Advertisement

Rain in odisha

alt
ଆଜି ଉତ୍ତର ଓଡ଼଼ିଶାରେ ହେବ ପ୍ରବଳ ବର୍ଷା । ବଙ୍ଗୋପସାଗରେ ସୃଷ୍ଟ ଗଭୀର ଅବପାତର ତୀବ୍ରତା ଅଧିକ ରହିଛି । ପ୍ରଭାବରେ ଉତ୍ତର ଓଡ଼ିଶାରେ ବର୍ଷା ଲାଗିରହିବ ବୋଲି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରବଳ ବର୍ଷା ପାଇଁ ମୟୂରଭଞ୍ଜକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ସେହିପରି କେନ୍ଦୁଝର ବାଲେଶ୍ୱର ଓ ସୁନ୍ଦରଗଡ଼କୁ ଅରଞ୍ଜ ଓ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବର୍ଷା ସମୟରେ ସମୁଦ୍ର ମଧ୍ୟରେ ଘଣ୍ଟାପ୍ରତି ୫୦ ରୁ ୬୦ କିମି ପବନ ବହିବାର ସମ୍ଭାବନା ରହିଛି । ଏଣୁ ମତ୍ସ୍ଯଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି । ଉତ୍ତର ଉପକୂଳରେ ଥିବା ଧାମରା ଏବଂ ପାରାଦୀପ ବନ୍ଦରକୁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି । କାଲିଠୁ ବର୍ଷା କମିବା ସହ ଗରମ ଗୁଳୁଗୁଳି ଆରମ୍ଭ ହେବ ।
Sep 16,2024, 14:39 PM IST
Read More

Trending news