Odisha News: ଆଇନଜୀବୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଭେଟି। ଆଇନଜୀବୀଙ୍କ ସହାୟତା ରାଶି ୪୦% ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟ କଲ୍ୟାଣ ଯୋଜନା ଅଧୀନରେ ଓକିଲମାନଙ୍କ ପାଇଁ ଆର୍ଥିକ ସହାୟତାରେ ୪୦% ବୃଦ୍ଧି ଘୋଷଣା କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ନୂଆଦିଲ୍ଲୀ: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାର ଦୁଇ ଦିନ ପରେ ଡିକେ ଶିବକୁମାରଙ୍କୁ ଏକ ଝଟକା ଲାଗିଛି। ଶିବକୁମାର ଗୁରୁବାର ଦିନ ବିଭାଗ ବଣ୍ଟନ ଘୋଷଣା କରିଥିଲେ ଏବଂ ଆଜି, ଶୁକ୍ରବାର ମନ୍ତ୍ରୀ ରାମଲିଙ୍ଗ ରେଡ୍ଡୀ ଇସ୍ତଫା ଦେଇଛନ୍ତି। ବେଙ୍ଗାଲୁରୁ ବିକାଶ ବିଭାଗ ନ ଦିଆଯିବାରୁ ରେଡ୍ଡୀ ବିରକ୍ତ ଥିଲେ। ବେଙ୍ଗାଲୁରୁର କୋରାମଙ୍
ଭୁବନେଶ୍ୱର: ଓଡ଼ିଶାରେ ବିଜେପି ସରକାର ଦୁଇ ବର୍ଷ ପୂରଣ କରିବା ପରେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଜୁନ୍ ୪ ତାରିଖକୁ ରାଜ୍ୟର ରାଜନୈତିକ ଇତିହାସରେ ଏକ 'ବିପ୍ଳବୀ ଏବଂ ଗୌରବମୟ ଦିନ' ବୋଲି କହିଛନ୍ତି। ୨୦୨୪ ନିର୍ବାଚନ ପରେ ବିଜେଡିର ୨୪ ବର୍ଷର ଶାସନର ଅନ୍ତ ଘଟାଇଥିଲା ବିଜେପି। ଯାହାର ଫଳାଫଳ ଜୁନ୍ ୪ ତାରିଖରେ ଘୋଷଣା କରାଯାଇଥିଲା।
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଭାଇ ଦୀନବନ୍ଧୁ ମାଝୀଙ୍କର ଆଜି ହୃଦଘାତରେ ଦେହାନ୍ତ ହୋଇଯାଇଥିବା କୁହାଯାଉଛି । ତେବେ ତାଙ୍କ ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା। ଦୀନବନ୍ଧୁ ଲୋୟର ପିଏମଜିରେ ଥିବା ସରକାରୀ ବାସଭନରେ ରହୁଥିଲେ। ବିଳମ୍ବିତ ରାତିରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। କ୍ୟାପିଟାଲ ହସ୍ପିଟା
ଭୁବନେଶ୍ୱର: ଗଞ୍ଜାମ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କର ହୃଦୟବିଦାରକ ମୃତ୍ୟୁ ହୋଇଥିଲା। ଏହି ମୃତକଙ୍କ ପରିବାରପାଇଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରତି ମୃତକଙ୍କୁ ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ରିଲିଫ୍ ପାଣ୍ଠିରୁ ଏହି ସହାୟ
ନୂଆଦିଲ୍ଲୀ: ପୁଡୁଚେରୀ ରାଜନୀତିର ଜଣେ ଅଭିଜ୍ଞ ଏବଂ ଅଖିଳ ଭାରତୀୟ ଏନଆର କଂଗ୍ରେସ (ଏଆଇଏନଆରସି)ର ପ୍ରତିଷ୍ଠାତା ଏନ. ରଙ୍ଗାସାମୀ ବୁଧବାର ପଞ୍ଚମ ଥର ପାଇଁ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଲୋକନିବାସରେ ଆୟୋଜିତ ଏକ ଉତ୍ସବରେ ଲେଫ୍ଟନାଣ୍ଟ ରାଜ୍ୟପାଳ କେ.
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ପହଞ୍ଚିଛନ୍ତି। ବିଜେପି ତାଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିଛି। ଆଜି ସେ ବିଧାୟକ ଦଳ ବୈଠକର ଅଧ୍ୟକ୍ଷତା କରିବେ। ଏହା ପରେ, ଦଳର ବିଧାୟକ ଦଳ ନେତା ନିର୍ବାଚିତ ହେବେ। ନୂତନ ସରକାର ଆସନ୍ତାକାଲି ମେ ୯ ତାରିଖରେ ଶପଥ ଗ୍ରହଣ କରିବେ। ଏହି
ନୂଆଦିଲ୍ଲୀ:ତାମିଲନାଡୁରେ ଡିଏମକେ ଏବଂ ଏଆଇଏଡିଏମକେର ଦଶନ୍ଧି ଧରି ରହିଥିବା ପ୍ରାଧାନ୍ୟ ଏବେ ଇତିହାସ ହେବାକୁ ଯାଉଛି। ବିଧାନସଭା ନିର୍ବାଚନରେ ୧୦୮ ଆସନ ସହିତ ସବୁଠାରୁ ବଡ଼ ଦଳ ଭାବରେ ଉଭା ହୋଇଥିବା ତାମିଲଗା ଭେଟ୍ରି କାଝାଗମ (ଟିଭିକେ)ର ମୁଖ୍ୟ ବିଜୟ ସରକାର ଗଠନ ପାଇଁ ପ୍ରୟାସ ଜୋରଦାର କରିଛନ୍ତି।
ଭୁବନେଶ୍ୱର: ରାଜ୍ୟରେ ପୁଞ୍ଜିନିବେଶ ଆଣିବା ପାଇଁ ମଙ୍ଗଳବାରଠୁ ତିନିଦିନିଆ ଗୁଜୁରାଟ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ହାଇଦ୍ରାବାଦ ଏବଂ କୋଲକାତାରେ ସଫଳ ରୋଡ୍ ସୋ ପରେ ପୁଞ୍ଜିନିବେଶ ଆକର୍ଷଣ ଅଭିଯାନକୁ ସେ ଗୁଜରାଟରେ ବିସ୍ତାର କରି କରିବେ। ସେଥିପାଇଁ ଚଳିତ ମାସ ୫ରୁ ୭ ତାରିଖ ପର୍ଯ୍ୟନ୍ତ ଗୁଜରାଟର ୪ଟି ସହରରେ ଉଦ୍ୟୋଗପତ
ନୂଆଦିଲ୍ଲୀ: ବଙ୍ଗ ରାଜନୀତିରେ ଦିଦି ଭାବରେ ଜଣାଶୁଣା ମମତା ବାନାର୍ଜୀ କେବେ ବିବାହ କରିନାହାଁନ୍ତି। ସେ ବଙ୍ଗ ଭଳି ଏକ ବୃହତ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ତିନିଥର କାର୍ଯ୍ୟ କରିଛନ୍ତି, ଟିଏମସି ଭଳି ଏକ ପ୍ରମୁଖ ଦଳର ମୁଖ୍ୟ, ସଂସଦ ସଦସ୍ୟ, ସଂସଦ ସଦସ୍ୟ ଏବଂ ରେଳ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି, ତଥାପି ସେ ଅବିବାହିତ ଅଛନ୍ତି। ବାନାର୍ଜୀ
ଶ୍ରମିକ ଦିବସ ଅବସରରେ ଶ୍ରମିକମାନଙ୍କୁ ଖୁସି ଖବର ଦେଇଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ବଡ଼ ଘୋଷଣା କରିଛନ୍ତି ।
ଭୁବନେଶ୍ୱର: ରାଜ୍ୟର ଗ୍ରାମାଞ୍ଚଳ ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଜି ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟ (PMGSY-IV) ର ଶୁଭାରମ୍ଭ ହୋଇଯାଇଛି। ରାୟଗଡ଼ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର କୃଷି ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ
ନୂଆଦିଲ୍ଲୀ: ପବନ ଖେରାଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ତେଲେଙ୍ଗାନା ହାଇକୋର୍ଟର ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି। ତେଲେଙ୍ଗାନା ହାଇକୋର୍ଟ ଟ୍ରାଞ୍ଜିଟ୍ ଜାମିନ ପ୍ରଦାନ କରିଥିଲେ। ଯାହାକୁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ। କଂଗ୍ରେସ ନେତା ପବନ ଖେରା ମାମଲାରେ ଆସାମ ସରକାରଙ୍କ ଆବେଦନ ଉପରେ ସୁପ୍
ଭୁବନେଶ୍ୱର: ପୁଣି ତେଜିଛି ମେଟ୍ରୋ ପ୍ରକଳ୍ପ। ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ପୁଣି ଥରେ ମେଟ୍ରୋ ଚର୍ଚ୍ଚାକୁ ଖୋରାକ ଯୋଗାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଭୁବନେଶ୍ୱର ପାଇଁ ପ୍ରସ୍ତାବିତ ମେଟ୍ରୋ ରେଳ ପ୍ରକଳ୍ପକୁ ବନ୍ଦ କରିବା ପାଇଁ ରାଜ୍
ଭୁବନେଶ୍ୱର: ଆଜି ରାଜ୍ୟ ୯୦ତମ ଉତ୍କଳ ଦିବସ ପାଳନ କରୁଛି । ୧୯୩୬ ମସିହା ଏପ୍ରିଲ ୧ ଓଡ଼ିଶା ଇତିହାସରେ ସ୍ବର୍ଣ୍ଣିମ ଅକ୍ଷରରେ ବିଦିତ ଏକ ଅବିସ୍ମରଣୀୟ ତାରିଖ । ଯାହାକୁ ନେଇ ପ୍ରତ୍ୟେକ ଓଡ଼ିଆ ନିଜକୁ ଗର୍ବିତ ଅନୁଭବ କରନ୍ତି । ଯାହା ବୟାନ କରେ ଓଡ଼ିଶା ରାଜ୍ୟ ଗଠନର ଗୌରବମୟ ଇତିହାସ । ୧୯୩୬ ଏପ୍ରିଲ ୧ ତାରିଖରେ ଭାଷା ଭିତ୍ତିରେ ଆମ ଓଡ଼ିଶାକୁ ମିଳ
ଭୁବନେଶ୍ୱର: ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ଆରମ୍ଭ ହୋଇଥିବା ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଗ୍ରଗତି ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପାଇଁ ଜାଗା ନିରୁପଣ, ବିଦ୍ୟାଳୟ ବିଲ୍ଡିଂର ଢାଞ୍ଚା ଏବଂ ଏଥିନିମନ୍ତେ ଆବଶ୍ୟକୀୟ ବ୍ୟୟ ଅ
ପାରାଦୀପ: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପାରାଦ୍ଵୀପରେ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ବୃହତ୍ ଶିଳ୍ପ ପ୍ରତିଷ୍ଠା ସଂପର୍କରେ ଏକ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ଆଗାମୀ ଦିନରେ ପାରାଦ୍ଵୀପ ଭାରତର ଏକ ବଡ ଇକୋନୋମିକ ଜୋନ ହେବାକୁ ଯାଉଛି ବୋଲି ମତ ଦେଇ ଏହି ଅଞ୍ଚଳରେ ସ୍ଥାପିତ ହେବାକୁ ଥିବା ସମସ୍ତ ଭିତ୍ତିଭୂମି ଓ ଶିଳ୍ପ ପ୍ରକଳ୍ପ ଗ
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ରୁ ବିହାରର ମୁଖ୍ୟମନ୍ତ୍ରୀ କିଏ ହେବେ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ବିଜେପି ସବୁବେଳେ ଏହି ପ୍ରସଙ୍ଗରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଆସିଛି। ଏହାର ସଦ୍ୟତମ ଉଦାହରଣ ହେଉଛି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ। ଏତେ ବିପୁଳ ସଂଖ୍ୟାଗରିଷ୍ଠତା ସହିତ ବିଜୟୀ ହେବା ପରେ, ବିଜେପି ଜଣେ ବିହାରୀ ନେତା
ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ହେବ ଓଡ଼ିଶା ଭବନର ନୂଆ ବିଲ୍ଡିଂ। ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀସ୍ଥିତ ଚାଣକ୍ୟପୁରୀ ଠାରେ ଶିଳାନ୍ୟାସ କରିଛନ୍ତି। ଏହି ନୂତନ ବିଲ୍ଡିଂ ପାଇଁ ରାଜ୍ୟ ସରକାର ୯୩.୨୭ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ଏହି ନୂଆ ବିଲ୍ଡିଂ ସମ୍ପୂର୍ଣ୍ଣ ନୂତନ ଆଧୁନିକ ଶୈଳୀରେ ହେବ। ଏଥିରେ ୩ଟି ବ
ନୂଆଦିଲ୍ଲୀ: ଚଳିତ ବଜେଟ ଅଧିବେଶନରେ ଆଜି ଗୃହରେ ଉପସ୍ଥାପିତ ହେବ ବଜେଟ। ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବଜେଟ ଉପସ୍ଥାପନ କରିବେ। ପୂର୍ବ ବଜେଟ୍କୁ ଦେଖିଲେ ଏଥର ମଧ୍ୟ ଶ୍ରୀ ମାଝୀ ଏକ ସନ୍ତୁଳିତ ବଜେଟ୍ ଉପସ୍ଥାପନ କରିବେ ବୋଲି ଆଶା କରାଯାଉଛି। ୨୦୨୫-୨୬ ଆର୍ଥିକ ବର୍ଷରେ ସେ ୨,୯୦,୦୦୦ କୋଟି ଟଙ୍କାର ବଜେଟ୍ ଉପସ୍ଥା
Odisha CM’s Public Grievance: ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜର ସମସ୍ୟା ଜଣାଇବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏକ ଜରୁରୀ ସୂଚନା। ଆସନ୍ତା ସୋମବାର ଅର୍ଥାତ୍ ଫେବୃଆରୀ ୧୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସାପ୍ତାହିକ "ଜନ ଅଭିଯୋଗ ଶୁଣାଣି" କାର୍ଯ୍ୟକ୍ରମ ବନ୍ଦ ରହିବ।
ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ। ବୁଧବାର ଦିନ ଏହାକୁ ହଟାଇ ଦିଆଯାଇଛି। ଏହା ସହିତ ନୂଆ ସରକାରର ଗଠନ ପାଇଁ ରାସ୍ତା ପରିସ୍କାର ହୋଇଛି। ରାଷ୍ଟ୍ରୀୟ ଜନତାନ୍ତ୍ରିକ ମେଣ୍ଟର ବିଧାୟକ ଦଳର ନେତା ୱାଇ.