Advertisement

Lord Jagannath

alt
ସାଧାରଣ ମନୁଷ୍ଯଙ୍କ ପରି ମହାପ୍ରଭୁ ବି ଦାନ୍ତ ଘସନ୍ତି। ମଙ୍ଗଳାଳତୀ ଠାରୁ ମହାପ୍ରଭୁଙ୍କ ପହୁଡ ମଧ୍ୟରେ ଦାନ୍ତଘସା ନିତି ମଧ୍ୟ ରହିଛି। ଅବକାଶ ନିତି ସମୟରେ ମୁତୁରୀକାଠର ଦାନ୍ତକାଠିରେ ମହାପ୍ରଭୁଙ୍କ ଦାନ୍ତଘସା ନିତି ସମ୍ପର୍ଣ୍ଣ ହୋଇଥାଏ। ମୁତୁରୀକାଠର ଦାନ୍ତକାଠିକୁ ପ୍ରଥମେ ପାଣିରେ ବତୁରାଯାଏ। ତାପରେ ଦାନ୍ତକାଠିର ଉପର ଅଂଶକୁ ଛେଚାଯାଇ ନରମ କରାଯାଏ। ତାପରେ ବ୍ରସରେ ପେଷ୍ଟ ମାରିବା ପରି ଦାନ୍ତକାଠିରେ କର୍ପୂର ଲଗାଯିବା ପରେ ମହାପ୍ରଭୁ ଦାନ୍ତ ଘସିଥାନ୍ତି। ତେବେ ମହାପ୍ରଭୁଙ୍କ ଏହି ପରମ୍ପରା ଶହଶହ ବର୍ଷ ତଳୁ ରହି ଆସିଛି। କେବଳ ରତ୍ନବେଦୀରେ ନୁହେଁ ଆଡପ ମଣ୍ଡପ ଓ ରଥ ଉପରେ ବି ମହାପ୍ରଭୁଙ୍କ ଦାନ୍ତ ଘସା ନିତି ଅନୁଷ୍ଠିତ ହୋଇଥାଏ। ତେବେ ମହାପ୍ରଭୁଙ୍କ ଏହି ଦାନ୍ତକାଠିରେ ଦାନ୍ତ ଘସିଲେ ଅନେକ ରୋଗବୈରାଗରୁ ମୁକ୍ତି ମିଳିଥାଏ ବ
Mar 16,2024, 18:26 PM IST
alt
ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲି ରତ୍ନାଳଙ୍କାରର ଆକଳନ ପାଇଁ ରାଜ୍ୟ ସରକାର ଗଠନ କରିଥିବା ଉଚ୍ଚସ୍ତରୀୟ କମିଟିର ସରିଛି ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକ। ରତ୍ନାଳଙ୍କାରର ଆକଳନ ପାଇଁ ବୈଷୟିକ ସହାୟତା ନିଆଯିବ। ମଣତି ଓ ମରାମତି ପାଇଁ ରଥଯାତ୍ରା ପ୍ରକୃଷ୍ଟ ସମୟ। ସେପଟେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରତ୍ନଭଣ୍ଡାର ପ୍ରସଙ୍ଗ ପୁଣି ଚର୍ଚ୍ଚାକୁ ଆସିଛି। ରତ୍ନଭଣ୍ଡାର ଖୋଲିବା ନେଇ ବୈଠକରେ ଚୁଡାନ୍ତ ହେବା ପରେ ଜଗନ୍ନାଥ ପ୍ରେମୀଙ୍କୁ ଆଶ୍ୱସ୍ତି ଦେଇଛି। ସେପଟେ ରତ୍ନଭଣ୍ଡାର ସ୍ଥିତି ନେଇ ଉଦବେଗ ପ୍ରକାଶ କରିଛନ୍ତି ଜଗନ୍ନାଥଙ୍କ ବାଡଗ୍ରାହୀ। କାରଣ ନଥାଇ ରତ୍ନଭଣ୍ଡାର କାହିଁକି ଖୋଲୁନଥିଲେ। ରତ୍ନଭଣ୍ଡାର ଖୋଲିଲେ ମହାପ୍ରଭୁ ତାଙ୍କ ଅଳଙ୍କାର ପିନ୍ଧିବେ । ସେପଟେ ବର୍ଷାପାଣି ପଡି ସବୁ ନଷ୍ଟ ହୋଇଗଲାଣି ବୋଲି କହିଲେ ବାଡଗ୍ରାହୀ।
Mar 10,2024, 19:39 PM IST
alt
ଜାନୁଆରୀ ୧୭ତାରିଖରେ ଲୋକାର୍ପିତ ହୋଇଥିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏହା ପୂର୍ବରୁ ଗାଁ ଗାଁରେ ବୁଲିଥିଲା ଅର୍ପଣ ରଥ। ଭକ୍ତମାନେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦେଇଥିଲେ ଅକ୍ଷତ ଚାଉଳ, ଗୁଆ, ନଡିଆ ସହ ଦାନଦକ୍ଷିଣା। ହେଲେ ଏହି ଅର୍ପଣ ରଥରୁ ସଂଗୃହିତ ଦାନଦକ୍ଷିଣା ମହାପ୍ରଭୁଙ୍କ କାମରେ ଲାଗିବ ନାହିଁ ବୋଲି ସାଧାରଣରେ ଗୁଜବ ସୃଷ୍ଟି ହୋଇଥିଲା। ମାତ୍ର ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତ ଦେଇଥିବା କୌଣସି ଜିନିଷ ବ୍ଯର୍ଥ ଯିବନାହିଁ ବୋଲି ପୂର୍ବରୁ ସେବାୟତ ମାନେ ସ୍ପଷ୍ଟ କରିଥିଲେ। ଆଉ ଯାହା କହିଥିଲେ ଆଜି ସେମାନେ କରି ଦେଖାଇଛି। ଗତକାଲି ମାନ ନିର୍ଦ୍ଧାରଣ କମିଟି ରିପୋର୍ଟ ଦେବା ପରେ ଆଜି ଅକ୍ଷତ ଚାଉଳରେ ରୋଷଘରେ ପ୍ରସ୍ତୁତ ହୋଇଛି ଖେଚୁଡ଼ି, କାନିକା ଓ ମିଠାଅନ୍ନ ମହାପ୍ରସାଦ।
Feb 4,2024, 19:13 PM IST
alt
Oct 10,2023, 12:55 PM IST
Read More

Trending news