Advertisement

Gajapati

फोटो

alt
ଦୁର୍ଦ୍ଧାନ୍ତ ମାଓ ନେତା ରୁ ଏବେ ସମାଜସେବୀ ପାଲଟିଛନ୍ତି ଘାସିରାମ ମାଝୀ। ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ୍ କଲରାଘାଟି ଗ୍ରାମ ପଞ୍ଚାୟତ ଖଡ଼ିକାପଦର ଗାଁ ର ଘାସିରାମ ମାଝୀ ପ୍ରଥମେ ଶିକ୍ଷକ ଚାକିରୀ କରୁଥିଲେ ପରେ ଆଦିବାସୀଙ୍କ ଉପରେ ଅନ୍ୟାୟ ହେଉଥିବା ଦେଖି ମାଓବାଦୀ ରେ ସାମିଲ ହେଇଥିଲେ। ପରେ ଆନ୍ଧ୍ର ର ନାଗାବଳୀ ଡିଭିଜନ୍ ଓ ଓଡ଼ିଶା ର ବଂଶଧାରା ଡିଭିଜନ୍ ରେ ବିଭିନ୍ନ କାର୍ଯ୍ୟକଳାପ ଘଟାଇଥିଲେ। ପରେ ମାଓବାଦୀ ଙ୍କ ଇନଫର୍ମେର ନାମରେ ନିରୀହ ଲୋକଙ୍କୁ ହତ୍ୟା ଓ ସ୍ଵାମୀ ଲକ୍ଷ୍ମାଣାନନ୍ଦ ହତ୍ୟା କୁ ବିରୋଧ କରି ମୂଖ୍ୟ ସ୍ରୋତରେ ୨୦୦୯ ମସିହାରେ ଆତ୍ମସମର୍ପଣ କରିଥିଲେ। ଏବେ ଲୋକଙ୍କ ସେବା କରି ବହୁତ ଖୁସି ଥିବା କହିଛନ୍ତି । ଏ ସମ୍ପର୍କରେ ଘାସିରାମ ଙ୍କ ବିସ୍ତୃତ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ପ୍ରେମାନନ୍ଦ ପୁଜାରୀ।
Jan 12,2024, 14:13 PM IST
alt
ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ମଧୁରଆମ୍ବ ଲୁହାଗୁଡ଼ି ନିକଟରେ ଏକ ମିନିଟ୍ରକ ରୁ ୪ କୋଟି ଟଙ୍କାର ଗଞ୍ଜେଇ ସହ ଟ୍ରକ କୁ ଜବତ କରିଛି ପୋଲିସ l ତେବେ ଏହି ଗଞ୍ଜେଇ ଚୋରା ଚାଲାଣ ରେ ସମ୍ପୃକ୍ତ ଦୁଇ ଜଣ ଅଭିଯୁକ୍ତ ଗାଡିରଖି କୌଶଳ କ୍ରମେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି l ଅଭିଯୁକ୍ତ ମାନଙ୍କୁ ଖୁବ ଶିଘ୍ର ଗିରଫ କରାଯିବ ବୋଲି ମୋହନା ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଜପତି ଏସପି ଶ୍ବାତି ଏସ କୁମାର ସୂଚନା ଦେଇଛନ୍ତି l ପୋଲିସ୍ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ରବିବାର ସନ୍ଧ୍ୟା ସମୟରେ ମୋହନା ଥାନା ପୋଲିସ ପକ୍ଷରୁ ଲୁହାଗୁଡ଼ି ଅଞ୍ଚଳରେ ପେଟ୍ରୋଲିଂ ଚାଲିଥିଲା l ଏହି ସମୟରେ ଏଜ ମିନିଟ୍ରକକୁ ସନ୍ଦେହରେ ପିଛା କରିଥିଲେ ପୋଲିସ । ପୋଲିସ ପିଛା କରୁଥିବା ଦେଖି ଟ୍ରକ ର ଡ୍ରାଇଭର ଓ ଅନ୍ୟସହଯୋଗୀ ହେଲପର ମ
Aug 22,2023, 20:13 PM IST
alt
ଗଜପତି: ୨୫ ଖଣ୍ଡ ଗ୍ରାମବାସୀଙ୍କ ସାମଗ୍ରିକ ବିକାଶ ରେ ଲକ୍ଷ୍ମଣ ରେଖା ଟାଣିଛି ଲକ୍ଷାରୀ ଅଭୟାରଣ୍ୟ । ଗମନାଗମନ ର ଭଲ ରାସ୍ତା ଖଣ୍ଡିଏ ନଥିବା ରୁ ୭କିମି ପରିବର୍ତ୍ତେ ୭୦କିମି ରାସ୍ତା ଅତିକ୍ରମ କରିବାକୁ ପଡୁଛି । ବ୍ଳକ ହେଡକ୍ୱାଟର୍ସକୁ ରାସ୍ତା ନଥିବାରୁ ଦୁର୍ବିସହ ଜୀବନ ଯାପନ କରିଆସୁଛନ୍ତି ଢେପାଗୁଡା ପଞ୍ଚାୟତ ସମେତ ଅଞ୍ଚଳବାସୀ । ଗଜପତି ଗଞ୍ଜାମ ଜିଲ୍ଲା ସୀମାନ୍ତ ରେ ଅବସ୍ଥିତ ଲକ୍ଷାରୀ ଅଭୟାରଣ୍ୟ ପାଦତଟାଦେଶରେ ବସବାସ ଗ୍ରାମବାସୀଙ୍କ ଦୁଃଖ ଦୁର୍ଦ୍ଦଶାର କାରଣ ପାଲଟିଛି ଅଭୟାରଣ୍ୟ ସୀମାରେ କିଛି ଅଂଶ ରାସ୍ତା । ଜଙ୍ଗଲି ଜିବଜନ୍ତୁ ସତେତ ହାତୀ ମାନଙ୍କ ବାସସ୍ଥଳୀ ଭାବେ ପ୍ରତିଷ୍ଠା ହୋଇଥିବା ଅଭୟାରଣ୍ୟ ରେ ବୃଦ୍ଧି ପାଉଛି କାଠ ମାଫିଆଙ୍କ ପ୍ରାଦୃଭାବ । ବାରମ୍ବାର ଅଭିଯୋଗ ସତ୍ବେ କେବଳ ମିଥ୍ୟା ପ୍ରତିଶୃତିରେ ସୀମିତ । ତୁରନ୍ତ ରାସ୍ତା ନିର୍ମାଣ ପାଇଁ ଦାବୀ ହୋଇଛି । ଏସଂପର୍କରେ ଅଞ୍ଚଳ ବାସୀଙ୍କ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ପ୍ରେମାନନ୍ଦ ପୁଜାରୀ।
Mar 1,2023, 20:13 PM IST
View More

Trending news