର ଆଡ଼କୁ ଲମ୍ବିଛି । ଫଳରେ ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି ।
Aug 28,2023, 13:13 PM IST
alt
ଗତକାଲି ଗଞ୍ଜାମରୁ ଗସ୍ତ ସାରି ୫ଟି ସଚିବ ଭି.କେ ପାଣ୍ଡିୟାନ ଅଚାନକ ଗଜପତି ଜିଲ୍ଲାରେ ଆସି ପହଞ୍ଚିଛନ୍ତି। ପ୍ରବଳ ବର୍ଷା ସତ୍ତ୍ବେ ହେଲିକପ୍ଟର ଯୋଗେ ପାରଳାଖେମୁଣ୍ଡି ନିକଟସ୍ଥ ଆର.ସୀତାପୁର ସ୍ଥିତ ସିୟୁଟିଏମ୍ ହେଲିପେଡରେ ଅବତରଣ କରିଥିଲେ। ସେଠାରୁ ପାରଳାଖେମୁଣ୍ଡି ସର୍କିଟ ହାଉସରେ ସଡକ ପଥରେ ପହଞ୍ଚିଥିଲେ । ବ୍ରହ୍ମପୁର ରେ ଗତକାଲି ଦିନ ତମାମ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ଘଟଣା ପରେ ପ୍ରେସମିଟ ରେ ୫ଟି ସଚିବ ପାଣ୍ଡିଆନ ଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ପଥର ବ୍ଲାଷ୍ଟିଙ୍ଗ ବେଳେ ପଥର ତଳେ ଚାପି ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତିଜିଲ୍ଲା ମୋହନା ଥାନା ବନ୍ଧଗୁଡା କ୍ରସର ନିକଟରେ ।
Aug 26,2023, 13:00 PM IST
alt
5T ସଚିବ ଭି.କେ ପାଣ୍ଡିଆନଙ୍କୁଗତକାଲି ପୁରୀ ସତ୍ୟବାଦୀରେ କାଳିମାଡ଼ କରିଥିବା ଭାସ୍କର ସାହୁଙ୍କୁ ଛାଡିଦେଲା ପୋଲିସ। କେନ୍ଦୁଝର ଜିଲ୍ଲା ଯୋଡା ସହର ସ୍ଥିତ ଟାଟା ଷ୍ଟିଲ ଡାକ୍ତରଖାନା ରେ ଡାକ୍ତର ଙ୍କ ତ୍ରୁଟି ପୂର୍ଣ୍ଣ ଚିକିତ୍ସା ଯୋଗୁଁ ଜଣେ ପ୍ରସୂତି ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଡାକ୍ତର ଖାନ। ରେ ଚାପା ଉତ୍ତେଜନା ଦେଖା ଦେଇଛି। ଦୀପିକା ଉପରକୁ ସର୍ଫ ପାଣି ପକାଇଲେ ଦିନେଶର ପରିବାର, ଦୀପିକା ସହ ଦିନେଶ ର ପରିବାର କୁ ଉଠେଇ ନେଲା ବଡ଼ବଜାର ଥାନା ପୋଲିସ। ବ୍ରହ୍ମପୁର ବହୁ ଚର୍ଚ୍ଚିତ ଦିପିକା ଦିନେଶ ଲଭ ଲାଇଫକୁ ନେଇ ଦିନ ପ୍ରତିଦିନ କିଛି ନା କିଛି ଖବର ସମାଜ କୁ ବିଚଳିତ କରୁଥିବା ବେଳେ ଦୁଇଦିନ ତଳେ ରାତି ରେ ଘଟିଛି ପୁଣି ଆଉ ଏକ ଘଟଣା ଘଟିଥିଲା। ତୀର୍ଥଯାତ୍ରୀ ବସକୁ ପିଟିଲା ଆଉ ଏକ ତୀର୍ଥ
Aug 20,2023, 13:34 PM IST
alt
ଆଖି ବୁଜିଲେ ସହିଦ ସୁଶାନ୍ତ ଖୁଣ୍ଟିଆଙ୍କ (Martyr Sushant Khuntia ) ମାଆ ସୁନ୍ଦରୀ ଖୁଣ୍ଟିଆ (Martyr Sushant Khuntia Mother Passes Away)। କଟକ ବଡ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ସୁନ୍ଦରୀ ଖୁଣ୍ଟିଆଙ୍କ ପରଲୋକ ହୋଇଛି। ପୁଅ ସହିଦ୍ ହେବା ପରେ ଅଧିକ ଅସୁସ୍ଥ ହୋଇପଡିଥିଲେ ସେ। ଏପରିକି ସେ ଖାଇବା ପିଇବା ମଧ୍ୟ ଛାଡିଦେଇଥିଲେ। ସେଥିପାଇଁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଭର୍ତ୍ତୀ କରାଯାଇଥିଲା । କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ଶୁକ୍ରବାର ଦିନ ଏସସିବି ମେଡିକାଲକୁ ଅଣାଯାଇଥିଲ। କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ମର ଶରୀରକୁ ଆମ୍ବୁଲାନ୍ସ ଯୋଗେ ଅନ୍ତିମ ସଂସ୍କାର ପାଇଁ ନିଆଯାଇଥିବା ବେଳେ କଟକ ମେୟର ଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତି ଓ ସ୍ବେଛାସେବୀ ମାନେ ଅନ୍ତି
Aug 19,2023, 13:02 PM IST
alt
ଆଥଲେଟ୍ ଦୂତି ଚାନ୍ଦଙ୍କୁ ୪ ବର୍ଷ ପାଇଁ ବାସନ୍ଦ କରାଯାଇଛି। ଡୋପ୍ ଟେଷ୍ଟରେ ଫେଲ୍‌ ମାରିବା ପରେ ଦୂତୀଙ୍କ ଉପରେ ୪ ବର୍ଷର ବ୍ୟାନ୍ ଲାଗିଛି। କୌଣସି ଜାତୀୟ, ଅନ୍ତର୍ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିପାରିବେନି ଦୂତି। ସୁରକ୍ଷାକର୍ମୀଙ୍କ ଗୁଳି ମାଡ଼ରେ ୩ ଗୁରୁତର । ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା,ରାଜଗାଙ୍ଗପୁର ସାପ୍ତାହିକ ବଜାର ନିକଟରେ ଥିବା ଆଇ.ସି.ଆଇ.ସି.ଆଇ ବ୍ୟାଙ୍କ ନିକଟରେ। ରାଉରକେଲା ମୁଖ୍ୟ ବ୍ରାଞ୍ଚ ରୁ ଆସୁଥିବା ଜଣେ ସୁରକ୍ଷା କର୍ମୀ ଙ୍କ ଗୁଳି ମାଡ଼ରେ ୩ ଜଣ ଗୁରୁତର ହୋଇଛନ୍ତି । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ଆହୁରି ଦୁଇ ଦିନ ବଡ଼ ବର୍ଷା ନେଇ ପାଣିପାଗ ବିଭାଗ ସତର୍କ କରାଇଛି। ଆଗାମୀ ୩ ଘ
Aug 18,2023, 12:37 PM IST
alt
Aug 12,2023, 12:33 PM IST
alt
Odisha News: ରାଜ୍ୟର ୫ ଟି ବଡ ଖବର ଦେଖନ୍ତୁ କେବଳ ଜୀ ଓଡ଼ିଶା ନ୍ୟୁଜରେ । ଆଜି ଶ୍ରୀମନ୍ଦିରରେ ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ନୀଳାଦ୍ରି ବିଜେ ପରେ ଏହା ହେବ ମହାପ୍ରଭୁଙ୍କ ପ୍ରଥମ ବନକଲାଗି ନୀତି । ଏଥିଲାଗି ଆଜି ସନ୍ଧ୍ୟା ୬ଟାରୁ ରାତି ୧୧ଟା ଯାଏ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ରାଜ୍ୟରେ ଦୁର୍ବଳ ହେଲା ମୌସୁମୀ। ସ୍ବାଭାବିକ ଠାରୁ ଉତ୍ତର ଦିଗରେ ରହିଛି ମୌସୁମୀ ନିମ୍ନ ଚାପରେଖା ।ଏଣୁ ଆସନ୍ତା ୩ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଉ ଦିନ କେଇଟା ପରେ ପବିତ୍ର ରକ୍ଷାବନ୍ଧନ । ସେଥିପାଇଁ ଏବେ ବଜାର ଚଳଚଂଚଳ । ମାଳ ମାଳ ହୋଇ ଝୁଲିଛି ଲକ୍ଷଲକ୍ଷ ଟଙ୍କାର ରାକ୍ଷୀ ।ଖୋର୍ଦ୍ଧା ଅବକାରୀ ବିଭାଗକୁ ବଡ଼ ସଫଳତା। ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଠେଙ୍ଗାହାଟ ଛକ ଠାରେ ଚଢ଼ାଉ କରି ୨୨ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଖୋର୍ଦ୍ଧା ଅବକାରୀ ବିଭାଗ।
Aug 9,2023, 13:08 PM IST
alt
ରାଜ୍ୟର ୫ ଟି ବଡ ଖବର ଦେଖନ୍ତୁ କେବଳ ଜୀ ଓଡ଼ିଶା ନ୍ୟୁଜରେ । ଓଡ଼ିଆରେ ନାମଫଳକ ନଲେଖିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ୍‌ ଗଣିବାକୁ ପଡ଼ିବ। ଗ୍ୟାଙ୍ଗ ୱାର ଆଶଙ୍କାକୁ ଏଡ଼ାଇ ଦେଇଛି କମିଶନରେଟ ପୋଲିସ। ଗ୍ୟାଙ୍ଗୱାର୍ ପୂର୍ବରୁ ସଂଜୟ ଖୁଣ୍ଟିଆ ଗ୍ୟାଙ୍ଗକୁ କାବୁ କଲା ଭୁବନେଶ୍ୱର ସ୍ପେଶାଲ ସ୍କ୍ବାର୍ଡ। ବହୁ ମାରଣାସ୍ତ୍ର ଜବତ । ସେହିପରି ଭୁବନେଶ୍ୱର ସ୍ପେଶାଲ ସ୍କ୍ୱାର୍ଡ ପକ୍ଷରୁ କୁଖ୍ୟାତ ଖଣି ମାଫିଆ ପ୍ରକାଶ ରାଉତରାୟଙ୍କ ବାସଭବନରେ ରେଡ,ରେଡ୍ ବେଳେ ୧୯ ଲକ୍ଷ ଟଙ୍କା ଜବତ କଲା ପୋଲିସ। ପୂରଣ ହେବ ଦୀର୍ଘ ଦିନର ସ୍ବପ୍ନ । କାରଣ ଖୁବଶୀଘ୍ର କଳାହାଣ୍ତି ଉତକେଲାରୁ ଉଡ଼ିବ ବିମାନ । କଳାହାଣ୍ତି ଜିଲ୍ଲାପାଳ ଟୁଇଟ ଯୋଗେ ଏନେଇ ସୂଚନା ଦେଇଛନ୍ତି । ଆଜି ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ
Aug 8,2023, 12:43 PM IST
Read More

Trending news